ଆଜି ଠାରୁ ଲାଗୁ ହେଲା ନୂଆ ନିୟମ, ଗାଡି ଚଳାଇବା ସମୟରେ ଆଉ ଦରକାର ପଡିବ ନାହିଁ ଡ୍ରାଇଭିଙ୍ଗ ଲାଇସେନ୍ସ, ଜାଣନ୍ତୁ ପୁରା ଖବର

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତଙ୍କ ଘରେ ଗୋଟିଏ କିମ୍ବା ଦୁଇଟି ଅଥବା ଦୁଇଟିରୁ ଅଧିକ ଗାଡି ଦେଖିବାକୁ ମିଳିଯିବ । ସମସ୍ତେ ନିଜର ସୁବିଧା ପାଇଁ ଗାଡି ତ କିଣି ଦିଅନ୍ତି । କିନ୍ତୁ କେବଳ ଗାଡି କିଣିଲେ ହେବା ନାହିଁ ଏହା ଛଡା ଗାଡି ସହିତ ଅନ୍ୟ କେତେକ ଜରୁରୀ କାମ ବି ଅଛି ଯେଉଁ ଗୁଡିକ ଗାଡି କିଣିବା ସହ କରିବା ଉଚିତ । କହିବାକୁ ଗଲେ ଗାଡି କିଣି ସାରିବା ପରେ ନିଜର ଡ୍ରାଭିଙ୍ଗ ଲାଇସେନ୍ସ, ଗାଡିର କାଗଜ ପତ୍ର, ଇଂସୁରାନ୍ସ ପେପର ଓ ପଲ୍ଯୁସନ ସାର୍ଟିଫିକେଟ ଇତ୍ୟାଦି କେତେକ କାଗଜ ପତ୍ର ବି କରିବାକୁ ପଡିଥାଏ ।

ଏହା ସହିତ ଏହି ସମସ୍ତେ କାଗଜ ପତ୍ରକୁ ଗାଡି ଚଳାଇବା ସମୟରେ ନିଜ ସହିତ ରଖିବା ବି ଦରକାର । ଯାହା ଦ୍ଵାରା ପୋଲିସ ଚେକିଙ୍ଗ ସମୟରେ ଆପଣ ଏହି ସମସ୍ତ କାଗଜପତ୍ରକୁ ଦେଖାଇ ପାରିବେ ।

କିନ୍ତୁ କେତେକ ଲୋକମାନେ ସବୁବେଳେ ନିଜ ପାଖରେ ଏହି ସମସ୍ତ କାଗଜ ପତ୍ର ରଖି ନ ଥାନ୍ତି ଯେଉଁ କାରଣରୁ କେତେକ ଲୋକମାନଙ୍କୁ ଫାଇନ ଦେବାକୁ ପଡିଥାଏ । ଏମିତିରେ ବର୍ତ୍ତମାନ ଆପଣ ସମସ୍ତଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିଯିବ । କହିବାକୁ ଗଲେ ଅକ୍ଟୋବର ୧ ଅର୍ଥାତ ଆଜି ଠାରୁ ଟ୍ରାଫିକ ନିୟମ ସମ୍ବନ୍ଧିତ କିଛି ନୂଆ ନିୟମ ଲାଗୁ କରାଯାଇଛି । କହିବାକୁ ଗଲେ ଏହି ନୂଆ ନିୟମ ଅନୁସାରେ ଆପଣଙ୍କୁ ଆଜି ଠାରୁ ଗାଡି ଚଳାଇବା ସମୟରେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ବି ପ୍ରକାରର କାଗଜ ପତ୍ର ଦରକାର ପଡିବ ନାହିଁ ।

ଯଦି ଆପଣ କୌଣସି ବି ପ୍ରକାରର କାଗଜ ପତ୍ର ନିଜ ପାଖରେ ରଖି ନାହାନ୍ତି ତେବେ ଆପଣଙ୍କୁ ଆଉ ଚିନ୍ତା ବି କରିବାକୁ ପଡିବ ନାହିଁ କିମ୍ବା ଆପଣଙ୍କୁ କୌଣସି ପ୍ରକାରର ଫାଇନ ବି ଦେବାକୁ ପଡିବ ନାହିଁ । ଏଥିପାଇଁ ଚାଳକଙ୍କୁ ନିଜ ମୋବାଇଲରେ ଡିଜି ଲକ ଅପ ଓ ଏମ ପରିବନ ଆପ ରଖିବାକୁ ପଡିବ । ଏହି ଦୁଇଟି ଆପରେ ଆପଣ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡି ଇଂସୁରାନ୍ସ ସମେତ ଅନ୍ୟ ସମସ୍ତ କାଗଜପତ୍ର ରଖି ପାରିବେ ।

ଯେଉଁ ସମସ୍ତ କାଗଜପତ୍ରକୁ ଆପଣ କେଉଁଠି ବି କେଉଁ ସ୍ଥାନରେ ବି ଦେଖାଇ ପାରିବେ ଓ ପୋଲିସଙ୍କ ଠାରୁ ବଞ୍ଚି ପାରିବେ । ଏହିଭଳି ଭାବରେ ଆପଣଙ୍କୁ ନିଜ ସହିତ ଆଉ କୌଣସି ବି ପ୍ରକାରର କାଗଜପତ୍ର ରଖିବାକୁ ପଡିବ ନାହିଁ । କେବଳ ଆପଣ ନିଜର ମୋବାଇଲରେ ସବୁ କାଗଜପତ୍ର ଦେଖାଇ ପାରିବେ । କହିବାକୁ ଗଲେ ଏହି ନିୟମ ଆଜି ଅକ୍ଟୋବର ୧ରୁ ଲାଗୁ ହୋଇ ଯାଇଛି । ଏମିତିରେ ଆପଣ ଗାଡି ଚଳାଇବା ସମୟରେ ନିଜ ପାଖରେ ଡ଼ିଏଲ ଓ ଇଂସୁରାନ୍ସ ସମେତ କୌଣସି ବି ପ୍ରକାରର କାଗଜ ରଖିବା ପାଇଁ ଆପଣ ବାଧ୍ୟ ନୁହନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।