ମକର ସଂକ୍ରାନ୍ତି ଦିନ ଏହି 1 କାମ କରିବା ଦ୍ଵାରା ସୂର୍ଯ୍ୟଦେବ ଦେଇଥାନ୍ତି ଏମିତି ବରଦାନ କି ଦରିଦ୍ରତା ହୋଇଯାଏ ଦୂର, ମିଳେ ସମସ୍ତ ରୋଗରୁ ମୁକ୍ତି

ଭାରତରେ ମକର ସଂକ୍ରାନ୍ତିକୁ ସବୁ କାର୍ଯ୍ୟ ଆରମ୍ଭର ଶୁଭ ସମୟ ଭାବରେ ମନାଯାଏ । ମକର ସଂକ୍ରାନ୍ତି ପୂର୍ବରୁ କୌଣସି ଶୁଭ କାର୍ଯ୍ୟ ବା ପୂଜା ଆଦି କାର୍ଯ୍ୟ କରାଯାଏ ନାହିଁ । ସୁର୍ଯ୍ୟ ଯେବେ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କକରିଥାଏ ଏହି ଗ୍ରହ ଚଳନ ଅନୁସାରେ ଏହି ପର୍ବକୁ ମକର ସଙ୍କ୍ରାନ୍ତି କୁହାଯାଏ । ଏହି ଦିନ ସୁର୍ଯ୍ୟ ଦେବ ଉତ୍ତର ଦିଗକୁ ଗମନ କରିଥାନ୍ତି ଏଥିପାଇଁ ଏହାକୁ ଉତ୍ତରାୟଣ କହନ୍ତି ।

ଉତ୍ତରାୟଣକୁ ସକାରାତ୍ମକ ଓ ଦକ୍ଷିଣାୟନକୁ ନକରାତ୍ମକ ଭାବେ ବିବେଚନା କରାଯାଇଛି । ମକର ସଂକ୍ରାନ୍ତି ସୁର୍ଯ୍ୟର ଗତିପଥ ଅନୁସାରେ ନିର୍ଧାରିତ କରାଯାଏ । ଭାରତୀୟ ଅନ୍ୟ ପଂଚାଙ୍ଗ ତିଥି ଗୁଡିକ ଚନ୍ଦ୍ରର ଗତି ଅନୁସାରେ ନିର୍ଧାରିତ କରାଯାଏ ।

ଏଥିପାଇଁ ମକର ସଂକ୍ରାତିକୁ ବହୁତ ମହତ୍ଵ ଦିଆଯାଇଛି । ସୁର୍ଯ୍ୟ ଦେବ ଓ ଶନି ଦେବ ହି  ପିତା ପୁତ୍ରଙ୍କ ମଧ୍ୟରେ ସବୁବେଳେ ଶତ୍ରୁତା ଲାଗିରହିଥାଏ । କୁହାଯାଏ କି ମକର ସଂକ୍ରାନ୍ତି ଦିନ ଶୁର୍ଯ୍ୟ ଦେବ ଶନି ଦେବଙ୍କ ଘରକୁ ଆସିଥିଲେ । ଶନି ଦେବ ମକର ରାଶିର ଗୁରୁ ଅଟନ୍ତି ।

ଅର୍ଥାତ ସୂର୍ଯ୍ୟ ଦେବ ଧନୁ ରାଶି ଛାଡି ମକରରେ ପ୍ରବେଶ କରିଥିଲେ ଏହି ସମୟରେ ଶନି ଦେବ ତାଙ୍କୁ କଳା ରାଶି ଓ ତେଲ ଦ୍ୱାରା ଅତିଥି ସତ୍କାର କରିଥିଲେ ଓ ଚାଉଳରେ ତିଆରି ଖିଚିଡି ଓ ଗୁଡ଼ ଖାଇବାକୁ ଦେଇଥିଲେ । ଏଥିପାଇଁ ଏହି ଦିନ ରାଶି , ଗୁଡ଼ ତେଲ ଓ ଖିଚିଡି ଭୋଜନ ଓ ଦାନ ଆଦିର ବହୁତ ମହତ୍ଵ ଅଛି ।

ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ଏପରି କିଛି କାମ କରିବା ଦ୍ୱାରା ମନୁଷ୍ୟକୁ ସବୁ ଶୁଖ ଶାନ୍ତି ଓ ବୈଭବ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି କାମ ଗୁଡିକ କଣ ।ପ୍ରଥମେ  ମକର ସଂକ୍ରାନ୍ତି ଦିନ ବ୍ରାମହ ମୁହୂର୍ତ ରୁ ସ୍ନାନଆଦି ସାରି ଶୁର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରି ଓଁ ଭାସ୍କରାୟ ନମଃ ଜପ କରିବା ଉଚିତ । ଏହାଦ୍ୱାରା ସମ୍ପୂର୍ଣ୍ଣ ବର୍ଷ ଆପଣଙ୍କୁ ଶୁଖ ଓ ବୈଭବ ମିଳିଥାଏ । ଦ୍ଵିତୀୟରେ ଏହି ଦିନ ଶୁଧ ଘିଅ ଓ କମ୍ବଳ ଦାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ।

ତୃତୀୟରେ ଏହି ଦିନ ଶୁର୍ଯ୍ୟ ଓ ଶନି ମନ୍ଦିର ଦର୍ଶନ କରନ୍ତୁ କୌଣସି ଭୋଜନ ଗ୍ରହଣ କରିବା ପୂର୍ବରୁ । ଏହା ପରେ ରାଶି ଓ ଗୁଡ ଗ୍ରହଣ କରନ୍ତୁ ଯାହା ଫଳରେ ଆପଣଙ୍କ ଜୀବନରେ ଖୁସି ଭରି ଯିବ । ଚତୁର୍ଥରେ ଏହି ଦିନ କୌଣସି ତେଲ ଜିନିଷ କି ଆମିଷ ଖାଇବା ଉଚିତ ନୁହେଁ କି ତେଲ ଛୁଟି କିମ୍ବା ଦେହରେ ଲାଗାଇବା ଉଚିତ ନୁହେଁ । ଏହି ଦିନ ତେଲ ଓ ରାଶି ଆଦି ଦାନ କରିବା ଉଚିତ ଓ ଘରକୁ ଆସିଥିବା କୋଣସି ବ୍ୟକ୍ତି କୁ ଖାଲି ହାତରେ ବିଦା ନକରି କିଛି ଦାନ ଦିଅନ୍ତୁ । ଏହାଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ । ଦାନ ଦେବା ବେଳେ ହଳଦୀ ଅବଶ୍ୟ ରଖନ୍ତୁ ଓ ଦାନ ଜିନିଷକୁ କୁଂକୁମ ଲଗାଇ ସୁର୍ଯ୍ୟ ଦେବଙ୍କୁ ପୂଜା କରି ଦାନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।