୧୫ ଦିନ ପର୍ଯ୍ୟନ୍ତ ମୃତ ନାଗ ପାଖରେ ପଡି ରହିଲା ନାଗୁଣୀ, ଏହା ପରେ ଗାଁ ରେ ହେବାକୁ ଲାଗିଲା କିଛି ଏମିତି ଯାହାକୁ ଜାଣିଲେ…

ମଧ୍ୟ ପ୍ରଦେଶର ମୁରୈନା ରୁ ନାଗ-ନାଗୁଣୀଙ୍କର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଗୋଟିଏ ନାଗୁଣୀ ୧୫ ଦିନ ପର୍ଯ୍ୟନ୍ତ ଗୋଟିଏ ମୃତ ନାଗ ପାଖରେ ପଡି ରହିଥିଲା । କହି ଦେଉଛୁ କି ନାଗକୁ ଗାଁ ର ଏକ ଚାଷୀ ମାରି ଦେଇଥିଲା । ସେବେଠୁ ନାଗୁଣୀ ସେହି ମୃତ ନାଗ ପାଖରେ ପଡି ରହିଥିଲା । ତା ପାଖରେ ଲୋକମାନେ ଭିଡ ଲଗାଇବା ପରେ ମଧ୍ୟ ନାଗୁଣୀ ମୃତ ନାଗକୁ ଛାଡି କୁଆଡେ ଗଲା ନାହିଁ ।

ଲୋକଙ୍କ ପାଇଁ ଏହି ଘଟଣା କୌଣସି ଚାମତ୍କାରରୁ କମ ନୁହେଁ । ଲୋକ ନାଗ ର ପୂଜା ପାଠ କରିବାକୁ ଲାଗିଲେ । ଏହି ଘଟଣା କୁ ନେଇ ବହୁତ ପ୍ରକାରର କଥା ଉଠୁଛି ।

ଏହି ପ୍ରକାରର ଘଟଣା ଦେଖିଲା ପରେ ଗ୍ରାମବାସୀ ମାନଙ୍କ ମନରେ ଏହି ଡର ରହିଗଲା କି ନାଗୁଣୀ ଏବେ ନାଗ ମୃତ୍ୟୁ ର ପ୍ରତିଶୋଧ ନେବ ଓ ଯିଏ ବି ନାଗକୁ ମାରିଛି ସେ ବଞ୍ଚିବ ନାହିଁ ।

ଲୋକଙ୍କର ଡର ନା ଅନ୍ଧବିଶ୍ଵାସ ଜଣା ନାହିଁ କିନ୍ତୁ ସେମାନଙ୍କର ମାନିବା ଅଟେ କି ନାଗୁଣୀ ଏବେ ତାଙ୍କ ଠାରୁ ନାଗ ମୃତ୍ୟୁର ପ୍ରତିଶୋଧ ନେଉଛି ଓ ଗାଁ ରେ ପ୍ରତିଦିନ କୌଣସି ନା କୌଣସି ଘରେ ପଶି ଯାଇଥାଏ ଓ ଯାହାକୁ ବି ଦେଖିଲେ ମାରିବା ପାଇଁ ଗୋଡାଇ ଥାଏ ।

ଲୋକ ଏବେ ବହୁତ ଭୟଭୀତ ହୋଇ ଯାଇଛନ୍ତି ଓ କୌଣସି ତାନ୍ତ୍ରିକ ସାଧନାର ଉପାୟ ଆପଣେଇବାକୁ ଚାହୁଞ୍ଚନ୍ତି । ସେଇଠି ଗାଁ ର ଗୁରୁଜନମାନଙ୍କର କହିବା ଅଟେ କି ଚାଷୀ ଜଣଙ୍କ ନାଗ କୁ ମାରି ବହୁତ ବଡ ଭୁଲ କରିଛି କାରଣ ସେ କାହା ଘରେ ନୁହେଁ ବରଂ କ୍ଷେତରେ ଥିଲା ।