ସନୀ ଦେଓଲ କହିଲେ ଘାୟଲ ଫିଲ୍ମରେ କେହି ଟଙ୍କା ଲଗାଇବା ପାଇଁ ପ୍ରସ୍ତୁତ ନ ଥିଲେ, ଏମିତି କରିବାକୁ ପଡିଥିଲା ଫିଲ୍ମ

ବଲୀଉଡର ସୁପରଷ୍ଟାର ଅଭିନେତା ସନୀ ଦେଓଲ ଏକ ଭଲ ଅଭିନେତା ସହ ରାଜନେତା ବି ଅଟନ୍ତି । ସେ ନିଜର ଅଭିନୟ କ୍ୟାରିୟର ମଧ୍ୟରେ ରୋମାଣ୍ଟିକ ଠାରୁ ନେଇ ଆକ୍ସନ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଆଜି ଲକ୍ଷ ଲକ୍ଷ ଫ୍ୟାନ ଅଛନ୍ତି ଯେଉଁମାନେ ତାଙ୍କୁ ବଡ ପରଦାରେ ଦେଖିବାକୁ ପସନ୍ଦ କରନ୍ତି । କହିବାକୁ ଗଲେ ସନୀ ଦେଓଲଙ୍କ ଅଭିନୀତ ସମସ୍ତ ଫିଲ୍ମ ହିଟ ହୋଇଛି । ସେଥି ମଧ୍ୟରୁ ତାଙ୍କର ଗୋଟିଏ ଫିଲ୍ମ ଯାହାକି ସୁପରହିଟ ଥିଲା ତାହା ହେଉଛି ଫିଲ୍ମ ‘ଘାୟଲ’ ।

ସନୀ ଦେଓଲଙ୍କ ଏହି ଫିଲ୍ମ ରିଲିଜକୁ ଆଜି ପାଖପାଖି ୩୦ ବର୍ଷ ହୋଇ ଯାଇଛି । କିନ୍ତୁ ଆଜି ବି ତାଙ୍କର ଏହି ଫିଲ୍ମକୁ ନେଇ ଲୋକମାନଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଥାଏ । ଏହି ଫିଲ୍ମ ତାଙ୍କ କ୍ୟାରିୟର ସବୁଠୁ ଭଲ ଫିଲ୍ମ ଅଟେ । ଆଜି ବି ଯେତେବେଳେ ଟିଭିରେ ଏହି ଫିଲ୍ମ ଆସିଥାଏ ତେବେ ଲୋକମାନେ ଉତ୍ସାହରର ସହ ଏହି ଫିଲ୍ମକୁ ଦେଖିଥାନ୍ତି । ସନୀ ଦେଓଲଙ୍କ ଏହି ଫିଲ୍ମର ନିର୍ଦେଶନା ରାଜକୁମାର ସନ୍ତୋଷୀ କରିଥିଲେ ଓ ଡାୟରେକ୍ଟର ରୂପରେ ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା ।

 

ପ୍ରଥମ ଫିଲ୍ମ ସୁପଟହିଟ ହେବା ସହିତ ରାଜକୁମାର ସନ୍ତୋଷୀ ଏକ ଭଲ ଡାୟରେକ୍ଟର ରୂପରେ ବଲୀଉଡରେ ପରିଚିତ ହୋଇଗଲେ । ଏମିତିରେ ବର୍ତ୍ତମାନ ହିଁ ସନୀ ଦେଓଲ ଫିଲ୍ମ ଘାୟଲକୁ ନେଇ ନିଜର ଖାସ କଥାବାର୍ତ୍ତାରେ ନିଜର ପୁରୁଣା ଦିନକୁ ମନେ ପକାଇଛନ୍ତି । ସନୀ ଦେଓଲ କହିଲେ, ରାଜକୁରମାର ସନ୍ତୋଷୀ ନିର୍ଦେଶକ ରୂପରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉ ଥିଲେ । ଏହା ପରେ ସେ ମୋତେ ଫିଲ୍ମର କାହାଣୀ ଶୁଣାଇଲେ ଓ ମୋତେ କାହାଣୀ ପସନ୍ଦ ବି ଆସିଲା ।

ଏହା ପରେ ସନୀ ଦେଓଲ ଫିଲ୍ମକୁ ନେଇ ବହୁତ ପ୍ରଡ୍ୟୁସର ଓ ଫିଲ୍ମମେକରଙ୍କ ପାଖକୁ ଗଲେ । କେତେକ ଲୋକମାନେ କହିଲେ କି ଏହି ଫିଲ୍ମ କର ନାହିଁ କାରଣ ଏହା ଚାଲିବ ନାହିଁ । ଏହା ପରେ ସନୀ ଦେଓଲ ନିଜ ପିତା ଧର୍ମେନ୍ଦ୍ରଙ୍କ ପାଖକୁ ଗଲେ । ଏହା ପରେ ଧର୍ମେନ୍ଦ୍ର ତାଙ୍କର ଏହି ଫିଲ୍ମରେ ଟଙ୍କା ଲଗାଇବା ପାଇଁ ପ୍ରସ୍ତୁତ ହୋଇଗଲେ । ଏହା ପରେ ଫିଲ୍ମ ଯେତେବେଳେ ରିଲିଜ ହେଲା ତ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଲା ।

ଏହା ଛଡା ଏହି ଫିଲ୍ମକୁ କେତେକ ପୁରସ୍କାର ବି ମିଳିଲା ଓ ଏହା ପରେ ସନୀ ଦେଓଲଙ୍କ ଜୀବନରେ ଘାୟଲ ସବୁଠୁ ସୁପର ହିଟ ଫିଲ୍ମ ରୂପରେ ସାମିଲ ହୋଇଗଲା ।