ପୂର୍ବରୁ କେବେ ବି ଦେଖି ନ ଥିବେ ବିରେନ୍ଦ୍ର ସେହବାଗଙ୍କ ଏମିତି ବାବା ବାଲା ଅବତାର, ଫ୍ୟାନ୍ସ କହିଲେ – “ବୀରୁ ବାବା କି ଜୟ ହୋ…”

ଭାରତୀୟ କ୍ରିକେଟ ଟିମ ର ପୂର୍ବ ଓପନର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ ନିଜର ବିସ୍ଫୋଟକ ବ୍ୟାଟିଂ ବ୍ଯତୀତ ମଜାକିଆ ଅନ୍ଦାଜ ପାଇଁ ବି ଜଣା ଯାଆନ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ କୌଣସି ନା କୌଣସି ମଜାକ କରିଥାନ୍ତି ଓ ଫ୍ୟାନ ମାନଙ୍କୁ ହସାଇ ଥାଆନ୍ତି । ଏତିକି ନୁହେଁ ସେ କୌଣସି ଗମ୍ଭୀର ପରିସ୍ଥିତିକୁ କୁ ବି ମଜାକିଆ ଅନ୍ଦାଜରେ ବୁଝାଇବାର କଳା ରଖିଛନ୍ତି ।

ଏଥରକ ସେ ଗୋଟିଏ ଗେରୁଆ ବସ୍ତ୍ରରେ ଅନୋଖା ରୂପକୁ ଆପଣାଇଛନ୍ତି, ଯାହା କି ବହୁତ ଶୀଘ୍ର ଭାଇରାଲ ହେଉଛି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

କୁର୍ତା ଧୋତିରେ ଭୋଲେ ଭକ୍ତ ସାଜିଛନ୍ତି ସେହୱାଗ

ବିରେନ୍ଦ୍ର ସେହୱାଗ ନିଜର ଏକ ଫଟୋ ଇଂଷ୍ଟାଗ୍ରାମ ରେ ସେୟାର କରିଛନ୍ତି ଯେଉଁଥିରେ ସେ ଗେରୁଆ ବସ୍ତ୍ରରେ ନଜର ଆସୁଛନ୍ତି । ଏହା ସହିତ ସେ ବଡ ମଜାଦାର କ୍ୟାପ୍ସନ ବି ଲେଖିଛନ୍ତି, ଯାହାକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ସେ ଫଟୋର କ୍ୟାପ୍ସନ ରେ ଲେଖିଛନ୍ତି କି “ଭୋଲେ କେ ଭକ୍ତ, ହନୁମାନ କେ ଚେଲେ, ସବ କୁଛ ଜିତ ଲେଙ୍ଗେ ଅକେଲେ” । ବିରେନ୍ଦ୍ର ସେହୱାଗଙ୍କ ଏହି ଫଟୋକୁ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି ଓ ଫ୍ୟାନମାନେ ମଧ୍ୟ ତାଙ୍କରି ଅନ୍ଦାଜରେ ଖୁବ ମଜା ନେଉଛନ୍ତି । ଜଣାଇ ଦେଉଛୁ କି ଏହି ଫଟୋରେ ବିରେନ୍ଦ୍ର ସେହବାଗ ଚୌକି ଉପରେ ବସି ଗୋଟିଏ ହାତରେ ଆଶୀର୍ବାଦ ଦେଉଛନ୍ତି ଓ ତାଙ୍କ ଚେହେରାରେ ହସ ମଧ୍ୟ ନଜର ଆସୁଛି, ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କାଫି ଅଟେ ।

ବୀରୁ ବାବା କି ଜୟ ହୋ – ୟୁଜର୍ସ

ଏହି ଫଟୋରେ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଲେ କି “ଆପ ତୋ ଗୁରୁଜୀ ହୋ..କ୍ଯା ସାନଦାର କ୍ୟାପ୍ସନ ଦିଆ ହେ”। ଆଉ ଜଣେ ଲେଖିଲେ “ବୀରୁ ବାବା କି ଜୟ ହୋ । ଏହାର ଅର୍ଥ ସେହୱାଗଙ୍କ ବ୍ୟତୀତ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋର ମଜା ନେଉଛନ୍ତି । ଏତିକି ନୁହେଁ ଆଉ ଜଣେ ଫ୍ୟାନ ଏହା ମଧ୍ୟ କହିଲା କି “ଆପ କୋ ତୋ ଭୁଲଭୁଲୈୟା ଫିଲ୍ମ ପାଇଁ ଅଡିସନ ଦେନା ଚାହିଏ, ପକ୍କା ସିଲେକ୍ସନ ହୋ ଯାଏଗା”

କହିଦେଉଛୁ କି ବିରେନ୍ଦ୍ର ସେହୱାଗ ସବୁବେଳେ ସୋସିଆଲ ମିଡିଆରେ ମସ୍ତି କରିଥାନ୍ତି ଓ ଫ୍ୟାନମାନେ ମଧ୍ୟ ଏହାର ମଜା ନେଇଥାନ୍ତି । 2015 ରୁ ସେ କ୍ରିକେଟରୁ ସନ୍ୟାସ ନେବା ପରେ ଏହି ପ୍ରକାରରେ ଫ୍ଯାନମାନଙ୍କ ମନୋରଞ୍ଜନ କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।