୫ ବର୍ଷ ପୂର୍ବେ ଶେଷ ଥର ମିଶିଥିଲେ ସୈଫ ଓ ଅମୃତା, ସାରା କହିଲେ – ମା’ ବିଛଣା ଠିକ କରୁଥିଲେ ଓ ପାପା…

ଲଗାତାର ଦୁଇଟି ହିଟ ଫିଲ୍ମ ଦେବା ପରେ ସାରା ଅଲୀ ଖାନ ବଲୀଉଡର ଆସନ୍ତା ସେଂସେଶନ ହୋଇ ଯାଇଛନ୍ତି । ଏହା ପରେ କିଛି ଦିନ ପୂର୍ବରୁ ହିଁ ଖବର ଆସୁଥିଲା କି ସାରା ନିଜ ମା’ ଅମୃତା ସିଂହଙ୍କ ଘର ଛାଡି ଅଲଗା ଫ୍ଲାଟରେ ସିଫ୍ଟ ହୋଇ ଯାଇଛନ୍ତି । ଏହା ପରେ କିଛି ଦିନ ତଳେ ହିଁ ସାରା ଅଲୀ ଖାନ ନିଜର ମା’ ଅମୃତା ସିଂହ ଓ ପିତା ସୈଫ ଅଲୀ ଖାନଙ୍କ ସମ୍ପର୍କକୁ ନେଇ କିଛି ବୟାନ ଦେଇଛନ୍ତି ।

Image courtesy: Google

ବର୍ତ୍ତମାନ ହିଁ ହୋଇଥିବା ଏକ ଇଣ୍ଟରଭ୍ୟୁରେ ସାରା ପୁଣି ଥରେ ନିଜର ମାତା ପିତାଙ୍କୁ ନେଇ କହିଲେ କି ସେମାନେ ଶେଷ ଥର ପାଇଁ ପାଞ୍ଚ ବର୍ଷ ତଳେ ପରସ୍ପରକୁ ଦେଖା କରିଥିଲେ । ଏହି କଥାକୁ କହି ସାରା ଭାବୁକ ହୋଇଗଲେ । ଆସନ୍ତୁ ଜାଣିବା ସାରା ଆଗକୁ କଣ କହିଲେ ।

୫ ବର୍ଷ ପୂର୍ବେ ହୋଇଥିଲା ସୈଫ ଓ ଅମୃତାଙ୍କର ଶେଷ ସାକ୍ଷାତ

Image courtesy: Google

ସାରା କହିଲେ କି ଶେଷ ଥର ସୈଫ ଓ ଅମୃତାଙ୍କର ସାକ୍ଷାତ ପାଞ୍ଚ ବର୍ଷ ପୂର୍ବେ ହୋଇଥିଲା । କହିଦେଉଛୁ କି ଡିଭୋର୍ସ ନେବା ପରେ ଗତ ୧୫ ବର୍ଷ ହେବ ସୈଫ ଓ ଅମୃତା ଅଲଗା ଅଲଗା ରହୁଛନ୍ତି । ଅଲଗା ହେବା ପରେ ଦୁଇ ପିଲାମାନଙ୍କର ଦେଖା ଶୁଣା ଅମୃତା ନିଜେ ହିଁ କରିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ଯେତେବେଳେ ସାରାଙ୍କୁ ତାଙ୍କର ପିତା ମାତାଙ୍କର ସମ୍ପର୍କ ବିଷୟରେ କୁହାଗଲା ତେବେ ସେ କହିଲେ କି, “ଯେତେବେଳେ ବାପା ମୋତେ କୋଲଂବିୟା ୟୁନିବର୍ସିଟୀ ଛାଡିବାକୁ ଗଲେ ତେବେ ସେତେବେଳେ ମା’ ବି ମୋ ସହିତ ଯାଇଥିଲେ ।

Image courtesy: Google

ଆମେ ଏକା ସହିତ ଡିନର ବି କରିଲୁ । ସେହି ସମୟଟି ମୋ ପାଇଁ ବହୁତ ଖାସ ଥିଲା । ସାରା ଆଗକୁ କହିଲେ କି, “ସେମାନେ ମୋତେ କଲେଜ ଛାଡି ଚାଲି ଆସିଲେ । ମୋତେ ଅଳ୍ପ ମନେ ଅଛି ସେହି ରାତିରେ ମା’ ମୋର ବିଛଣାକୁ ଠିକ କରୁଥିଲେ ଓ ବାପା ଲ୍ୟାମର ବଲ୍ବ ଲଗାଉଥିଲେ । ଏହି ସୁନ୍ଦର ସମୟକୁ ମୁଁ ସବୁବେଳେ ନିଜ ସ୍ମୃତିରେ ସଜାଇ ରଖିବାକୁ ଚାହୁଁଛି ।“

ସାରା ଛାଡିଲେ ମା’ ଅମୃତାଙ୍କ ଘର

Image courtesy: Google

ବର୍ତ୍ତମାନ ହିଁ କିଛି ଦିନ ତଳେ ସାରା ନିଜ ମା’ଙ୍କ ଘର ଛାଡୁଥିବାର ସ୍ପଟ ହୋଇଥିଲେ । କିଛି ଦିନ ପୂର୍ବେ ସେ ନିଜ ଘରର କିଛି ଜିନିଷ ନେଇ କାରରେ ରଖୁଥିବାର ନଜର ଆସିଥିଲେ । ଏହା ବିଷୟରେ ସାରାଙ୍କର କହିବା ଅଟେ କି ସେ ବାକି ସମସ୍ତ ସ୍ଟାରକିଡ୍ସଙ୍କ ଭଳି ଇଣ୍ଡିପେଣ୍ଡେଣ୍ଟ ରହିବାକୁ ଚାହୁଁଛନ୍ତି ସେଥିପାଇଁ ସେ ଅଲଗା ରହିବା ପାଇଁ ନିଷ୍ପତି ନେଲେ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।