TV ସିରିଆଲ “ରାଧାକୃଷ୍ଣ” ର ରାଧାଙ୍କୁ ରିଅଲ ଲାଇଫ ରେ ଦେଖିଲେ ଆପଣ ଚିହ୍ନି ପାରିବେନି

ଟିଭି ଇଣ୍ଡଷ୍ଟ୍ରି ହେଉ କିବା ବଲିଉଡ ହେଉ କିଛି ଅଭିନେତା ଅଭିନେତ୍ରୀ ମାନଙ୍କର ଚରିତ୍ର ଏମିତି ଥାଏ ତାହା ଦର୍ଶକଙ୍କ ହୃଦୟରେ ଛାପ ଛାଡ଼ି ଯାଇଥାଏ । ଏହିପରି କିଛି ଦେଖିବାକୁ ମିଳେ ସିରିଏଲ “ରାଧାକୃଷ୍ଣ” ରେ । ଏହି ସିରିଆଲ ରେ କାମ କରୁଥିବା ଉଭୟ ରାଧା ଓ କୃଷ୍ଣ ଙ୍କ ଅଭିନୟର ଦିୱାନା ପୁରା ଦୁନିଆ ଅଟେ । କହି ରଖୁଛୁ କି ଏହି ସିରିଏଲ୍ “ଷ୍ଟାର ଭାରତ” ଚ୍ୟାନେଲ ରେ ପ୍ରସାରିତ ହୁଏ ଓ ଏହାର କୃଷ୍ଣ ଭୂମିକାରେ ଅଭିନୟ କରିଛନ୍ତି ସୁମେଦ ମୁଡଗଲକର ।

ଅଭିନୟ ଦୁନିଆରେ ପ୍ରଥମ କରି ପାଦ ଦେଇଥିବା ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ମଲ୍ଲିକା ସିଂ ଏଥିରେ ରାଧା ଭୂମିକାରେ ଅଭିନୟ କରିଛନ୍ତି । ସେ ଦେଖିବାକୁ ଯେମିତି ସୁନ୍ଦର ସେମିତି ଅତି ସୁନ୍ଦର ଭାବେ ରାଧାଙ୍କ ଭୂମିକାକୁ ମଧ୍ୟ ଉପସ୍ଥାପନା କରିଛନ୍ତି । ତାଙ୍କର ଅଭିନୟ ଯୋଗୁଁ ଏହି ସିରିଏଲ୍ ସମସ୍ତଙ୍କର ଅତି ପସନ୍ଦ ।

ମଲ୍ଲିକା ଙ୍କ ର ଜନ୍ମ ୧୫ ସେପ୍ଟେମ୍ବର ୨୦୦୦ ମସିହାରେ ହୋଇଥିଲା । ସେ ଜମ୍ମୁ କାଶ୍ମୀର ର ବାସିନ୍ଦା । ସେ ଏଥର ୨୦ ବର୍ଷ ବୟସର ହୋଇ ଯାଇଛନ୍ତି । ତାଙ୍କୁ ନୃତ୍ୟ ଓ ସଙ୍ଗୀତ ରେ ବହୁତ ରୁଚି ରହିଛି । ତାଙ୍କ ପିତା ଏକ ନୃତ୍ୟ ଗୁରୁ ଥିଲେ । “ରାଧାକୃଷ୍ଣ” ର ଅଡିସନ୍ ଚାଲିଥିବା ବେଳେ ତାଙ୍କ ମାତାପିତା ତାଙ୍କୁ ଅଡିସନ୍ ଦେବା ପାଇଁ ଅଧିକ ଜୋର୍ ଦେଇଥିଲେ ।

ଆଉ ଭାଗ୍ୟବଶତଃ ତାଙ୍କର ଚୟନ ମଧ୍ୟ ହୋଇଥିଲା । ସେ ୧୦ମ ଶ୍ରେଣୀରେ ପଢୁଥିଲେ ଯେତେବେଳେ ଏହି ଅଡିସନ୍ ଦେଇଥିଲେ । ଏହି ସିରିଏଲରେ କାମ କରୁ କରୁ ସେ ଆଜି ୨୦ ବର୍ଷର ହୋଇଯାଇଛନ୍ତି ଓ ନିଜ ପ୍ରତିଭାକୁ ମଧ୍ୟ ବୃଦ୍ଧି କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।