ସିରିଏଲ ରାମୟଣ ସୁଟିଙ୍ଗ ସେଟ ରେ ସୁଟିଙ୍ଗ ସାରିବା ପରେ ପୁରା ଦିନ ବସି କାନ୍ଦୁଥିଲେ ରାବଣ (Arvind Trivedi) ଓ କିଛି ଖାଉ ବି ନଥିଲେ ! କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଆଉ ନାହାନ୍ତି ରାମାୟଣର ରାବଣ । ସେ ୮୨ ବର୍ଷ ବୟସରେ ସବୁ ଦିନ ପାଇଁ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଅରବିନ୍ଦ ତ୍ରିବେଦୀ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । କେବଳ ରାମାୟଣ ନୁହେଁ ବରଂ ସେ ୩୦୦ ରୁ ଅଧିକ ଗୁଜୁରାଟୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଦିନେ ନାଉରୀ ଚରିତ୍ରରେ ଅଭିନୟ କରିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ଅରବିନ୍ଦ । କିନ୍ତୁ ଭାଗ୍ୟ ତାଙ୍କୁ ଟାଣି ନେଇଥିଲା ରାମାୟଣର ରାବଣ ଚରିତ୍ର ପାଇଁ ।

ରାମାୟଣର ଏହି ରାବଣଙ୍କ ହୁଏତ ମୃ-ତ୍ୟୁ ହୋଇ ସାରିଛି । କିନ୍ତୁ ଦର୍ଶକଙ୍କ ହୃଦୟରେ ସେ ଆଜି ମଧ୍ୟ ଜୀବିତ ରହିଛନ୍ତି । ଧାରାବାହିକ ରାମାୟଣର ଲୋକପ୍ରିୟତା ଏତେ ଥିଲା ଯେ ତାହା ଟିଭିରେ ପ୍ରସାରିତ ହେବା ପୂର୍ବରୁ ଲୋକେ କାମ ଶେଷ କରି ଟିଭି ଆଗରେ ବସି ପଡୁଥିଲେ । ନିଜ ପରିବାର ଏବଂ ସାଇ ପଡିଶାଙ୍କ ସହ ଏକାଠି ବସି କଳା-ଧଳା ପରଦାରେ ରାମାୟଣର ମଜା ନେଉଥିଲେ ଦର୍ଶକ । ସବୁଠୁ ଖାସ କଥା ହେଉଛି ରାମାୟଣର ପ୍ରତ୍ଯେକ ଚରିତ୍ର ଲୋକଙ୍କ ହୃଦୟରେ ଏକ ଜୀବନ୍ତ ଛବି ଆଙ୍କିବାରେ ସକ୍ଷମ ହୋଇଥିଲେ ।

ରାମାୟଣ କଥା ଆଲୋଚନା ହେଉଥିଲେ ଏହି ଚରିତ୍ର ମାନଙ୍କ ଚେହେରା ଆଖି ସମାନାକୁ ଚାଲି ଆସେ । କିଛି ଲୋକେ ତ ଏମାନଙ୍କୁ ସତ ବୋଲି ଭାବି ନିଅନ୍ତି । ରାବଣର ଅ-ହଂ-କା-ର, ହସ ଏବଂ ଅଭିମାନକୁ ଅରବିନ୍ଦ ତ୍ରିବେଦୀ ଏତେ ନିଛକ ଭାବେ ପରିବେଷଣ କରୁଥିଲେ ଯେ ତାହା ବାସ୍ତବ ଭଳି ମନେ ହେଉଥିଲା । ପରଦାରେ ରାବଣ ଚିରିତ୍ରରେ ଅଭିନୟ କରୁଥିଲେ ମଧ୍ୟ ବାସ୍ତବରେ ସେ ଜଣେ ରାମଭକ୍ତ ।

ପ୍ରଥମେ ଦିଗଜ ଅଭିନେତା ଅମରେଶ ପୁରୀଙ୍କୁ ଏହି ଚରିତ୍ର ପାଇଁ ଚୟନ କରାଯାଇଥିଲା । କିନ୍ତୁ ନାଉରୀ ଚରିତ୍ରରେ ଅଡିସନ ଦେବା ପାଇଁ ଆସିଥିବା ଅରବିନ୍ଦଙ୍କ ଅଙ୍ଗଭଙ୍ଗୀ ଦେଖି ତାଙ୍କୁ ରାମାୟଣର ରାବଣ ପାଇଁ ଚୟନ କରାଯାଇଥିଲା । ଏହି ଧାରାବାହିକରୁ ତାଙ୍କୁ ଏତେ ଲୋକପ୍ରିୟତା ମିଳିଥିଲା ସେ ଲୋକଙ୍କ ହୃଦୟରେ ଲଙ୍କାପତି ରାବଣ ଭାବେ ଛାଇ ଯାଇଥିଲେ । ତେବେ ଶୁଟିଙ୍ଗ ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ୫ ଘଟନା ସମୟ ଲାଗୁଥିଲା ଓ ତାଙ୍କ ମୁକୁଟର ଓଜନ ଥିଲା ୧୦କିଲୋ ।

ଏହି ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ଠାରୁ କିଛି କମ ନଥିଲା । ଶୁ-ଟି-ଙ୍ଗ ପୂର୍ବରୁ ସେ ଖୁବ ଚିନ୍ତାରେ ପଡି ଯାଉଥିଲେ । ନିଜ ଭଗବାନଙ୍କୁ ଶୁ-ଟି-ଙ୍ଗ ସମୟରେ ଓ-ଲ-ଟା ପା-ଲ-ଟା ଶବ୍ଦ ବ୍ୟବହାର କରିବାକୁ ତାଙ୍କୁ ଖୁବ କଷ୍ଟ ଲାଗୁଥିଲା । ଏଥିପାଇଁ ସେ ପୁରା ଦିନ ଉପବାସ ରହୁଥିଲେ ଓ ଶୁ-ଟି-ଙ୍ଗ ପରେ ରାମ ଏବଂ ଭଗବାନ ଶିବଙ୍କ ପୂଜା କରୁଥିଲେ । କିନ୍ତୁ ଶୁ-ଟି-ଙ୍ଗ ପରେ ସେ ଖୁବ କାନ୍ଦୁଥିଲେ କାରଣ ଭଗବାନଙ୍କ ଏପ୍ରକାର ଶବ୍ଦ ବ୍ୟବହାର କରି ତାଙ୍କୁ ଖୁବ କଷ୍ଟ ହେଉଥିଲା ।

ସେ ଆଜି ଏହି ଦୁନିଆରେ ନଥିଲେ ମଧ୍ୟ ରାମାୟଣର ରାବଣଙ୍କ ଚରିତ୍ରରେ ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ଅମର ହୋଇ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।