ଏହି ବଲୀଉଡ ହିରୋଇନଙ୍କର ଫଟୋକୁ ପକେଟରେ ନେଇ ବୁଲୁଥିଲେ ଶୋଏବ ଅଖ୍ତର, କିଡନାପ କରିବାର ଥିଲା ପ୍ଲାନିଙ୍ଗ

ଶୋଏବ ଅଖ୍ତରଙ୍କୁ ପାକିସ୍ତାନର ସବୁଠୁ ଦ୍ରୁତଗାମୀ ବୋଲର କୁହାଯାଏ । ନିଜର ଦ୍ରୁତଗାମୀ ବୋଲିଙ୍ଗ ପାଇଁ ସେ ‘ରାୱଲପିଂଡୀ ଏକ୍ସପ୍ରେସ’ ନାମରେ ବି ପରିଚିତ ଥିଲେ । ଶୋଏବ ବର୍ତ୍ତମାନ ପାକିସ୍ତାନୀ ଟିମର ଅଂଶ ନାହାନ୍ତି କିନ୍ତୁ ଯେବେ ବି ପାକିସ୍ତାନୀ କ୍ରିକେଟ ଟିମ ହାରିଯାଏ ତେବେ ସେ ତାଙ୍କୁ ଲେକ୍ଚର ନିଶ୍ଚିତ ଦେଇଥାନ୍ତି । କିନ୍ତୁ ଆଜି ଆମେ ଶୋଏବ ଅଖ୍ତରଙ୍କର ଏକ ପୁରୁଣା ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ।

Image courtesy: Google

କହିବାକୁ ଗଲେ ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ଶୋଏବ ଅଖ୍ତର ସୋନାଲୀ ବେନ୍ଦ୍ରେଙ୍କ ପ୍ରେମରେ ପାଗଳ ଥିଲେ । ସେ ଏହା ବିଷୟରେ ଏକ ଇଣ୍ଟରଭ୍ୟୁରେ ବି କହିଥିଲେ । ସେ କହିଲେ କି ଯେତେବେଳେ ସେ ପ୍ରଥମ ଥର ‘ଇଂଗ୍ଲିଶ ବାବୁ ଦେସୀ ମେମ’ ଫିଲ୍ମ ଦେଖିଲେ ତେବେ ସେ ସୋନାଲୀ ବେନ୍ଦ୍ରେଙ୍କର ବହୁତ ବଡ ଫ୍ୟାନ ହୋଇଗଲେ ଓ ତାଙ୍କ ସହିତ ତାଙ୍କୁ ପ୍ରେମ ହୋଇଗଲା ।

Image courtesy: Google

ଏହା ପରେ ସେ ସୋନାଲୀ ବେନ୍ଦ୍ରେଙ୍କର ଫଟୋକୁ ପର୍ସରେ ନେଇ ବୁଲିବାକୁ ଲାଗିଲେ । ସେହି ସମୟରେ ତାଙ୍କର ରୁମ କେବଳ ସୋନାଲୀ ବେନ୍ଦ୍ରେଙ୍କର ଫଟୋରେ ହିଁ ଭରପୁର ଥିଲା । ଶୋଏବ ତାଙ୍କୁ ପ୍ରପୋଜ କରିବା ପାଇଁ ବି ଚିନ୍ତା କରି ନେଇଥିଲେ । କଥା କେବଳ ଏଇଠି ଶେଷ ହୋଇଯାଏ ନାହିଁ, ଶୋଏବ ଏହା ମଧ୍ୟ ଚିନ୍ତା କରି ସାରିଥିଲେ କି ଯଦି ସୋନାଲୀ ବେନ୍ଦ୍ରେ ତାଙ୍କର ଲଭ ପ୍ରପୋଜାଲକୁ ମନା କରିଦେବେ ତେବେ ସେ ତାଙ୍କୁ କିଡନାପ କରି ପାକିସ୍ତାନ ନେଇ ଆସିବେ । କିନ୍ତୁ ଏହି କଥାକୁ ସେ ଥଟ୍ଟା କରି କହିଥିଲେ ।

Image courtesy: Google

ଅନ୍ୟ ପଟେ ଯେତେବେଳେ ସୋନାଲୀ ବେନ୍ଦ୍ରେଙ୍କୁ ଶୋଏବଙ୍କର ଏହି କଥା ବିଷୟରେ ଜଣା ପଡିଲା ତେବେ ସେ କହିଲେ କି “ମୁଁ କ୍ରିକେଟ ର ଫ୍ୟାନ ନୁହେଁ, ସେଥିପାଇଁ ମୁଁ କୌଣସି ଶୋଏବ ଅଖ୍ତରକୁ ଚିହ୍ନି ନାହିଁ । କିନ୍ତୁ ସେ ଯଦି ମୋର ଫ୍ୟାନ ଅଟନ୍ତି ତେବେ ଧନ୍ୟବାଦ ।“ ସେହି ସମୟରେ ଶୋଏବଙ୍କର ସୋନାଲୀ ବେନ୍ଦ୍ରେଙ୍କ ପ୍ରତି ଏହି ପ୍ରେମ ମିଡିଆରେ ଫେବରେଟ ଟପିକ ହୋଇ ଯାଇଥିଲା ।

କିନ୍ତୁ ଆପଣଙ୍କୁ କହିଦେଉଛୁ କି ଶୋଏବଙ୍କର ଏହି ପ୍ରେମ ଏକ ତରଫା ଥିଲା । ସୋନାଲୀ ବେନ୍ଦ୍ରେଙ୍କୁ ତାଙ୍କ ପ୍ରତି କୌଣସି ଇଣ୍ଟରେଷ୍ଟ ନ ଥିଲା । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।