ସକାଳୁ ଉଠିବା ମାତ୍ରେ ଜପନ୍ତୁ 4 ଟି ଶବ୍ଦର ଏହି ଚମତ୍କାରୀ ମନ୍ତ୍ର, ଫକୀର କୁ ବି ବନେଇ ଦିଏ କୋଟିପତି, ପୁରା ଦୁନିଆ ରହିବ ଆପଣଙ୍କ ମୁଠିରେ

ଭୋଳାନାଥ ଭଗବାନ ଶିବ କେବଳ ପୂଜାପାଠ ଏବଂ ପ୍ରକୃତ ମନରେ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇଯାନ୍ତି ଓ ଭକ୍ତଙ୍କୁ ନିଜ ଚମତ୍କାର ଦେଖାନ୍ତି । ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବୁ, ଯାହା ପ୍ରତିଦିନ ସକାଳୁ ଉଠି ଆପଣଙ୍କୁ ଜପ କରିବାକୁ ହେବ । ଏହାଦ୍ବାରା ଆପଣଙ୍କ ସମସ୍ତ ମନୋସ୍କାମନା ଦୂର ହେବ ଓ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଏଥିପାଇଁ ଆପଣଙ୍କୁ କେବଳ ଏହି ଶବ୍ଦ କହିବାକୁ ହେବ । ବିନା ପୂଜାପାଠରେ ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ ।

ସର୍ବଦା ଦେବତାଙ୍କ ଧ୍ୟାନ ଓ ପୂଜାପାଠରୁ ହିଁ ଦିନର ଆରମ୍ଭ କରିବା ଉଚିତ । ଏହାଦ୍ବାରା ଆପଣଙ୍କୁ ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ । ସକାଳୁ ପୂଜାପାଠ ତଥା ଦେବତାଙ୍କ ଧ୍ୟାନ କରିବା ପୂର୍ବରୁ ସ୍ନାନ ଆଦି କର୍ମର ଏବଂ ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ପଡେ । କିନ୍ତୁ ଏହି ମନ୍ତ୍ର ଜପ କରିବା ପାଇଁ ଆପଣଙ୍କୁ ସ୍ନାନ କରିବା ମଧ୍ୟ ଆବଶ୍ୟକ ହେବ ନାହିଁ । ଆପଣ ନିଦ୍ରା ଭାଙ୍ଗିବା ମାତ୍ରେ ବିଛଣାରେ ଥାଇ ମଧ୍ୟ ଏହି ମନ୍ତ୍ରର ଜପ କରିପାରିବେ ।

କେବଳ ଘରର ବଡ ମାନେ ନୁହେଁ ବରଂ ବିଦ୍ୟାର୍ଥୀ ତଥା ଛୋଟ ପିଲାମାନେ ମଧ୍ୟ ଏହି ମନ୍ତ୍ର ଜପ କଲେ ଶୁଭ ଫଳ ପ୍ରାପ୍ତ ହେବେ । ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପ୍ରାପ୍ତ ହେବେ ଓ ଘରର ମଧ୍ୟ ଉନ୍ନତି ହେବ । ନବ ବିବାହିତା ସ୍ତ୍ରୀ ମଧ୍ୟ ଏହି ମନ୍ତ୍ର ଜପକରିବା ଦ୍ଵାରା ଖୁବ ଶୁଭ ଫଳ ପ୍ରାପ୍ତ ହେବେ । ଏହାଦ୍ବାରା ତାଙ୍କୁ ଉତ୍ତମ ସନ୍ତାନ ପ୍ରାପ୍ତ ହେବା ସହ ତାଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ । ଏହି ମନ୍ତ୍ରର ଜପ କରୁଥିବା ପ୍ରତ୍ଯେକ ବ୍ୟକ୍ତିଙ୍କୁ ଭଗବାନ ଶଙ୍କରଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ଜୀବନରେ ସମସ୍ତ ବିଷୟରେ ସଫଳତା ମଧ୍ୟ ମିଳିଥାଏ ।

ତେବେ ବିଛଣାରୁ ଉଠିବା ମାତ୍ରେ ଆପଣଙ୍କୁ ହାତ ଯୋଡି ସଂପୂର୍ଣ୍ଣ ହୃଦୟର ସହ କେବଳ “ଓଁ ଜୁ॰ ଶଃ” ମନ୍ତ୍ରର ଜପ କରିବାକୁ ହେବ । ଏହା ଲଘୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ଦୋଷ ମଧ୍ୟ ଦୂର ହୋଇଯାଏ । ଏହା ବ୍ଯତୀତ ନିଜ ଦୁଇ ହାତ ପାପୁଲିକୁ ଅନେଇ ଏହି ମନ୍ତ୍ର ମଧ୍ୟ ଜପ କରନ୍ତୁ:- “କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କର ମୂଲେ ତୁ ଗୋବିନ୍ଦହ, ପ୍ରଭାତେ କରଦର୍ଶନମ ॥” ଆପଣ ଚାହିଁଲେ ଏହି ଦୁଇଟି ଜକ ଉପାୟ କରିପାରିବେ । ନଚେତ ଯେକୌଣସି ଗୋଇଟେ ଉପାୟ କରିପାରିବେ ।

ଏହାର ଅର୍ଥ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ, ମଧ୍ୟରେ ମା ସରସ୍ଵତୀ ତଥା ମୂଳରେ ଶ୍ରୀ ଗୋବିନ୍ଦଙ୍କ ବାସ ହୋଇଥାଏ । ସେମାନେ ଆମର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଦିନର ଆରମ୍ଭ ଏହିପରି କରିବା ଦ୍ଵାରା ଆପଣଙ୍କ ପୁରା ଦିନ ତଥା ଜୀବନ ଉତ୍ତମ ଭାବେ ଅତିବାହିତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।