ପଙ୍କଜ କପୁରଙ୍କ ଠାରୁ ଛାଡପତ୍ରର ୩୬ବର୍ଷ ପରେ ନୀଲିମା ପ୍ରକାଶ କଲେ ନିଜ ଦୁଃଖ, କହିଲେ ମୁଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇ ନଥିଲି, ହେଲେ…

ନୀଲିମା ଏବଂ ପଙ୍କଜ ୧୯୭୫ ମସିହାରେ ବିବାହ କରିଥିଲେ ଏବଂ ଏହାର ୯ବର୍ଷ ପରେ ୧୯୮୪ରେ ଦୁଇଜଣଙ୍କର ଛାଡପତ୍ର ହୋଇଗଲା । ସେହି ସମୟରେ ଶାହିଦ ୩ ବର୍ଷର ଥିଲେ । ନୀଲିମା ଏକା ହିଁ ପୁଅକୁ ବଡ କରିଛନ୍ତି । ଅଭିନେତା ଶାହିଦ କପୁରଙ୍କ ମାଆ ଏବଂ ପଙ୍କଜଙ୍କର ପ୍ରଥମ ସ୍ତ୍ରୀ ନୀଲିମା ଅଜିମ ବର୍ତ୍ତମାନ ସମୟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚାରେ ଅଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି କି ଛାଡପତ୍ର ପରେ ତାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଏବଂ ଶାହିଦ କପୁରଙ୍କ ପ୍ରତିପୋଷଣ ବିଷୟରେ କେତେକ କଥା କହିଛନ୍ତି । ସେ ଛାଡପତ୍ର ବିଷୟରେ କହିଛନ୍ତି କି ମୁଁ ଅଲଗା ହେବା ପାଇଁ ଚାହୁଁନଥିଲି । ପଙ୍କଜ ବହୁତ ଆଗକୁ ଯାଇଥିବାରୁ ମତେ ଅଲଗା ହେବାର ନିଷ୍ପତ୍ତି ନେବାକୁ ପଡିଥିଲା ।

ବିବାହ ଭାଙ୍ଗିବାର କଷ୍ଟରୁ ବାହାରିବା ପାଇଁ ମତେ ସମୟ ଲାଗିଲା

ମତେ ବିବାହ ଭାଙ୍ଗିବା କଷ୍ଟରୁ ବାହାରିବା ପାଇଁ କିଛି ସମୟ ଲାଗିଥିଲା କିନ୍ତୁ କିଛି ବର୍ଷ ପରେ ମୁଁ ଏଥିରୁ ବାହାରକୁ ବାହାରି ଆସିଲି । ନୀଲିମା କହିଛନ୍ତି କି ମୁଁ ଛାଡପତ୍ର ପରେ ନିଜର ସାଙ୍ଗ ଏବଂ ପରିବାର ସାହାଯ୍ୟରେ ଦୁଃଖରୁ ବାହାରି ଯାଇଥିଲି । ଶାହିଦ ବଡ ହେବା ପରେ ମୋର ସବୁଠାରୁ ବଡ ଶକ୍ତି ହୋଇଯାଇଛି । ସେ ମତେ ବହୁତ ସପୋର୍ଟ କରିଛି ।

ନୀଲିମା ୧୯୯୧ ମସିହାରେ ରାଜେଶ ଖଟରଙ୍କୁ ବିବାହ କରିଥିଲେ କିନ୍ତୁ ଏହା ମଧ୍ୟ ଅଧିକ ଦିନ ଚାଲିଲା ନାହିଁ ଏବଂ ଇଶାନ ଖଟରଙ୍କ ଜନ୍ମ ପରେ ୨୦୦୧ରେ ଦୁଇଜଣ ଅଲଗା ହୋଇଗଲେ । ଏହା ପରେ ନୀଲିମା ୨୦୦୪ରେ ରଜା ଅଲି ଖାନଙ୍କ ସହିତ ବିବାହ କଲେ ଏବଂ ସେ ମଧ୍ୟ ୨୦୦୯ରେ ଭାଙ୍ଗିଗଲା ।

ମୁଁ ବର୍ତ୍ତମାନ ତାଙ୍କ ପାଇଁ ପ୍ରାର୍ଥନା କରୁଛି

ନୀଲିମା କହିଛନ୍ତି କି ପଙ୍କଜ ବହୁତ ଆଗକୁ ଚାଲିଯାଇ ଥିଲେ ଯାହା ମୋ ପାଇଁ ସହିବା ବହୁତ କଷ୍ଟ ଥିଲା କିନ୍ତୁ ତାଙ୍କ ପାଖରେ ବି ନିଜର କାରଣ ଥିଲା । ଆମେ ବହୁତ ଦିନର ସାଙ୍ଗ ଥିଲୁ ଯେତେବେଳେ ମୁଁ ୧୫ବର୍ଷର ଥିଲି ସେବେଠାରୁ ଆମେ ସାଙ୍ଗ ଥିଲୁ । ଯେତେବେଳେ ଆମର ଛାଡପତ୍ର ହେଲା ସେତେବେଳେ ଏହା ଆମ ଦୁଇଜଣଙ୍କ ପାଇଁ ବହୁତ କଷ୍ଟ ଥିଲା କିନ୍ତୁ ବର୍ତ୍ତମାନ ସେ ତାଙ୍କ ପରିବାର ସହିତ ସମ୍ପୂର୍ଣ ଭାବେ ରହୁଛନ୍ତି । ମୁଁ ବର୍ତ୍ତମାନ ତାଙ୍କର ମଙ୍ଗଳ ପାର୍ଥନା କରୁଛି ।

ପଙ୍କଜ ସୁପ୍ରିୟା ପାଠକଙ୍କ ସହିତ ଦ୍ଵିତୀୟ ବିବାହ କରିଛନ୍ତି

ଛାଡପତ୍ର ପରେ ପଙ୍କଜ ୧୯୮୯ରେ ଅଭିନେତ୍ରୀ ସୁପ୍ରିୟା ପାଠକଙ୍କୁ ବିବାହ କରିଥିଲେ ଏବଂ ସେ ଶାହିଦଙ୍କର ଦ୍ଵିତୀୟ ମାଆ ହୋଇଗଲେ । ପଙ୍କଜ ଏବଂ ସୁପ୍ରିୟାଙ୍କର ଦୁଇଜଣ ପିଲା ଅଛନ୍ତି । ପୁଅଙ୍କ ନାମ ରୁହାନ କପୁର ଏବଂ ଝିଅଙ୍କ ନାମ ସନା କପୁର ଅଟେ । ସନା ଫିଲ୍ମ ‘ଶାନଦାର’ରେ ନଜର ଆସିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।