ଅନ୍ୟକୁ ସାହାଯ୍ୟ ମାଗିବା ପୂର୍ବରୁ ଚାଣକ୍ୟଙ୍କ ଏହି ଗୋଟିଏ କଥା ଧ୍ୟାନ ରଖିବେ

ଯଦି କାହାକୁ ଆପଣ ଅସୁବିଧା ସମୟରେ ସହାୟତା ମାଗୁଛନ୍ତି ତେବେ ଏହି ଗୋଟିଏ ଜିନିଷର ଧ୍ୟାନ ରଖନ୍ତୁ ନଚେତ ବହୁତ ଅସୁବିଧାରେ ଆପଣ ପଡ଼ିପାରନ୍ତି । ଅସୁବିଧା ସମୟରେ ଭୁଲ ରେ ମଧ୍ୟ କାହାକୁ ଏହି ସାହାଯ୍ୟ ମାଗନ୍ତୁ ନାହିଁ ନଚେତ ହୋଇଯିବେ ଆପଣ କାଙ୍ଗାଳ । ତେବେ ଦୁଃଖ ତ ସଭିଙ୍କ ଜୀବନରେ ଆସିଥାଏ । ଏହି ସମୟରେ ଭାଙ୍ଗି ପଡିବା ଉଚିତ ନୁହେଁ ।

ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି ଦୁଃଖ ସୁଖ ସମୟରେ କିପରି ଚଳିବା ଉଚିତ ସେକଥା ନୀତି ବାଣୀ ରେ ଉଲ୍ଲେଖ କରିଛନ୍ତି । ସାହାଯ୍ୟ ମାଗିବା ପୂର୍ବରୁ ଏହି କଥାର ଧ୍ୟାନ ରଖନ୍ତୁ । ନିଜ ସ୍ତ୍ରୀ କୁ ଭୁଲ ରେ ମଧ୍ୟ ସହାୟତା ମାଗନ୍ତୁ ନାହିଁ । ସ୍ତ୍ରୀ ଅଳଙ୍କାର ଗହଣା କୁ ବନ୍ଧା ପକାଇ ଅନେକ ବ୍ୟକ୍ତି ନିଜ ସମସ୍ୟା କୁ ଦୂର କରିଥାନ୍ତି । କିନ୍ତୁ ଏହା ଅନୁଚିତ, ଘରେ ଥିବା ସୁନାରେ ଲକ୍ଷ୍ମୀ ଙ୍କ ବାସ ଥାଏ । ନିଜ ଘର ଲକ୍ଷ୍ମୀ କୁ ପଦାରେ ରଖିବା ମହାଲକ୍ଷ୍ମୀ ଙ୍କ ଅସମ୍ମାନ କରିବା ସହ ସମାନ ହୋଇଥାଏ । ଯଦି ଆପଣ ଏଭଳି କରନ୍ତି ତେବେ ଆପଣଙ୍କ ଭବିଷ୍ୟତରେ ଅସୁବିଧା ଆହୁରି ବଢିଯିବ ।

ଯଦି ଆପଣ କୌଣସି ବ୍ୟବସାୟୀ କିମ୍ବା ସାହୁକାର ଠାରୁ ଅସୁବିଧାରେ ପଡି ଧନ ଆଣୁଛନ୍ତି ତେବେ ଏହି ଗୋଟିଏ କଥାର ଧ୍ୟାନ ରଖନ୍ତୁ ସେ ଯେତେ ପଚାରିଲେ ମଧ୍ୟ ନିଜ ଅସୁବିଧା ତଥା ଟଙ୍କା ନେବାର କାରଣ ପ୍ରକାଶ କରନ୍ତୁ ନାହିଁ । ଏବଂ ଧନର ଆଦାନ ପ୍ରଦାନ କେବେ ମଧ୍ୟ ଏକୁଟିଆରେ କରନ୍ତୁ ନାହିଁ । କୌଣସି ଭଦ୍ର ବରିଷ୍ଠ ଜ୍ଞାନୀ ବୟସ୍କ କିମ୍ବା ବୁଦ୍ଧିମାନ ଯୁବକ ଙ୍କୁ ସାଥିରେ ନେଇକରି ଯାଆନ୍ତୁ ।

ଅନେକ ବ୍ୟକ୍ତି ଅଛନ୍ତି ଯଦି ଜୀବନରେ କୌଣସି ସମସ୍ୟା ଦୁବିଧାରେ ପଡି ଯାଆନ୍ତି ତେବେ ସେ ନିଜ ବନ୍ଧୁ ପରିଜନ ଙ୍କ ଘରକୁ ଯାଇଥାନ୍ତି । କିନ୍ତୁ ଏହି ଜିନିଷ ର ଧ୍ୟାନ ରଖନ୍ତୁ ଯଦି ସେ ଆପଣଙ୍କ ଅତି ନିକଟର ହୋଇଥାନ୍ତି ସବୁ ଦିନ ମିଳାମିଶା କଥା ବାର୍ତ୍ତା ଥିବ ତେବେ ହିଁ ତାଙ୍କୁ ସାହାଯ୍ୟ ମାଗନ୍ତୁ ନଚେତ ସାହାଯ୍ୟ ମାଗନ୍ତୁ ନାହିଁ ।

 

ଅସୁବିଧା ସମୟରେ ଆପଣ ନିଜର ସେହି ସାଙ୍ଗ କୁ ସହାୟତା ମାଗନ୍ତୁ ଯିଏ ଆପଣଙ୍କ ସହ ବାଲ୍ୟ କାଳ ରୁ ମିଶିଛି । ଏଭଳି ବନ୍ଧୁ ବହୁତ ବିଶ୍ୱସ୍ଥ ହୋଇଥାଏ । ଆପଣଙ୍କ ଅସୁବିଧା ଅନ୍ୟ କାହାରି ଆଗରେ କୁହେ ନାହିଁ । ଯଦି ଅସୁବିଧା ସମୟରେ ଟଙ୍କା ନେଇ ଆପଣ ଏହାକୁ ଫେରାଇବାରେ ବିଳମ୍ବ କରୁଛନ୍ତି ତେବେ ୟାଠାରୁ ଆଉ ହିନ କାର୍ଯ୍ୟ ଆଉ କିଛି ଏହି ସଂସାରରେ ନାହିଁ ।

ଟଙ୍କା ହିଁ ଭାବ ଲଗାଇଥାଏ ଏବଂ ଟଙ୍କା ହିଁ ଭାବ ଛଡାଇ ଥାଏ । ତେଣୁ ଏହାକୁ କେବେ ହେଲେ ବାକି ରଖନ୍ତୁ ନାହିଁ । ବିଳମ୍ବ ନକରି ଶୀଘ୍ର ଏହାକୁ ସୁଝିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସହାୟତା କେବେ ମଧ୍ୟ ମାଗନ୍ତୁ ନାହିଁ । ଯଦି ସେ ଆପଣଙ୍କ ପରିବାର ର ହୋଇଥାନ୍ତି ତେବେ ଭୁଲରେ ମଧ୍ୟ ତାଙ୍କ ଠାରୁ ଟଙ୍କା ପଇସା ସହାୟତା ଲୋଡନ୍ତୁ ନାହିଁ ।

ଏହା ଦ୍ୱାରା ଆପଣଙ୍କ ସମସ୍ୟା ଆହୁରି ବଢିଯିବ । ନିଜ ପ୍ରିୟ ବନ୍ଧୁ ଠାରୁ ଆପଣ ସହାୟତା ଆଣିପାରିବେ କିନ୍ତୁ ଭୁଲରେ ମଧ୍ୟ ନିଜ ପରିବାର ସଦସ୍ୟ କୁଟୁମ୍ବ ମାନଙ୍କୁ ସାହାଯ୍ୟ ମାଗନ୍ତୁ ନାହିଁ ଏହା ଦ୍ୱାରା ବଞ୍ଚିଥିବା ସମ୍ମାନ ମଧ୍ୟ ଚାଲିଯାଇଥାଏ ।