bollywwod ର 6 ଜଣ ହିରୋଇନ ଯିଏ ପିନ୍ଧିଥାନ୍ତି ଦୁନିଆର ସବୁଠୁ ମହଙ୍ଗା ମଙ୍ଗଳସୂତ୍ର, ନମ୍ବର 2 ଙ୍କ ମଙ୍ଗଳସୂତ୍ର ର ଦାମ ଶୁଣିଲେ ତ ଆପଣଙ୍କର ହୋସ ଉଡିଯିବ

ନମସ୍କାର, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ବଲିଉଡ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ନିଜ ବାହାଘର ରେ ସବୁଠାରୁ ଦାମୀ ମଙ୍ଗଳସୁତ୍ର ପିନ୍ଧିଥିଲେ । ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ମାନେ ସର୍ବଦା ନିଜ ସୁନ୍ଦରତା ଏବଂ ଷ୍ଟାଇଲ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ଏକ ନିଆରା ସ୍ଥାନ ସୃଷ୍ଟି କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ନିଜ ଅଭିନୟ ସହିତ ନିଜ ଲୁକ ଏବଂ ଗେଟଅପ ନିମନ୍ତେ ମଧ୍ୟ ଅଧିକ ଗୁରୁତ୍ୱ ଦେଇଥାନ୍ତି ।

ଯଦି ଏହି ଅଭିନେତ୍ରୀ ମାନଙ୍କ ବାହାଘର ସମ୍ବନ୍ଧରେ କଥା ଉଠିଥାଏ ତେବେ ଏହି ଅଭିନେତ୍ରୀ ମାନଙ୍କ ସମ୍ପୂର୍ଣ୍ଣ ଲୁକ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ । ତେବେ ଆଜି ଆମେ ଆପଣଂକୁ କହିବୁ ସେହି ବଲିଉଡ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯେଉଁମାନେ ନିଜ ବାହାଘର ରେ ସବୁଠାରୁ ଅଧିକ ଦାମ ର ମଙ୍ଗଳସୂତ୍ର ପିନ୍ଧିଥିଲେ । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ।

୧. ବଲିଉଡ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ‘ମାଧୁରୀ ଦିକ୍ଷୀତ’ ୧୯୯୯ ମସିହାରେ ଲକ୍ଷ ଲକ୍ଷ ଦର୍ଶକ ଙ୍କ ହୃଦୟ କୁ ଭାଙ୍ଗି ଡାଂ. ଶ୍ରୀରାମ ମାଧବ ନେନେ ଙ୍କୁ ବିବାହ କରିଥିଲେ । ସେହି ସମୟରେ ଡାଂ ନେନେ ମାଧୁରୀ ଙ୍କୁ ପ୍ରାୟ ୮ଲକ୍ଷ ୫୦ ହଜାର ଟଙ୍କା ର ମଙ୍ଗଳସୂତ୍ର ପିନ୍ଧାଇଥିଲେ । ଆପଣ ମାନେ ଏହି ମଙ୍ଗଳସୁତ୍ର କୁ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ପିନ୍ଧିଥିବାର ନିଶ୍ଚିତ ଭାବରେ ଦେଖିଥିବେ ।

୨. ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ଅନୁଷ୍କା ଶର୍ମା’ ଭାରତୀୟ କ୍ରିକେଟର ବିରାଟ କୋହଲି ଙ୍କୁ ବିବାହ କରିଛନ୍ତି । ସେ ନିଜ ବାହାଘର ରେ ପ୍ରାୟ ୫୨ ଲକ୍ଷ ଟଙ୍କା ର ମଙ୍ଗଳସୁତ୍ର ପିନ୍ଧିଥିଲେ ଏବଂ ସେହି ମଙ୍ଗଳସୁତ୍ର ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ଡିଜାଇନ କରିଥିଲେ ।

୩. ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ଐଶ୍ୱରିୟା ରାୟ’ ଯିଏ ନିଜର ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କୁ ନିଜର ଦିୱାନା କରିଛନ୍ତି । ସେ ନିଜର ବାହାଘରରେ ଏତେ ଦାମି ମଙ୍ଗଳସୁତ୍ର ପିନ୍ଧିଥିଲେ ଯେ, ସେହି ପଇସା ରେ ବି. ଏମ. ଡବ୍ଲୁ ଭଳି କାର ମଧ୍ୟ କିଣି ପାରିବ । ଏହି ମଙ୍ଗଳସୁତ୍ର ର ଦାମ ପ୍ରାୟ ୪୫ ଲକ୍ଷ ଟଙ୍କା ର ଥିଲା ।

୪. ବଲିଉଡ ଇଣ୍ଡଷ୍ଟ୍ରୀ ର ଫିଟନେସ କୁଇନ ‘ଶିଳ୍ପା ସେଟ୍ଟୀ’ ରାଜ କୁନ୍ଦ୍ରା ଙ୍କୁ ବିବାହ କରିଥିଲେ । ସେ ନିଜ ବାହାଘର ରେ ବହୁତ ଦାମୀ ମଙ୍ଗଳସୁତ୍ର ପିନ୍ଧିଥିଲେ । ତାଙ୍କ ମଙ୍ଗଳସୁତ୍ର ର ଦାମ ପ୍ରାୟ ୨୯ ଲକ୍ଷ ଟଙ୍କା ର ହୋଇଥିଲା ।

୫. ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ସୋନମ କପୁର’ ନିଜ ବାହାଘର ରେ ୨୫ ଲକ୍ଷ ଟଙ୍କାର ମଙ୍ଗଳସୁତ୍ର ପିନ୍ଧିଥିଲେ । ଏହି ମଙ୍ଗଳସୁତ୍ର ର ଖାସ କଥା ହେଉଛି ଯେ, ଏହାର ଡିଜାଇନ ନିଜେ ସୋନମ କରିଥିଲେ ଏବଂ ସେଥିରେ ସୋନମ ଏବଂ ଆନନ୍ଦ ଉଭୟଙ୍କ ରାଶି ର ଚିନ୍ହ ହୋଇଥିଲା । ଚର୍ଚ୍ଚା ର ବିଷୟ ଏହା ଥିଲା ଯେ, ସୋନମ ଏହି ମଙ୍ଗଳସୁତ୍ର କୁ ବେକରେ ପିନ୍ଧିବା ବଦଳରେ ହାତରେ ପିନ୍ଧିଥିଲେ ।

୬. ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘କାଜୋଲ’ ପ୍ରସିଦ୍ଧ ଅଭିନେତା ଅଜୟ ଦେବଗନ ଙ୍କୁ ୧୯୯୯ ମସିହାରେ ବିବାହ କରିଥିଲେ । କାଜୋଲ ନିଜ ବାହାଘର ରେ ବହୁତ ଦାମୀ ମଙ୍ଗଳସୁତ୍ର ପିନ୍ଧିଥିଲେ ଏବଂ ଏହାର ଦାମ ଥିଲା ପ୍ରାୟ ୨୧ଲକ୍ଷ ଟଙ୍କା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।