16 ବର୍ଷ ପୁଅର କଥା ଶୁଣିକି Malaika ନିଜ ସ୍ଵାମୀଙ୍କ ଠାରୁ ନେଇ ଯାଇଥିଲେ ଡିଭୋର୍ସ, ଏମିତି କଣ କହିଥିଲା ସେ ?

ଅନେକ ଦିନ ହେବ ଅଭିନେତ୍ରୀ ମଲାଇକା ଅରୋଡ଼ା ବଲିଉଡର ଜଣାଶୁଣା ଅଭିନେତା ଅର୍ଜୁନ କପୁରଙ୍କ ସହ ରିଲେସନରେ ଅଛନ୍ତି । କିନ୍ତୁ ତାଙ୍କ ଅତୀତ ବିଷୟରେ କିଏ ନ ଜାଣିଛନ୍ତି । ସେ ବଲିଉଡରେ ଆଇଟମ ଗାର୍ଲ ଭାବେ ଜଣାଶୁଣା ଅଟନ୍ତି ।

ସେହିପରି ମଲାଇକା ନିଜର ସୁନ୍ଦରତା ସହ ଫିଟନେସ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ମଲାଇକା ଅରୋଡା ଓ ଅରବାଜ ଖାନ ପରସ୍ପରକୁ ଡେଟ କରିବା ପରେ ୧୯୯୮ରେ ବିବାହ କରିଥିଲେ । ଦୁହେଁ ଦୀର୍ଘ ୧୯ ବର୍ଷ ପରେ ୨୦୧୭ରେ ଅଲଗା ହୋଇଥିଲେ । ସୂଚନା ଅନୁସାରେ ଅରବାଜ ଖାନଙ୍କର ଖରାପ ବ୍ୟବହାର ଓ ପୁଅ ଯୋଗୁ ମଲାଇକାଙ୍କ ଜୀବନରେ ଅନେକ ସମସ୍ଯା ଦେଖା ଯାଇଥିଲା ।

ବଲିଉଡରେ ଅନେକ ଫିଲ୍ମରେ କାମ କରିଥିବା ଅରବାଜ ଖାନଙ୍କର ଏହି ଖରାପ ଗୁଣ ଯୋଗୁ ମଲାଇକା ଯେତେବେଳେ ଆପତ୍ତି କରିଥିଲେ ତେବେ ସେ ଶୁଣି ନ ଥିଲେ । ମଲାଇକାଙ୍କ କହିବା ସତ୍ବେ ମଧ୍ୟ ଅରବାଜ ସୁଧୁରି ନ ଥିଲେ । ଗୋଟେ ଦିନ ତାଙ୍କ ପୁଅ ମଲାଇକାଙ୍କୁ ଏମିତି କିଛି କହିଥିଲେ ଯେ ତା ପରେ ଦୁହିଙ୍କ ସମ୍ପର୍କରେ ପୁର୍ନଛେଦ ପଡିଥିଲା । ଅରବାଜ ଓ ମଲାଇକାଙ୍କ ଏକ ଶୁଟିଙ୍ଗ ସେଟରେ ୧୯୯୩ରେ ଭେଟ ହୋଇଥିଲା ।

ଦୁହେଁ ପରସ୍ପରକୁ ୫ ବର୍ଷ ଡେଟ କରିବା ପରେ ୧୯୯୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୦ରେ ତାଙ୍କର ଗୋଟେ ପୁଅ ହୋଇଥିଲା ଯାହାର ନାଁ ହେଉଛି ଅରହାନ ଖାନ । ୨୦୧୬ରେ ଦୁହିଙ୍କ ସମ୍ପର୍କରେ ବହୁତ ବଡ ଝଡ ସୃଷ୍ଟି ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ଅରବାଜ ଜୁଆ ଖେଳରେ ୩ କୋଟି ଟଙ୍କା ହରାଇଥିଲେ ।

ମଲାଇକାଙ୍କୁ ଏହାର ଖବର ମିଡିଆ ଜରିଆରେ ମିଳିଥିଲା । ମଲାଇକା ଏହା ଜାଣିବା ପରେ ଅରବାଜଙ୍କୁ ବୁଝିଇଥିଲେ ଓ ନିଜ ପୁଅର ମଧ୍ୟ ରାଣ ଦେଇଥିଲେ । କିନ୍ତୁ ଅରବାଜ ନ ମାନିବାରୁ ମଲାଇକା ତାଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ । ଏହା ପରେ ମଲାଇକା ନିଜ ପୁଅ ସହ ଆଲୋଚନା କରିଥିଲେ । ତାଙ୍କ ପୁଅ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା । ତାଙ୍କ ପୁଅ କହିଥିଲେ ଯେ ଯଦି ତାଙ୍କ ମା ବାପାଙ୍କ ଠାରୁ ଅଲଗା ହୋଇଯିବେ ତ ସେ ମଧ୍ୟ ତାଙ୍କ ପିତାଙ୍କ ପାଖରେ ରହିବେ ନାହି । ଅରହାନଙ୍କର ଏହି କଥା ଶୁଣିବା ପରେ ମଲାଇକା ନିଜ ସମ୍ପର୍କକୁ ସବୁ ଦିନ ପାଇଁ ଭାଙ୍ଗିଥିଲେ ।

ପୁଅ ଅରହାନ ଖାନଙ୍କର ପଲ ଦାୟିତ୍ଵ ମଲାଇକାଙ୍କୁ ମିଳିଥିଲା । ଯେବେ ଅରବାଜଙ୍କୁ ମଲାଇକା ଓ ଅର୍ଚନାଙ୍କ କଥା ଜଣାପଡିଲା ତେବେ ସେ ନିଜ ପୁଅର କଷ୍ଟଡି ପାଇବା ପାଇଁ ଚେଷ୍ଟା କରିନଥିଲେ । ମଲାଇକା ଖାନ ଅର୍ଜୁନ କପୁରଙ୍କ ସହ ନିଜ ସମ୍ପର୍କକୁ ନେଇ ସ୍ଵୀକାର କରି ସାରିଛନ୍ତି । ସେହିପରି ଅରବାଜ ଖାନଙ୍କର ଜଣେ ଗାର୍ଲଫ୍ରେଣ୍ଡ ଅଛି ଯାହାର ନାଁ ହେଉଛି ଜାର୍ଜୀୟା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।