bollywood ଆକ୍ଟ୍ରେସ Sakshi Tanwar ଙ୍କ Lifestyle & Family, ସମ୍ପତି ବିଷୟରେ ଜାଣିଲେ ତ ଆପଣ ଚମକି ପଡିବେ

ସାକ୍ଷୀ ତନୱାର ଭାରତୀୟ ଟେଲିଭିଜନ ର ଜଣେ ସୁପରିଚିତ ନାମ । ସେ ଜଣେ ଦକ୍ଷ ଅଭିନେତ୍ରୀ ସହ ଜଣେ କୁଶଳୀ ଟେଲିଭିଜନ ହୋଷ୍ଟ ମଧ୍ୟ । ତାଙ୍କ ଜନ୍ମ ୧୨ ଜାନୁୟାରୀ ୧୯୭୩ ମସିହା ଅଲ୍ଵର୍, ରାଜସ୍ଥାନ ରେ ହୋଇଥିଲା । ବର୍ତ୍ତମାନ ସାକ୍ଷୀ ୪୭ ବର୍ଷ ବୟସର ହୋଇ ଯାଇଛନ୍ତି । ସେ କେନ୍ଦ୍ରୀୟ ବିଦ୍ୟାଳୟ ରୁ ନିଜ ସ୍କୁଲ ପାଠ ପଢା ଶେଷ କରିଥିଲେ ଓ ଲେଡୀ ଶ୍ରୀ ରାମ କଲେଜ ନିୟୁ ଦିଲ୍ଲୀ ରୁ ନିଜ ସ୍ନାତକ ଡିଗ୍ରୀ ଶେଷ କରିଥିଲେ ।

ସାକ୍ଷୀ ତନୱାର ୧୯୯୮ ମସିହାରେ ଡି ଡି ନ୍ୟାସନାଲ କାର୍ଯ୍ୟକ୍ରମ ଅଲବେଲା ସୁର୍ ମେଲାରୁ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ତା ପରେ ୨୦୦୦ ମସିହାରେ ଧାରାବାହିକ କାହାନୀ ଘର୍ ଘର୍ କି ରେ କାମ କରିଥିଲେ । ପୁଣି ୨୦୦୧ ମସିହାରେ କୁତୁବ୍ ରେ କାମ କରିଥିଲେ, ଯେଉଁଥିରେ ସେ ମାୟା ଭୂମିକାରେ ଅଭିନୟ କରିଥିଲେ ।

ଏହିପରି ସେ ଅନେକ ଧାରାବାହିକରେ କାମ କରିଥିଲେ । ଯେପରିକି ଦେବୀ, ଜସି ଜୈଶି କୋଇ ନେହି, ବାଲିକା ବଧୁ, ବଡେ ଅଛେ ଲଗତେ ହେ, ଏକ୍ ଥି ନାୟିକା ଓ ଟ୍ବେଣ୍ଟି ଫୋର୍ – ସିଜିନ ୨ । ବଡେ ଅଛେ ଲଗତେ ହେ ଧାରାବାହିକ ସବୁଠାରୁ ଲୋକପ୍ରିୟ ଥିଲା । ସାକ୍ଷୀଙ୍କ ମନଛୁଆଁ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ତାଙ୍କର ନିଆରା ଅଭିନୟ ଓ ହୋଷ୍ଟ ଦର୍ଶକ ଙ୍କୁ ସବୁବେଳେ ବାନ୍ଧି ରଖିଥାଏ । ସାକ୍ଷୀ ଟିଭି ଧାରାବାହିକ ଛଡ଼ା ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତନ୍ମଧ୍ୟରୁ ଲୋକପ୍ରିୟ ଫିଲ୍ମ୍ ଦଙ୍ଗଲ୍ ଓ ମୋହଲ୍ଲା ରେ କାମ କରିଥିଲେ । ଏହା ସହ ସେ ଅନେକ ୱେବ୍ ସିରିଜ୍ ଗୁଡିକରେ ମଧ୍ୟ କାମ କରିଛନ୍ତି । ସାକ୍ଷୀ ନିଜ କ୍ୟାରିଅର ରେ ବହୁତ ଭଲ ଅଭିନୟ କରି ଅନେକ ଗୁଡ଼ିଏ ଆୱାର୍ଡ଼ ମଧ୍ୟ ଜିତିଛନ୍ତି । ନିଜ କାର୍ଯ୍ୟରେ ସେ ଭାରତର ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।

ସାକ୍ଷୀଙ୍କ ପିତାଙ୍କ ନାମ ରାଜେନ୍ଦ୍ର ସିଂ ତନୱାର । ତାଙ୍କର ଏକ ଭଉଣୀ ମଧ୍ୟ ଅଛନ୍ତି । ତାଙ୍କ ନାମ ସୀମା ତନୱାର । ତାଙ୍କର ଏକ ଭାଇ ମଧ୍ୟ ଅଛି ତାଙ୍କ ନାମ ରାଜୀବ ସିଂ ତନୱାର । ସାକ୍ଷୀଙ୍କର ଏକ ଝିଅ ଅଛି । ତାଙ୍କ ନାମ ଦିତ୍ୟା । ସେ ଦିତ୍ୟା ଙ୍କୁ ୨୦୧୮ ମସିହାରେ ଝିଅ ରୂପେ ଗ୍ରହଣ କରିଥିଲେ । ସାକ୍ଷୀ ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ତାଙ୍କର କୌଣସି ବୟଫ୍ରେଣ୍ଡ୍ ମଧ୍ୟ ନାହାଁନ୍ତି କି ସେ କାହାକୁ ଡେଟ୍ ମଧ୍ୟ କରୁ ନାହାନ୍ତି । ସାକ୍ଷୀ ଅବିବାହିତ ଥିବା ସହ ସିଙ୍ଗଲ ମଧ୍ୟ ଅଛନ୍ତି ।

ସାକ୍ଷୀ ମୁମ୍ବାଇର ମହାରାଷ୍ଟ୍ରରେ ନିଜ ପରିବାର ସହ ରୁହନ୍ତି । ତାଙ୍କ ଘର ଦେଖିବାକୁ ବହୁତ ସୁନ୍ଦର ଓ ଆଡମ୍ବରୀୟ । ତାଙ୍କ ପାଖେ ଭଲ୍ଭୋ ଏସ୯୦ ସେଦାନ୍ କାର ଅଛି, ଯାହାର ମୂଲ୍ୟ ୯୦ ଲକ୍ଷ ଟଙ୍କା ଅଟେ । ସାକ୍ଷୀ ଗୋଟିଏ ଏପିସୋଡ୍ କରିବା ନିମନ୍ତେ ୮୦ହଜାର ଟଙ୍କା ନିଅନ୍ତି ଓ ଏକ ଫିଲ୍ମ୍ କରିବା ନିମନ୍ତେ ୧ ଲକ୍ଷ ୨୫ ହଜାର ଟଙ୍କା ନିଅନ୍ତି । ଏହି ପ୍ରକାର ସାକ୍ଷୀଙ୍କ ସମ୍ପତ୍ତି ର ନିଟ୍ ମୂଲ୍ୟ ୧୫କୋଟି ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ