କନ ବନେଗା କାରୋଡପତିରେ ଅମିତାଭ କଲେ ବଡ ଖୁଲାସା, କହିଲେ- ମୋ ମରିବା ପରେ ମୋ ପୁରା ସମ୍ପତ୍ତି…

ଯେତେବେଳେ ବଲିଉଡର ଦିଗ୍ଗଜ କଳାକାରଙ୍କ କଥା ଉଠିଥାଏ ଅମିତାଭ ବଚ୍ଚନଙ୍କ ନାମ ସର୍ବ ପ୍ରଥମେ ଆସିଥାଏ । ଏ ପର୍ଯ୍ୟନ୍ତ ସହସ୍ରାଧିକ ଫିଲ୍ମରେ ଅଭିନୟ କରି ସାରିଥିବା ଅମିତାଭ ବଚ୍ଚନ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ସବୁ ସିଜନ ଭଳି ମଧ୍ୟ କେବିସି ୧୧ ସିଜନକୁ ଦର୍ଶକମାନେ ବହୁତ ପସନ୍ଦ କରୁଥିଲେ । ଟିଆରପି ରେ ଏହି ସୋ ବାକି ସୋ ଗୁଡିକୁ ପଛରେ ପକାଇଥିଲା ।

କେବିସି ୧୧ କରୁଥିଲେ ହୋଷ୍ଟ

ଅମିତାଭ ବଚ୍ଚନ “କନ ବନେଗା କାରୋଡପତି” ର ୧୧ ତମ ସିଜନ ହୋଷ୍ଟ କରୁଥିଲେ । ଏହି ସୋ ରେ ବହୁତ ଥର ଏମିତି ଲୋକ ବି ଆସିଥାନ୍ତି ଯାହାର କାହାଣୀ ଆମକୁ ଭାବୁକ କରି ଦେଇଥାଏ ।

Image courtesy: Google

ଏମିତି ହିଁ କିଛି ହୋଇଛି ଏବେ ଟେଲିକାଷ୍ଟ ହୋଇଥିବା କନ ବନେଗା କାରୋଡପତି ଏପିସୋଡରେ ।

ଏହି ଦୁଇ ଲୋକଙ୍କ ମଧ୍ୟରେ ବିଗ-ବି ବାଣ୍ଟିବେ ନିଜର ସମ୍ପତ୍ତି

Image courtesy: Google

ବର୍ତ୍ତମାନ କେବିସି ରେ କର୍ମବୀର ସ୍ପେଶାଲ ଏପିସୋଡରେ ପ୍ରତୋଯୋଗୀ ସିନ୍ଧୁତାଇ ସପକାଲ ଆସିଥିଲେ । ଯେତେବେଳେ ଅମିତାଭ ବଚ୍ଚନ ସିନ୍ଧୁତାଇ ଓ ତାଙ୍କ ଝିଅ ବିଷୟରେ କଥା ହେଉଥିଲେ ସେତେବେଳେ ସେ କହିଲେ କି ତାଙ୍କ ଯିବା ପରେ ତାଙ୍କ ପ୍ରପର୍ଟିର କଣ ହେବ ଓ ସେଥିରେ କିଏ କିଏ ଭାଗୀଦାରୀ ହେବେ ।

ଅମିତାଭ ବଚ୍ଚନ କହିଥିଲେ କି, “ଯେତେବେଳେ ମୁଁ ରହିବି ନାହିଁ ଯାହା ବି ଅଳ୍ପ ବହୁତ ମୋ ପାଖରେ ଅଛି ତାହା ସବୁ ମୋ ସନ୍ତାନଙ୍କର ଅଟେ । ମୋର ଗୋଟିଏ ଝିଅ ଓ ଗୋଟିଏ ପୁଅ । ଦୁଇ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ । ବିଗ-ବି ଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି କି ସେ ନିଜର ପ୍ରପର୍ଟି କେବଳ ପୁଅ ଅଭିଷେକଙ୍କୁ ନୁହେଁ ବରଂ ନିଜର ଝିଅ ଶ୍ଵେତା ବଚ୍ଚନଙ୍କୁ ବି ଦେବେ । ବିଗ-ବି ଙ୍କ ପ୍ରପର୍ଟିରେ ଶ୍ଵେତା ବଚ୍ଚନଙ୍କର ପୁରା ଅଧିକାର ଅଛି ।

ମା-ଝିଅ ଯୋଡି ଜିତିଲେ ୨୫ ଲକ୍ଷ

Image courtesy: Google

ଅମିତାଭ ବଚ୍ଚନଙ୍କ ଏହି ଭାବନାକୁ ପୁରା ଦୁନିଆ ପ୍ରଶଂସା କରୁଛି । ସୋ କଥା କହିଲେ ସିନ୍ଧୁତାଇ ସପକାଲ ବହୁତ ସୁନ୍ଦର ଭାବରେ ପୁରା ଖେଳ ଖେଳିଲେ । ମା-ଝିଅଙ୍କ ଏହି ଯୋଡି ୨୫ ଲକ୍ଷ ଟଙ୍କା ଜିତିଲେ । ଆପଣଙ୍କୁ ଜଣାଇ ଦେଉଛୁ କି କେବିସି ତରଫରୁ ସିନ୍ଧୁତାଇଙ୍କୁ ତାଙ୍କର ସମାଜସେବୀ କାର୍ଯ୍ୟ ପାଇଁ ଆୱାର୍ଡ ଦ୍ଵାରା ସମ୍ମାନିତ କରାଗଲା ।

ଅନାଥ ଆଶ୍ରମ ଚଳାଇଥାନ୍ତି ସିନ୍ଧୁତାଇ

ଜଣାଇ ଦେଉଛୁ କି ସିନ୍ଧୁତାଇ ଏକ ଅନାଥ ଆଶ୍ରମ ଚଳାଇଥାନ୍ତି ଯେଉଁଠି ହାରାହାରି ୧୨୦୦ ପିଲା ରହିଥାନ୍ତି । ଆଶ୍ରମ ତରଫରୁ ପିଲାମାନଙ୍କର ରହିବା, ଖାଇବା, ପଢିବାର ବନ୍ଦୋବସ୍ତ କରାଯାଇଥାଏ । ସିନ୍ଧୁତାଇ ତାଙ୍କ ଆଶ୍ରମରେ ଝିଅମାନଙ୍କୁ ପ୍ରାଥମିକତା ଦେଇଥାନ୍ତି । କାରଣ ତାଙ୍କର ସୂରକ୍ଷା ଅଧିକ ଜରୁରୀ ଅଟେ । ସିନ୍ଧୁତାଇଙ୍କ ଏହି ଜବାବ ଦର୍ଶକଙ୍କ ହୃଦୟ ଜିତିନେଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।