ଜାଣନ୍ତୁ କାହିଁକି bollywood ର ଏହି 8 ହିରୋଇନ ମନା କରିଦେଇଥିଲେ 3 ଖାନଙ୍କ ସହ କାମ କରିବାକୁ

ବଲିଉଡ ରେ ଏମିତି କୌଣସି ବି ଅଭିନେତ୍ରୀ ନ ଥିବେ ଯିଏ ଖାନ୍ ଙ୍କ ସହ ତଥା ସଲମାନ୍ ଖାନ୍, ଶାହରୁଖ୍ ଖାନ୍ ଓ ଅମୀର୍ ଖାନ୍ ଙ୍କ ସହ କାମ କରିବାକୁ ଚାହୁଁ ନ ଥିବେ । ସମସ୍ତେ ଚାହାଁନ୍ତି ତାଙ୍କୁ ବଡ଼ ବଜେଟ୍ ର ଫିଲ୍ମ୍ ମିଳୁ ଓ ସୁପରହିଟ୍ ଫିଲ୍ମ୍ ତାଲିକାରେ ତାଙ୍କ ନାମ ସାମିଲ୍ ହେଉ । କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କିଛି ଟା ଫିଲ୍ମ୍ ଖାନ୍ ଙ୍କ ସହ କରିଥିଲେ ବି ଖାନଙ୍କ ର କେତୋଟି ସୁପରହିଟ୍ ଫିଲ୍ମ୍ ରେ କାମ କରିବାକୁ ମନା କରି ଦେଇଥିଲେ ।

ପ୍ରଥମେ ହେଲେ ପ୍ରିୟଙ୍କା ଚୋପ୍ରା । ଯିଏ କି ଅମୀର ଖାନ୍ ଙ୍କ ଫିଲ୍ମ୍ ଗଜନୀ କରିବାକୁ ମନା କରିଦେଇଥିଲେ ଓ ଆଉ ଥରେ ଏହି ଫିଲ୍ମ୍ ବିଷୟରେ ପଚରା ନ ଯାଉ ବୋଲି ସେ ସିଧା କହି ଦେଇଥିଲେ । ସେହିପରି ଅମିରଙ୍କ କ୍ୟାରିଅର ର ସବୁଠୁ ସୁପରହିଟ ଫିଲ୍ମ୍ “ଥ୍ରୀ ଇଡିଅଟ୍” ରେ କାମ କରିବାକୁ ଅଭିନେତ୍ରୀ କାଜଲ ମଧ୍ୟ ମନା କରିଦେଇଥିଲେ । ପରେ କରିନା ଏହି ଫିଲ୍ମ୍ ରେ ଅଭିନୟ କରି ଖୁବ୍ ସଫଳତା ପାଇଥିଲେ ।

ଐଶ୍ୱର୍ଯ୍ୟ ରାୟ ବଚନ ମଧ୍ୟ ଅମୀରଙ୍କ ଫିଲ୍ମ୍ “ରାଜା ହିନ୍ଦୁସ୍ତାନୀ” ରେ କାମ କରିବାକୁ ମନା କରିଦେଇଥିଲେ । ଯାହାକି କରିସ୍ମା ଙ୍କ କ୍ୟାରିଅର ର ଏକ ବଡ଼ ଫିଲ୍ମ୍ ଥିଲା । ଶୁଣାଯାଏ ଐଶ୍ୱର୍ଯ୍ୟ ସେତେବେଳେ ମିସ୍ ୱାଲ୍ଡ ପାଇଁ ପ୍ରସ୍ତୁତ ହେଉଥିବାରୁ ଏହି ଫିଲ୍ମ୍ ପାଇଁ ମନା କରିଦେଇଥିଲେ ।

ସେହିପରି ସଲମାନ୍ ଖାନ୍ ଙ୍କ ର ଫିଲ୍ମ୍ ଜୟ ହୋ, ବଜରଙ୍ଗି ଭାଇଜାନ୍, ସୁଲତାନ ଓ କିକ୍ ଆଦି ହିଟ୍ ଫିଲ୍ମ୍ ଗୁଡିକରେ କାମ କରିବାକୁ ମନା କରି ଦେଇଥିଲେ ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍ । କୁହାଯାଏ ସଲମାନ୍ ଙ୍କ ର ଆସୁଥିବା ଯେତେ ଫିଲ୍ମ୍ ରେ କାମ କରିବାକୁ ଦୀପିକା ଙ୍କୁ ଅଫର୍ ମିଳିଲେ ବି ସଲମାନ୍ ଙ୍କ ଫିଲ୍ମ୍ ଗୁଡିକରେ ଅଭିନେତ୍ରୀ ଙ୍କ ପାଇଁ ଖାସ୍ ରୋଲ୍ ନ ଥିବାରୁ ସେ ମନା କରି ଦିଅନ୍ତି ।

ଏମି ଜ୍ୟାକସନ ମଧ୍ୟ ସଲମାନ୍ ଙ୍କ ଫିଲ୍ମ୍ କିକ୍ ରେ କାମ କରିବାକୁ ମନା କରିଥିଲେ । ସେହିପରି କଙ୍ଗନା ରଣାୱତ୍ ଯିଏ କି ସୋଲୋ ହିଟ୍ ଦେବାକୁ ପସନ୍ଦ କରନ୍ତି ସିଧା କହି ସାରିଛନ୍ତି କି ସେ ଖାନ୍ ଙ୍କ ସହ କାମ କରିବାକୁ ଚାହାନ୍ତି ନାହିଁ ।

ସେହିପରି ଶାହରୁଖ ଖାନ୍ ଙ୍କ ଫିଲ୍ମ୍ ବାଦଶାହା ରେ କାମ କରିବାକୁ ମନା କରିଦେଇଥିଲେ ଶିଳ୍ପା ଶେଟ୍ଟି । ଟ୍ବିଙ୍କିଲ୍ ଖାନ୍ନା ଙ୍କୁ ଏହି ଫିଲ୍ମ୍ ରେ ଦର୍ଶକ ବହୁତ ପସନ୍ଦ କରିଥିଲେ । ସେହିପରି ଟ୍ବିଙ୍କିଲ୍ ମଧ୍ୟ ଶାହରୁଖଙ୍କ ସୁପରହିଟ ଫିଲ୍ମ୍ କୁଛ୍ କୁଛ୍ ହୋତା ହେ ରେ ରାଣୀ ମୁଖାର୍ଜୀଙ୍କ ରୋଲ୍ କରିବାକୁ ମନା କରିଥିଲେ । ଐଶ୍ୱର୍ଯ୍ୟ ରାୟ ବଚନ ମଧ୍ୟ ଏହି ଫିଲ୍ମ୍ କରିବାକୁ ମନା କରିଥିଲେ । କିନ୍ତୁ ରାଣୀଙ୍କୁ ଦର୍ଶକ ଏହି ଫିଲ୍ମ୍ ରେ ବହୁତ ପସନ୍ଦ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।