କେବେ ଦିଆଯାଉଥିଲା ସୁନ୍ଦରତାର ଉଦାହରଣ, ଆଜି ୩୨ ବର୍ଷ ପରେ ଏମିତି ଦେଖାଯାଉଛନ୍ତି ଅମିର ଖାନଙ୍କ ପ୍ରଥମ ସ୍ତ୍ରୀ, ଦେଖନ୍ତୁ

ବଲୀଉଡ ଦୁନିଆର କେତେବେଳେ କଣ ହୋଇଯାଏ, ଏହା ସାଧାରଣ ବ୍ୟକ୍ତି ବି ବୁଝି ପାରେ ନାହିଁ । କହିବାକୁ ଗଲେ ବଲୀଉଡରେ ସମ୍ପର୍କକୁ ନେଇ କାହାର ବି ବିଶ୍ଵାସ ହୋଇ ନ ଥାଏ । ଏହା ମୌସମ ଭଳି ହୋଇଥାଏ ଯାହାକି ସବୁବେଳେ ବଦଳି ଥାଏ । କେବେ ଯିଏ ପରସ୍ପରକୁ ପାଗଳ ଭଳି ପ୍ରେମ କରୁଥିଲେ ସେମାନେ ଆଜି ଅଲଗା ହୋଇ ଯାଉଛନ୍ତି ।

ସମ୍ପର୍କକୁ ନେଇ କରି ଦିଅନ୍ତି ଭୁଲ :

ବଲୀଉଡର ମିସ୍ଟର ପରଫେକ୍ଶନିଷ୍ଟ ନାମରେ ଜଣା ଯାଉଥିବା ଆମିର ଖାନ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ଭାରତ ନୁହେଁ ପୁରା ଦୁନିଆରେ ଆମିର ଖାନଙ୍କୁ ଚିହ୍ନିଛନ୍ତି । ଭାରତର ପଡୋଶୀ ଦେଶରେ ଆମିର ଖାନଙ୍କର ଫିଲ୍ମ ବହୁତ ଚାଲିଥାଏ । କହିବାକୁ ଗଲେ ଆମିର ଖାନ ଏକଦମ ପରଫେକ୍ଟ ଅଟନ୍ତି, କିନ୍ତୁ ସମ୍ପର୍କକୁ ନେଇ ସବୁବେଳେ ଭୁଲ କରି ବସନ୍ତି । ଆପଣଙ୍କୁ କହିଦେଉଛୁ କି ୫୩ ବର୍ଷର ଆମିର ଖାନ ଦୁଇ ଥର ବିବାହ କରିଛନ୍ତି । ଆମିର ଖାନଙ୍କର ପ୍ରଥମ ପତ୍ନୀ ରିନା ଅଟନ୍ତି ।

ପ୍ରଥମ ଫିଲ୍ମ ରିଲିଜ ହେବା ପୂର୍ବରୁ କରି ସାରିଥିଲେ ବିବାହ :

ଆପଣଙ୍କୁ କହିଦେଉଛୁ କି ରିନାଙ୍କର ଏକ ଝଲକ ତାଙ୍କର ଫିଲ୍ମ ‘କୟାମତ ସେ କୟାମତ ତକ’ରେ ଦେଖିବାକୁ ମିଳିଥିଲା । ସେହି ସମୟରେ ରିନାଙ୍କର ସୁନ୍ଦରତାର ଉଦାହରଣ ବି ଦିଆ ଯାଉଥିଲା । ଏହି କାରଣ ଅଟେ କି ଆମିର ଖାନ ତାଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ । କିନ୍ତୁ ସେତେବେଳ ର ରିନା ଓ ବର୍ତ୍ତମାନର ରିନା ମଧ୍ୟରେ ବହୁତ ପାର୍ଥକ୍ୟ ଦେଖା ଯାଉଛି ।

ବର୍ତ୍ତମାନ ରିନାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ରିନା ବହୁତ ମୋଟି ଦେଖା ଯାଉଛନ୍ତି । ଫିଲ୍ମ ରିଲିଜ ହେବା ପରେ ଆମିର ଖାନଙ୍କର ବିବାହ ଖବର ସାମ୍ନାକୁ ଆସିଥିଲା ।

ଘରୁ ଫେରାର ହୋଇ ବିବାହ କରିଥିଲେ ରିନାଙ୍କ ସହ :

ଫିଲ୍ମ ରିଲିଜ ହେବାର ଦୁଇ ବର୍ଷ ପୂର୍ବେ ହିଁ ଆମିର ଖାନ ବିବାହ କରି ସାରିଥିଲେ । ଆପଣଙ୍କୁ କହିଦେଉଛୁ କି ରିନା ଓ ଆମିର ଖାନ ପଡୋଶୀ ଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହେଲା ଓ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ ।

କିନ୍ତୁ ଦୁଇ ଜଣଙ୍କର ଧର୍ମ ଅଲଗା ଅଲଗା ଥିବା କାରଣରୁ ଅସୁବିଧା ହେଉଥିଲା । ଏହି କାରଣରୁ ଦୁଇ ଜଣ ୧୮ ଏପ୍ରିଲ ୧୯୮୬ରେ ଘରୁ ଫେରାର ହୋଇ ବିବାହ କରିନେଲେ । ଯେତେବେଳେ ଆମିର ଖାନ ରିନାଙ୍କ ସହ ବିବାହ କରିଥିଲେ, ସେହି ସମୟରେ ତାଙ୍କର ବୟସ ୨୧ ବର୍ଷ ଥିଲା ଓ ରିନାଙ୍କର ବୟସ ୨୦ ବର୍ଷ ଥିଲା ।

୧୬ ବର୍ଷ ଏକା ସହିତ ରହିବା ପରେ ଶେଷରେ ଆମିର ଖାନ ୨୦୦୨ରେ ରିନାଙ୍କୁ ଡିଭୋର୍ସ ଦେଇଦେଲେ । କିନ୍ତୁ ଦୁଇ ଜଣଙ୍କ ଅଲଗା ହେବାର ମୁଖ୍ୟ କାରଣ କଣ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିଲା ନାହିଁ ।

ଡିଭୋର୍ସ ପରେ ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି :

ରିନାଙ୍କ ଠାରୁ ଡିଭୋର୍ସ ନେବା ପରେ ଆମିର ଖାନ ୨୦୦୫ରେ କିରଣ ରାୱଙ୍କ ସହ ବିବାହ କରିଲେ । କିନ୍ତୁ ରିନାଙ୍କ ଠାରୁ ଅଲଗା ହେବା ପରେ ବି ଆମିର ଓ ରିନା ଭଲ ବନ୍ଧୁ ଅଟନ୍ତି । ରିନା ପ୍ରାୟତଃ ଆମିର ଖାନଙ୍କର ଫିଲ୍ମ ଗୁଡିକର ପ୍ରିମିୟରରେ ଦେଖା ବି ଯାଇଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ରିନାଙ୍କୁ ଚିହ୍ନିବା ବହୁତ କଷ୍ଟ ହୋଇଯାଇଛି କାରଣ ସେ ବହୁତ ମୋଟି ହୋଇ ଯାଇଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।