ସଚ୍ଚା ପ୍ରେମ କରି ଧୋକା ଖାଇ ସାରିଛନ୍ତି tv ଇଣ୍ଡଷ୍ଟ୍ରି ର ଏହି popular ହିରୋଇନ ମାନେ, ଆଜି ପ୍ରେମ ନାଁ ଶୁଣିଲେ ଚିଡନ୍ତି

ଆମେ ଅଭିନେତ୍ରୀ ମାନଙ୍କୁ ସବୁବେଳେ ହସ ଖୁସିରେ ଥିବାର ଦେଖିଥାଉ । ଯାହାକୁ ଦେଖି ଆମକୁ ଲାଗେ ଏମାନେ ନିଜ ଜୀବନରେ କେତେ ଖୁସିରେ ଅଛନ୍ତି । କିନ୍ତୁ ଅସଲରେ ନିଜ ହସ ପଛରେ ଏମାନେ ଅନେକ ଦୁଃଖ ଲୁଚାଇ ରଖିଥାନ୍ତି । ଟିଭି ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କାହାକୁ ହୃଦୟରୁ ଭଲ ପାଇ ମଧ୍ୟ ଧୋକା ପାଇଛନ୍ତି ।

ଜେନିଫର୍ ୱିଙ୍ଗେଟ୍

ଏହି ଲିଷ୍ଟ ରେ ପ୍ରଥମେ ଆପଣଙ୍କର ସବୁଠୁ ପ୍ରିୟ ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍ ଙ୍କ ନାମ ସାମିଲ ଅଛନ୍ତି ଯିଏ କି ଏକ ସମୟରେ ବଲିଉଡ ଏବଂ ଟିଭି ଅଭିନେତା କରନ୍ ସିଂ ଗ୍ରୋଭର ଙ୍କୁ ପ୍ରେମ କରୁଥିଲେ । ଧାରାବାହିକ “ଦିଲ୍ ମିଲ୍ ଗଏ” ର ସେଟ ରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ୨୦୧୨ ରେ ଜେନିଫର, କରନ ଙ୍କୁ ବିବାହ କରିଥିଲେ ।

କିନ୍ତୁ ବିବାହର ଦୁଇ ବର୍ଷ ରେ ହିଁ ଏମାନଙ୍କର ଛାଡପତ୍ର ହୋଇ ଯାଇଥିଲା । କାରଣ “ଏଲୋନ’ ଫିଲ୍ମ ର ସୁଟିଂ ବେଳେ କରନ ସିଂ ଗ୍ରୋଭର, ଜେନିଫର ଙ୍କୁ ଧୋକା ଦେଇ ଅଭିନେତ୍ରୀ ବିପଶା ବାସୁ ଙ୍କ ପ୍ରେମରେ ପଡି ଯାଇଥିଲେ । ଆପଣଙ୍କୁ ଜାଣି ଦୁଃଖ ଲାଗିବ କି ଜେନିଫର, କରନ ଙ୍କ ସହ ସନ୍ତାନ କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଯାଇଥିଲା ।

ରୁପଲ୍ ତ୍ୟାଗୀ

“ସପନେ ସୁହାନେ ଲଡକପନ କେ” ଧାରାବାହିକ ରୁ ଦର୍ଶକଙ୍କ ମନ ରେ ଛାପ ଛାଡି ଯାଇଥିବା ଅଭିନେତ୍ରୀ ରୁପଲ ତ୍ୟାଗୀ ମଧ୍ୟ ନିଜ ସହତାରକା ମୟଙ୍କ୍ ତଥା ଅଙ୍କିତ ଗେରା ଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଏହି ଧାରାବାହିକ ରୁ ଏମାନେ ଦୁହେଁ ଦୁହିଁଙ୍କୁ ପ୍ରେମ କରିଥିଲେ । କିନ୍ତୁ ଦୁଃଖ ର ବିଷୟ କି ଏମାନଙ୍କ ପ୍ରେମ ମଧ୍ୟ ଅନ୍ୟମାନଙ୍କ ପରି ଅଧୁରା ରହି ଯାଇଥିଲା । କାରଣ ଅଙ୍କିତ ଙ୍କ ଜୀବନରେ ସାରା ଖାନ୍ ଆସି ଯାଇଥିଲେ । ଯାହାଫଳରେ ଅଙ୍କିତ ରୁପଲ ଙ୍କ ସହ ବ୍ରେକଅପ କରି ଦେଇଥିଲେ । ଏହାପରେ ରୁପଲ ବହୁତ ଭାଙ୍ଗି ପଡ଼ିଥିଲେ ଓ ଏହାର ପ୍ରଭାବ ତାଙ୍କ କ୍ୟାରିଅର ଉପରେ ମଧ୍ୟ ପଡିଥିଲା । କିନ୍ତୁ ପରେ ସେ ନିଜକୁ ସମ୍ଭାଳି ନେଇଥିଲେ ।

ରୁବିନା ଦିଲାଇକ୍

ଧାରାବାହିକ “ଛୋଟୀ ବୋହୁ” କଥା ଉଠିଲେ ପ୍ରଥମେ ରୁବିନା ଓ ଅବିନାଶ ସଚଦେବ ଙ୍କ ସୁନ୍ଦର ଯୋଡି ମନେ ପଡିଥାଏ । ଏହି ଧାରାବାହିକରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଓ ଏକ ସାଥିରେ ଜୀବନ କାଟିବାର ନିର୍ଣ୍ଣୟ ବି ନେଇଥିଲେ ଏମାନେ । କିନ୍ତୁ ପରେ ଅବିନାଶ, ରୁବିନା ଙ୍କୁ ଧୋକା ଦେଇ ଶଲମଲି ଦେଶାଇ ଙ୍କୁ ବିବାହ କରି ନେଇଥିଲେ । ଏହା ଜାଣିବା ପରେ ରୁବିନା ବହୁତ ଭାଙ୍ଗି ପଡ଼ିଥିଲେ ଓ ଡିପ୍ରେସନ ର ଶିକାର ମଧ୍ୟ ହୋଇଥିଲେ ।

କାମ୍ୟା ପଞ୍ଜାବୀ

ଖଳନାୟିକା ଭୂମିକା ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଛାପ ଛାଡି ଯାଇଥିବା କାମ୍ୟା ନିଜ ବିବାହିତା ଜୀବନରେ ଆଜି ବହୁତ ଖୁସି ଥିଲେ ମଧ୍ୟ ଏକ ସମୟରେ ସେ ବି ଏହି ପରିସ୍ଥିତି ର ସାମନା କରିବାକୁ ପଡ଼ିଥିଲା । ଲୋକପ୍ରିୟ ଅଭିନେତା କରନ୍ ପଟେଲ ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ବିଗ୍ ବସ୍ ସେଟ୍ ରୁ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ କରନ ପଟେଲ କାମ୍ୟାଙ୍କ ସହ ବ୍ରେକ୍ ଅଫ୍ କରି ଅଭିନେତ୍ରୀ ଅଙ୍କିତା ଭାର୍ଗଭ ଙ୍କ ସହ ବିବାହ କରି ନେଇଥିଲେ । ଯାହା ଫଳରେ କାମ୍ୟା ଅଢେଇ ବର୍ଷ ଧରି ଡିପ୍ରେସନ ରେ ଥିଲେ ।

ଅଦା ଖାନ୍

ନିଜର ନାଗୁଣୀ ଅବତାରରେ ଦର୍ଶକଙ୍କ ହୃଦୟ ଚୋରି କରିଥିବା ଅଭିନେତ୍ରୀ ଅଦା ଖାନ୍ ଙ୍କ ର ମଧ୍ୟ ପ୍ରେମରୁ ବିଶ୍ୱାସ ଉଠି ଯାଇଛି । ଏକ ସମୟରେ ଅଦା ଖାନଙ୍କ ମଧ୍ୟ ଟିଭି ଅଭିନେତା ଅଙ୍କିତ ଗେରା ଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯେତେବଳେ ଜଣା ପଡିଲା ଅଙ୍କିତ, ଅଦା ଖାନ୍ ଙ୍କ ସହ ନିଜ ସହ ତାରକା ରୁପଲ୍ ଙ୍କୁ ମଧ୍ୟ ଡେଟ କରୁଛନ୍ତି, ସେ ବହୁତ ଭାଙ୍ଗି ପଡ଼ିଥିଲେ ।

ତଥାପି ସେ ଅଙ୍କିତ ଙ୍କୁ ୩ ଥର ସୁଯୋଗ ଦେଇଥିଲେ ମଧ୍ୟ ଅଙ୍କିତ ବାରମ୍ବାର ତାଙ୍କୁ ଧୋକା ଦେଇଥିଲେ । ଅଦା ଖାନ୍ ନିଜକୁ ସମ୍ଭାଳି ନିଜ କ୍ୟାରିଅର ଉପରେ ଧ୍ୟାନ ଦେଇଥିଲେ । ଯାହାଫଳରେ ସେ ଆଜି ଟିଭି ର ସବୁଠୁ ଚର୍ଚ୍ଚିତ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ଜଣେ ହୋଇ ପାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।