Jennifer Winget ଙ୍କ ଇନକମ, ଘର, ପରିବାର, ଲାଇଫ ଷ୍ଟାଇଲ

ଆପଣ ସମସ୍ତେ ଜେନିଫର ୱିଂଗେଟ ବିଷୟରେ ନିଶ୍ଚିତ ଜାଣିଥିବେ । କାରଣ ଜେନିଫର ୱିଂଗେଟ ଟିଭି ଜଗତର ନମ୍ବର ୧ ଅଭିନେତ୍ରୀ ଅଟନ୍ତି । ଏହା ସହିତ ତାଙ୍କର ଫ୍ୟାନ ଫୋଲଇଙ୍ଗ ବି ସବୁଠୁ ଅଧିକ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଜେନିଫର ୱିଂଗେଟଙ୍କର ଲାଇଫଷ୍ଟାଇଲ, ଆୟ, ଘର, ସ୍ଵାମୀ, କାର ଓ ପରିବାର ବିଷୟରେ ଆପଣଙ୍କୁ କହିବୁ । ଜେନିଫର ୱିଂଗେଟଙ୍କ ନିକ ନେମ ଜେନି ଅଟେ । ୩୦ ମେ ୧୯୮୫ରେ ମୁମ୍ବାଇ ମହାରାଷ୍ଟ୍ରରେ ଜେନିଫର ୱିଂଗେଟଙ୍କ ଜନ୍ମ ହୋଇଥିଲା ।

ବର୍ତ୍ତମାନ ସେ ୩୫ ବର୍ଷର ହୋଇ ଯାଇଛନ୍ତି । ସେ ନିଜର ସ୍କୁଲ ଶିକ୍ଷା St Xavier High School Mumbaiରୁ ପୁରା କରିଛନ୍ତି । ଏହା ପରେ ସେ K. J. Somaiya College of Science and Commerceରେ ନିଜର କଲେଜ ଶିକ୍ଷା ପୁରା କରିଛନ୍ତି ।

ଜେନିଫର ୱିଂଗେଟ ନିଜର କ୍ୟାରିୟରର ଆରମ୍ଭ ଶିଶୁକଳାକାର ରୂପରେ କରିଥିଲେ । ସେ ପ୍ରଥମ କିଛି ଫିଲ୍ମରେ ନଜର ଆସିଥିଲେ । ଏହା ପରେ ସେ ବହୁତ ଟିଭି ସିରିୟଲରେ ମୁଖ୍ୟ ଓ ସପୋରଟିଙ୍ଗ ରୋଲରେ ନଜର ଆସିଲେ । କିନ୍ତୁ ତାଙ୍କୁ ଅସଲ ପରିଚୟ ସିରିୟଲ ‘ସରସ୍ଵତୀଚନ୍ଦ୍ର’ରେ ମିଳିଥିଲା । ଏଥିରେ ସେ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସିଥିଲେ । ଏହି ସିରିୟଲ ପାଇଁ ଜେନିଫର ୱିଂଗେଟଙ୍କୁ ବେସ୍ଟ ଏକ୍ଟ୍ରେସ କ୍ରିଟିସର ପୁରଷ୍କାର ବି ମିଳିଥିଲା ।

ଏହା ପରେ ୨୦୧୬ରେ ଜେନିଫର ୱିଂଗେଟ ସୋନି ଟିଭି ର ଶୋ ବେହଦରେ ନଜର ଆସିଲେ । ଯେଉଁଥିପାଇଁ ତାଙ୍କୁ ବହୁତ ପୁରଷ୍କାର ବି ମିଳିଲା । ଏହା ପରେ ୨୦୧୮ରେ କଲର୍ସ ଟିଭିର ସିରିୟଲ ବେପନାହରେ ସେ ନଜର ଆସିଲେ । ଏହି ସିରିୟଲରେ ତାଙ୍କୁ ଓ ସିରିୟଲକୁ ଫ୍ୟାନମାନେ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ସମୟରେ ସେ ବେହଦ ୨ରେ କାମ କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଜେନିଫର ୱିଂଗେଟ ଟିଭି ସିରିୟଲ ଓ ଫିଲ୍ମ ଛଡା ୱେବ ସିରିଜରେ ବି କାମ କରିଛନ୍ତି ।

ଏହା ଛଡା ଜେନିଫର ୱିଂଗେଟ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପିତାଙ୍କ ନାମ ହେମନ୍ତ ଜେନିଫର ୱିଂଗେଟ ଓ ମା ଙ୍କ ନାମ ପ୍ରଭା ଜେନିଫର ୱିଂଗେଟ ଅଟେ । ତାଙ୍କର ଜଣେ ଭାଇ ବି ଅଛନ୍ତି ଯାହାର ନାମ ମୋସେସ ୱିଂଗେଟ ଅଟେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଜେନିଫର ୱିଂଗେଟ ୨୦୧୨ରେ କରଣ ସିଂହ ଗ୍ରୋବରଙ୍କୁ ବିବାହ କରିଥିଲେ ।

କିନ୍ତୁ ୨୦୧୪ରେ ଏମାନଙ୍କର ଡିଭର୍ସ ହୋଇଗଲା । ଯଦି ତାଙ୍କର ଘର ବିଷୟରେ କହିବା ତେବେ ଜେନିଫର ୱିଂଗେଟ ମୁମ୍ବାଇରେ ନିଜର ପରିବାର ସହ ରହୁଛନ୍ତି । ଏହା ଛଡା ତାଙ୍କର ଗୋଆରେ ବି ଘର ଅଛି । ଆପଣ ଫଟୋରେ ତାଙ୍କର ଘର ଦେଖି ଅନ୍ଦାଜ ଲଗାଇ ପାରିବେ କି ତାଙ୍କ ଘରର ମୂଲ୍ୟ କେତେ ଅଟେ । ତାଙ୍କ ପାଖରେ Volkswagan Polo କାର ଅଛି ଯାହାର ଦାମ ୧୧ ଲକ୍ଷ ଟଙ୍କା ଅଟେ ।

ଏହା ସହିତ ତାଙ୍କ ପାଖରେ BMW Z4 ବି ଅଛି । ଯାହାର ଦାମ ୮୦ ଲକ୍ଷ ଟଙ୍କା ଅଟେ । ଯଦି ତାଙ୍କର ସ୍ୟାଲେରୀ ବିଷୟରେ କହିବା ତେବେ ଜେନିଫର ୱିଂଗେଟ ଗୋଟିଏ ଏପିସୋଡ ପାଇଁ ୨ ଲକ୍ଷ ଟଙ୍କା ନେଇଥାନ୍ତି । ଜେନିଫର ୱିଂଗେଟ ବର୍ଷକୁ ପାଖପାଖି ୮୦ କୋଟି ଟଙ୍କା ଆୟ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।