ଏହି କାରଣ ପାଇଁ Bollywood ର ସବୁଠୁ ଫେମସ ଯୋଡି କରିନା କପୁର ଓ ଶାହିଦ କପୁରଙ୍କ ଲଭ ଷ୍ଟୋରି ରହିଗଲା ଅଧାରେ

ବଲୀଉଡ ଫିଲ୍ନ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନଙ୍କର ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ସେଥିପାଇଁ ସେହି ଅଭିନେତା ଓ ଅଭିନେତ୍ରୀଙ୍କୁ ଯୋଡି ରୂପରେ ବହୁତ ଫିଲ୍ମରେ ସାଇନ କରିବା ପାଇଁ ଫିଲ୍ମ ମେକରମାନଙ୍କର ଲାଇନ ବି ଲାଗିଥାଏ । ଏହା ସହିତ କିଛି ଅଭିନେତା ଓ ଅଭିନେତ୍ରୀଙ୍କ ଯୋଡି ଏତେ ପପୁଳାର ହୋଇଯାଏ କି ଲୋକମାନେ ତାଙ୍କୁ କେବଳ ଅନସ୍କ୍ରିନରେ ନୁହେଁ ଅଫସ୍କ୍ରିନରେ ଅର୍ଥାତ ଅସଲ ଜୀବନରେ ବି ସ୍ଵାମୀ ସ୍ତ୍ରୀଙ୍କ ରୂପରେ ଦେଖିବାକୁ ଚାହାନ୍ତି । କିନ୍ତୁ ପ୍ରାୟତଃ ଯୋଡି ଏହିଭଳି କରନ୍ତି ନାହିଁ । କିନ୍ତୁ ଯଦି ଅନସ୍କ୍ରିନର ସବୁଠୁ ଫେମସ ଯୋଡି ବିଷୟରେ କହିବା ତେବେ କରିନା କପୁର ଓ ଶାହିଦ କପୁରଙ୍କ ଯୋଡି ଏହି ଲିସ୍ଟରେ ସାମିଲ ଅଛି ।

ଏହି ସୁନ୍ଦର ଯୋଡି ନିଜର ଅନସ୍କ୍ରିନ ସହିତ ଅଫସ୍କ୍ରିନରେ ବି ଦର୍ଶକମାନଙ୍କର ହୃଦୟ ଜିତିଛନ୍ତି । ଯେଉଁମାନେ ଗୋଟିଏ ପଟେ ନିଜର ଫିଲ୍ମ ପାଇଁ ଦର୍ଶକମାନଙ୍କ ଠାରୁ ପ୍ରଶଂସାର ପାତ୍ର ହେଉଥିଲେ ତ ଅନ୍ୟ ପଟେ ଏମାନଙ୍କର ପ୍ରେମ କାହାଣୀ ସମସ୍ତଙ୍କୁ ଜଣା ଅଛି । କିନ୍ତୁ ଏହି ଲଭ ଷ୍ଟୋରି ପୁରା ହୋଇ ପାରିଲା ନାହିଁ । କିନ୍ତୁ କଣ ପାଇଁ ଏମାନଙ୍କର ପ୍ରେମ କାହାଣୀ ଅଧାରେ ରହିଗଲା ଆଜି ଆମେ ଆପଣଙ୍କୁ କହିବୁ ।

ବଲୀଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଯୋଡି କରିନା କପୁର ଓ ଶାହିଦ କପୁର ବଲୀଉଡର ସେହି ଯୋଡିମାନଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନେ ନିଜର ଫିଲ୍ମି କ୍ୟାରିୟର ପାଖାପାଖି ଗୋଟିଏ ସମୟରେ ହିଁ ଆରମ୍ଭ କରିଥିଲେ । ଏହି କାରଣରୁ ଦୁଇ ଜଣ ୨୦୦୪ରେ ଆସିଥିବା ଫିଲ୍ମ ‘ଫିଦା’ରେ ଏକତ୍ରିତ ନଜର ଆସିଥିଲେ । ଏହି ଫିଲ୍ମର ଏହି ଦୁଇ ଜଣଙ୍କ ଯୋଡିକୁ ଖୁବ ପସନ୍ଦ କରାଯାଇଥିଲା । ଏମିତିରେ ଏହି ଫିଲ୍ମର ଶୁଟିଙ୍ଗ ମଝିରେ ହିଁ କରିନା କପୁର ଶାହିଦ କପୁରଙ୍କୁ ପ୍ରପୋଜ କରି ଦେଇଥିଲେ ।

ଏହା ପରେ ଦୁଇ ଜଣ ପରସ୍ପରକୁ ଡେଟ କରିବାକୁ ଲାଗିଲେ । ଦୁଇ ଜଣଙ୍କ ଲିଙ୍କଅପର ଖବର ଏତେ ଥିଲା କି ସମସ୍ତଙ୍କ ମୁହଁରେ ଶାହିଦ ଓ କରିନାଙ୍କ ନାଁ ଥିଲା । ଦୁଇ ଜଣ ବହୁତ ସମୟ ପର୍ଯ୍ୟନ୍ତ ରିଲେସନସିପରେ ଥିଲେ ଓ ଏହା ବି ଶୁଣିବାକୁ ମାଲିଲା କି ଦୁଇ ଜଣ ଜଲ୍ଦି ହିଁ ପରସ୍ପରକୁ ବିବାହ କରିବେ । କିନ୍ତୁ ରିଲେସନଶିପରେ ୩ ବର୍ଷ ରହିବା ପରେ ହିଁ ଦୁଇ ଜଣଙ୍କ ସମ୍ପର୍କ ମଧ୍ୟରେ ଦୂରତା ଆସିଗଲା । ଏହା ସେହି ସମୟ ଥିଲା ଯେତେବେଳେ ଦୁଇ ଜଣ ଜବ ୱି ମେଟରେ କାମ କରୁଥିଲେ ।

ଏହି ସମୟରେ ଦୁଇ ଜଣଙ୍କର ବ୍ରେକଅପର ଖବର ଏତେ ବ୍ୟପିଗଲା କି ଦୁଇ ଜଣ ଏକତ୍ରିତ କାମ କରିବାକୁ ବି ଚାହୁଁ ନ ଥିଲେ । କୁହାଯାଏ କି ଶାହିଦ କପୁରଙ୍କ ଅମୃତା ରାଓଙ୍କ ସହ ଅଫେୟାର ଏହି ବ୍ରେକଅପର କାରଣ ଅଟେ । କିନ୍ତୁ ସେହି ସମୟରେ ଏହା ବି କୁହାଯାଉଥିଲା କି କରିନା ଶାହିଦଙ୍କୁ ଧୋଖା ଦେଇ ସୈଫଙ୍କ ପାଖାପାଖି ହେବାକୁ ଚାହୁଁଥିଲେ । ଏମିତିରେ ଏମାନଙ୍କର ପ୍ରେମ କାହାଣୀ ଆଜି ପର୍ଯ୍ୟନ୍ତ ଅଧାରେ ରହିଗଲା । ଏହା ସହିତ ଦୁଇ ଜଣ ନିଜର ପର୍ସନାଳ ଲାଇଫରେ ନିଜର ଜୀବନସାଥିଙ୍କୁ ବାଛି ନେଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।