ଭାରତୀୟ ସେନାର ବାହାଦୁର, ଯିଏ ଏକ ହଜାର ଟଙ୍କା ପାଇଁ ପାକିସ୍ତାନର ଅବସ୍ଥା କରିଦେଇ ଥିଲେ, ଆଜିବି ଡରିଥାଏ ଶତ୍ରୁ

ପାକିସ୍ତାନକୁ ଦୁଇ ଖଣ୍ଡ କରିଥିବା ଏବଂ ୧୯୭୧ ମସିହାରେ ଯୁଦ୍ଧର ହିରୋ ଫିଲ୍ଡ ମାର୍ଶଲ ସେମ ମାନେକାଂଶା ୨୭ ଜୁନ ୨୦୦୮ ମସିହାରେ ଦୁନିଆକୁ ବିଦାୟ ଦେଇଥିଲେ । ସେ ଭାରତୀୟ ସେନାର ଏମିତି ଜଣେ ଯବାନ ଥିଲେ ଯାହାକୁ ତାଙ୍କର ବାହାଦୁରି ଏବଂ ଭଲ ହୃଦୟ ପାଇଁ ମନେ ପକାଯାଇ ଥାଏ । ତାଙ୍କ ନେତୃତ୍ଵରେ ଭାରତ ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧ ଜିତିଥିଲା । ସେହି ସମୟରେ ସେମ ଭାରତୀୟ ଦଳର ମୁଖ୍ୟ ଥିଲେ । ୧୯୭୧ରେ ପାକିସ୍ତାନରୁ ପୂର୍ବ ପାକିସ୍ତାନ ଅଲଗା ହୋଇ ଏକ ଦେଶ ହୋଇଥିଲା ଯାହା ବାଙ୍ଗଲାଦେଶ ନାମରେ ଜଣାଗଲା ।

ଯେତବେଳେ ଇନ୍ଦିରା ଗାନ୍ଧୀଙ୍କୁ କହିଦେଇ ଥିଲେ ସୁଇଟି

ସେମ ଇନ୍ଦିରା ଗାନ୍ଧୀଙ୍କୁ ୧୯୭୧ ମସିହାରେ ସୁଇଟ କହିଦେଇ ଥିଲେ । ଥରେ ଇନ୍ଦିରା ତାଙ୍କ ଆର୍ମୀ ମୁଖ୍ୟଙ୍କୁ ଯୁଦ୍ଧ ପାଇଁ ପଚାରିଲେ ସେତବେଳେ ସେମ କହିଥିଲେ କି ସବୁବେଳେ ମୁଁ ପ୍ରସ୍ତୁତ ଅଛି ସୁଇଟି । ଇନ୍ଦିରା ଗାନ୍ଧୀ ଜାଣିଥିଲେ କି ସେମ ଯେଉଁ ଲିଡରର ଶକ୍ତିରେ ପୂର୍ବ ପାକିସ୍ତାନରେ ଯୁଦ୍ଧ ଜିତି ପାରିବେ । ଏଥିପାଇଁ ସେ ତାଙ୍କର ସବୁ ବ୍ୟବହାର ସହିଯାଇ ଥିଲେ ।

ଇନ୍ଦିରା ଗାନ୍ଧୀଙ୍କ କଥା କାଟିବା ପାଇଁ ସେ ଡରୁ ନଥିଲେ

ସେମ ଭାରତର ଜଣେ ଏମିତି ଆର୍ମୀ ଥିଲେ ଯିଏ ସେହି ସମୟରେ ତତ୍କାଳୀନ ପିଏମ ଇନ୍ଦିରା ଗାନ୍ଧୀଙ୍କ କଥା କାଟିବା ପାଇଁ ମଧ୍ୟ ଡରୁ ନଥିଲେ । ସେମ ଇନ୍ଦିରାଙ୍କୁ ମ୍ୟାଡ଼ମ କହିବା ପାଇଁ ଅସ୍ଵୀକାର କରିଦେଇ ଥିଲେ । ସେମ ନିଜ କଥା ଖୋଲି କହୁଥିଲେ । ସେ ଥରେ ଇନ୍ଦିରା ଗାନ୍ଧୀଙ୍କୁ ମ୍ୟାଡ଼ମ କହିବା ପାଇଁ ଅସ୍ଵୀକାର କରିଥିଲେ । ସେ କହିଥିଲେ କି ଏହି ସମ୍ବୋଧନ ଜଣେ ଖାସ ବର୍ଗ ପାଇଁ ହୋଇଥାଏ । ସେ କହିଥିଲେ ସେ ତାଙ୍କୁ କେବଳ ପ୍ରଧାନମନ୍ତ୍ରୀ ହିଁ କହିବେ ।

ଏକ ମଟୋରସାଇକେଲ ପରିବର୍ତ୍ତେ ନେଇଥିଲେ ଅଧା ପାକିସ୍ତାନ

ସେମଙ୍କ ସହିତ ଜଡିତ ଏକ ଉପନ୍ୟାସ ବହୁତ ଲୋକପ୍ରିୟ ଅଟେ । ସେମ ଏବଂ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ୟାହିମା ଖାନ ଏକା ସହିତ ସେନାରେ ଥିଲେ ଏବଂ ଉଭୟ ବନ୍ଧୁ ମଧ୍ୟ ଥିଲେ । ସେତବେଳେ ସେମଙ୍କ ପାଖରେ ଏକ ୟୁଏସ ମେଡ ମୋଟରସାଇକେଲ ଥିଲା । ଦେଶ ଭାଗ ହେବା ପରେ ୟାହିମା ପାକିସ୍ତାନ ସେନାକୁ ଚାଲିଗଲେ । ଯିବା ସମୟରେ ସେ ସେମଙ୍କ ଠାରୁ ୧୦୦୦ଟଙ୍କାରେ ତାଙ୍କ ମୋଟରସାଇକେଲ କିଣି ନେଇଥିଲେ । କିନ୍ତୁ ଟଙ୍କା ଦେଇନଥିଲେ ।

 

ୟାହିମା ପାକିସ୍ତାନରେ କୌଶଳରେ ରାଷ୍ଟ୍ରପତି ପଦ ପାଇଥିଲେ । ସେମ ଭାରତର ସେନା ମୁଖ୍ୟ ହୋଇଗଲେ । ୧୯୭୧ରେ ଯୁଦ୍ଧ ଜିତିବା ପରେ ସେମ କହିଥିଲେ କି ୟାହିମା ଅଧା ଦେଶ ବଦଳରେ ତାଙ୍କ ମଟରସାଇକେଲର ଦାମ ସୁଝି ଥିଲେ ।

ଅମୃତସରର ପାରସୀ ପରିବାରରେ ଜନ୍ମ ହୋଇଥିଲେ

ସେମ ୩ ଏପ୍ରିଲ ୧୯୧୪ ମସିହାରେ ଅମୃତସରରେ ଏକ ପାରସୀ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପରିବାର ଗୁଜୁରାଟର ବଲସାଡ ସହରରୁ ପଞ୍ଜାବ ଆସିଥିଲେ । ସେ ପ୍ରଥମେ ଅମୃତସରରେ ନିଜର ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରେ ନେନୀତାଲର ଶେରବୁଡ କଲେଜରେ ପଢିଥିଲେ ।

୧୯୩୪ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ

ସେମ ଡେରାଡୁନର ଇଣ୍ଡିଆନ ମିଲିଟ୍ରି ଏକାଡେମିର ପ୍ରଥମ ବ୍ୟାଚ ପାଇଁ ବଛାଯାଇ ଥିଲେ ଏବଂ ୪୦ଜଣ ଛାତ୍ରଙ୍କ ମଧ୍ୟରେ ଜଣେ ଥିଲେ । ସେଠାରୁ ସେ କମିଶନ ପାଇବା ପରେ ୧୯୩୪ରେ ଭାରତୀୟ ସେନାରେ ଭର୍ତି ହେଲେ ।

ଲାହୋର ଗଲେ ଏବଂ ୨ବର୍ଷ ବନ୍ଧୁତା ପରେ ବିବାହ

ସେମ ୧୯୩୭ରେ ଏକ ସାର୍ବଜନୀନ ସମାରୋହ ପାଇଁ ଲାହୋର ଯାଇଥିଲେ ଯେଉଁଠାରେ ତାଙ୍କର ସିଲ୍ଲୋଙ୍କ ସହ ଭେଟ ହୋଇଥିଲା ଏବଂ ୨ବର୍ଷ ବନ୍ଧୁତା ପରେ ସେମାନେ ୨୨ ଏପ୍ରିଲ ୧୯୩୯ରେ ବିବାହ କରିଥିଲେ । ୧୯୭୩ରେ ସେନା ମୁଖ୍ୟ ପଦରୁ ଅବସର ନେବାପରେ ସେ ତାମିଲନାଡୁରେ ରହୁଥିଲେ । ବୃଦ୍ଧାବସ୍ତାରେ ତାଙ୍କୁ ଫୁସଫୁସ ସମ୍ବନ୍ଧି ରୋଗ ହୋଇଥିଲା ଏବଂ ସେ କୋମାକୁ ମଧ୍ୟ ଚାଲିଯାଇ ଥିଲେ ।

୧୭ତମ ଇନ୍ଫେଟ୍ରି ଡିଭିଜନରେ ସେ ପ୍ରଥମ ଥର ପାଇଁ ସେକେଣ୍ଡ ୱାର୍ଡ ୱାରରେ ଯୁଦ୍ଧର ସ୍ଵାଦ ଚାଖିଥିଲେ । ଫ୍ରେଟିୟର ଫୋର୍ସ ରେଜିମେଣ୍ଟର କ୍ୟାପ୍ଟେନ ଭାବରେ ବର୍ମା ଅଭିଯାନ ସମୟରେ ସେତାଙ୍ଗ ନଦୀର କୂଳରେ ଜାପାନୀ ମାନଙ୍କ ଠାରୁ ଲୁହା ନେବା ସମୟରେ ସେ ଗୁରୁତର ଆହତ ହୋଇଥିଲେ ।

୧୯୪୬ରେ ସେ ପ୍ରଥମ ଗ୍ରେଡ ଷ୍ଟାଫ ଅଫିସର ହାଇ ମିଲିଟ୍ରି ଅପରେସନ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ଭାରତର ସ୍ଵାଧୀନତା ପରେ ଗୋରଖମାନଙ୍କୁ ସମ୍ଭାଳିବା ବାଲା ପ୍ରଥମ ଭାରତୀୟ ଅଧିକାରୀ ଥିଲେ । ଗୋରଖମାନେ ତାଙ୍କୁ ପ୍ରଥମେ ସେମ ବାହାଦୁର ନାମରେ ଡାକିବା ଆରମ୍ଭ କରିଥିଲେ ।

ପ୍ରଗତିର ସିଢି ଚଢି ସେମଙ୍କୁ ନାଗାଲ୍ୟାଣ୍ଡ ସମସ୍ୟାକୁ ସମାଧାନ କରିବାରେ ଯୋଗଦାନ ଦେବା ପାଇଁ ୧୯୬୮ରେ ପଦ୍ମ ଭୂଷଣ ସହିତ ସଂମ୍ମାନିତ କରାଯାଇଥିଲା । ୭ଜୁନ ୧୯୬୯ରେ ସେମ ଜର୍ନାଲ କୁମାରମଙ୍ଗଳମ ପରେ ଭାରତର ୮ତମ ଚିଫ ଅଫ ଦି ଆର୍ମୀ ଷ୍ଟାଫ ହୋଇ ଥିଲେ । ଡିସେମ୍ବର ୧୯୭୧ରେ ପାକିସ୍ତାନକୁ ଦୁଇ ଭାଗ କରିଦେଇ ଥିଲେ ଏବଂ ବାଙ୍ଗଲାଦେଶର ନିର୍ମାଣ କରିଥିଲେ । ତାଙ୍କୁ ଦେଶପ୍ରେମ ପାଇଁ ୧ ଜାନୁୟାରୀ ୧୯୭୩ରେ ଫିଲ୍ଡ ମାର୍ସଲ ପଦରେ ସମ୍ମାନିତ କରାଗଲା । ସେ ବହୁତ ଦିନ ଧରି ଦେଶ ସେବା କରିବା ପରେ ୧୫ ଜାନୁୟାରୀ ୧୯୭୩ରେ ଫିଲ୍ଡ ମାର୍ସଲ ପଦରୁ ଅବସର ନେଇଥିଲେ ।