ସ୍ମରଣ ଶକ୍ତି ବଢାଇବାକୁ ଚାହୁଁଥିଲେ କରନ୍ତୁ ଏହି ଉପାୟ, ଦୀମାଗ ହୋଇଯିବ କମ୍ପ୍ୟୁଟର ଠାରୁ ବି ତେଜ

ସ୍ମରଣ ଶକ୍ତିକୁ କିପରି କମ୍ପୁଟର ଠାରୁ ଅଧିକ କରି ହେବ ଏହି ଉପାୟ, ଫାଇଦା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ଆଜି କାଲି ଵ୍ୟସ୍ତ ବହୁଳ ଜୀବନ ଶୈଳୀ ରେ ଅନେକ ଲୋକଙ୍କ ର ଖାଇବା ପିଇବା ଠିକ ରହୁନାହିଁ । ସେଥିପାଇଁ ଅନେକ ସମୟ ରେ ଅନେକ ରୋଗ ମାଡି ବସେ । ସବୁଠୁ ବଡ କଥା ହେଲା ଠିକ ସମୟ ରେ ଉଚିତ ଖାଦ୍ୟ ନ ଖାଇବା ଦ୍ଵାରା ଧୀରେ ଧୀରେ ସ୍ମରଣ ଶକ୍ତି ହ୍ରାସ ପାଉଛି । ଶରୀର କୁ ସଠିକ ପରିମାଣ ରେ ପ୍ରୋଟିନ ଆଉ ମିନେରାଲ ନ ମିଳିବା ରୁ ଅସାମସ୍ୟା ଦେଖାଯାଏ । କେଉଁ ସବୁ ଖାଦ୍ୟ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହେଇପାରିବ ତାହା ବିଷୟ ରେ ଆଲୋଚନା କରିବା !

ସ୍ମରଣଶକ୍ତି ବୃଦ୍ଧି କରିବା ପାଇଁ ଆୟୁର୍ବେଦିକ ଔଷଧ ହେଉଛି ବ୍ରାହ୍ମୀ ପତ୍ର । ଏହି ଗଛ କୁ ଥାଲକୁଡି ମଧ୍ୟ କୁହାଯାଏ । ଏହାର 5ଟି ପତ୍ର ପ୍ରତିଦିନ ସକାଳେ ସେବନ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୁଏ । ଏହାଛଡା ଅଧିକ ପନିପରିବା ଫଳ ମୂଳ ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ।

ସୋୟାବିନ ତରକାରୀ କିମ୍ଵା ଏଥି ରେ ତିଆରି କୌଣସି ପ୍ରକାର ଖାଦ୍ୟ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥା ଏ । କାରଣ ସୋୟାବିନରେ ନାଇଟ୍ରସ ନାମକ ପ୍ଲାଣ୍ଟ ହରମୋନ ଓ ଭିଟାମିନ ବି ପ୍ରଚୁର ମାତ୍ରା ରେ ରହିଥାଏ । ଏହା ମସ୍ତିଷ୍କ କୁ ଶାନ୍ତି ରଖିବା ସହିତ ସ୍ମରଣ ଶକ୍ତି ବଢାଇଥାଏ । ଅଖରୋଟ ରେ ବହୁ ପରିମାଣ ରେ ଭିଟାମିନ ଇ (E) ଥାଏ । ଭିଟାମିନ ଇ ଖାଇଲେ ସ୍ମରଣ ଶକ୍ତି ବଢିଥାଏ ।

ପ୍ରତିଦିନ ୫ ଟି ବାଦାମ ସହିତ ୧ ଟି ଅଖରୋଟ ଖାଇବା ନିହାତି ଦରକାର । ବାଦାମ କୁ ରାତି ରେ ଭିଜାଇ ରଖନ୍ତୁ ସକାଳୁ ତାର ଚୋପା କୁ ଛଡାଇ ତାର ପେଷ୍ଟ ତିଆରି କରନ୍ତୁ । ଗୋଟିଏ ଗ୍ଲାସ କ୍ଷୀର ସହିତ ୨ ଚାମଚ ମହୁ ଏବଂ ବାଦାମ ପେଷ୍ଟ ମିଶାଇ ପିଅନ୍ତୁ । ପିଇ ସାରିବା ପରେ ୨ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ଏହା କରିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।

ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ପାଳଙ୍ଗ ଶାଗ ବହୁତ ଆବଶ୍ୟକ ହୋଇଥାଏ, କାରଣ ଏଥି ରେ ମ୍ୟାଗ୍ନେସିୟମ ଓ ପୋଟାସିୟମ ପ୍ରଚୁର ମାତ୍ରାରେ ଥାଏ । ଏଥି ସହିତ ପାଳଙ୍ଗ ରେ ଭିଟାମିନ B6 ଥାଏ । ଯାହା ଆମ ର ସ୍ମରଣ ଶକ୍ତି କୁ କରିଥାଏ । ଏହା ସାଧାରଣ ଶକ୍ତି ବୃଦ୍ଧି କରିବା ସହ ମସ୍ତିଷ୍କ ର ବିକାଶ ରେ ସହାୟକ ହୋଇ ଥାଏ ।

ପିଜୁଳି, ନାସ୍ପାତି, କମଳା, ଲିଚୁ, ସବୁଜ ସେଓ ଆମ ମସ୍ତିଷ୍କ ପାଇଁ ଉତ୍ତମ ହୋଇଥାଏ । ପ୍ରତିଦିନ ସକାଳୁ ସମସ୍ତେ ଗୋଟିଏ ଲେଖାଏଁ ସେଓ ଖାଇବା ଉଚିତ, ଏହା ଦ୍ୱାରା ସ୍ମରଣ ଶକ୍ତି ପ୍ରଖର ହୋଇଥାଏ । ଖାଲି ପେଟ ରେ ସେଓ ଖାଇବା ଦ୍ଵାରା ମସ୍ତିଷ୍କର କୋଷ ଗୁଡ଼ିକ ସକ୍ରିୟ ହୋଇଥାନ୍ତି, ଏବଂ ମସ୍ତିଷ୍କ ରେ କୋଷ ଗୁଡିକ ଆଗ ଅପେକ୍ଷା ଭଲ କାମ କରେ । ଫଳରେ ମସ୍ତିଷ୍କ ର ବିଚାର କରିବା କ୍ଷମତା ବୃଦ୍ଧି ପାଇଥାଏ ।

ଜଣେ ମଣିଷ ର ବିଚାର କରିବାର କ୍ଷମତା ବୃଦ୍ଧି ହୋଇଥାଏ । ଖାଲି ପେଟ ରେ ସେଓ ଖାଇବା ଦ୍ୱାରା ଝିଅ ମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ପେଟ ଥଣ୍ଡା ବି ରୁହେ । ଆଗ ଅପେକ୍ଷା ଝିଅମାନଙ୍କ ଚେହେରା ରେ ଚମକ ଦେଖାଯାଇଥାଏ । ଯାହା ଫଳରେ ସେମାନେ ଆହୁରି ସୁନ୍ଦର ଦେଖାଯାନ୍ତି । ହଳଦୀ ଏକ ଚାମଚ ପକାଇ ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ନିଶ୍ଚିତ ପିଅନ୍ତୁ ଏହା ଦ୍ୱାରା ଖୁବ ଶୀଘ୍ର ପାଠ ମନେ ରୁହେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।