ଏମାନେ CID ସିରିଏଲ ର 3 ଅଭିନେତାଙ୍କର ରିଅଲ ଲାଇଫ ସ୍ତ୍ରୀ, ଅଭିଜିତ ଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର

ଟେଲିଭିଜନ ଜଗତରେ ଅଭିନୟ କରି କଳାକାର ମାନେ ବେଶ ନାଁ କମାଇ ପାରିଛନ୍ତି । ବନ୍ଧୁଗଣ ଆପଣ ମାନେ “ସିଆଇଡି” ସିରିଏଲ ନିଶ୍ଚୟ ଦେଖୁଥିବେ । ଏଥିରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ଦ୍ଵାରା ଆଜିକା ଡେଟରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ଆଜି ଆମେ ଆପଣ ମାନଙ୍କୁ “ସିଆଇଡି” ସିରିଏଲରେ ଅଭିନୟ କରୁଥିବା ତିନି ଜଣ କଳାକାର ମାନଙ୍କର ରିୟଲ ଲାଇଫ ସ୍ତ୍ରୀଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ଦୀର୍ଘ ୨୨ ବର୍ଷ ହେବ ସିଆଇଡି ସିରିଏଲ ଟିଭି ଜଗତରେ ପ୍ରସାରିତ ହୋଇ ଖୁବ ଲୋକପ୍ରିୟ ହୋଇ ପାରିଛି । ମଣିଷ ଜୀବନରେ ଘଟୁଥିବା କିଛି ଘଟଣା ବା ଦୁର୍ଘଟଣାକୁ ନେଇ ଏହି ସିରିଏଲଟି ଆଧାରିତ ଅଟେ । ୧୯୯୮ ମସିହା ଜାନୁଆରୀ ୨୧ରେ ଏହି ସିରିଏଲର ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଥିଲା । ଦର୍ଶକ ମାନେ ଆଜିକା ଡେଟରେ ଏହି ସିରିଏଲ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି ।

ଏହି ସିରିଏଲରେ ଏସିପି ପ୍ରଦ୍ଯୁମନ ଭୂମିକରେ ଅଭିନେତା ଶିବାଜି ସାତମ ଅଭିନୟ କରୁଛନ୍ତି । ଅଭିନେତା ଶିବାଜି ୧୯୫୦ ଏପ୍ରିଲ ୨୧ରେ ଜନ୍ମଗ୍ରହଣ କରିଥିଲେ । ଶିବାଜି ଟିଭି ସିରିଏଲ ବ୍ଯତୀତ ବଲିଉଡରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ହେଉଛି ଅରୁଣା ସାତମ ଓ ପୁଅଙ୍କ ନାଁ ହେଉଛି ଅଭିଜିତ ସାତମ ଅଟେ । ଶିବାଜି ଓ ଅରୁଣାଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ରହିବା ସହ ଭଲ ପାଇବା ମହଦୀ ରହିଛି । ଶିବାଜିଙ୍କ ପୁଅ ଅଭିଜିତ ସାତମ ମଧ୍ୟ ଟିଭିରେ ଅଭିନେତା ଭାବେ କାମ କରନ୍ତି ।

ଏହି ସିରିଏଲରେ ଇନ୍ସ୍ପେକ୍ଟର ଦୟା ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦୟାନନ୍ଦ ସେଠୀ ନିଜର ଜବରଦସ୍ତ ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ଦୟାନନ୍ଦ ୧୯୯୯ ମସିହା ଡିସେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା ଦୟାନନ୍ଦ ବଲିଉଡର ଅଭିନେତା ଅଜୟ ଦେବଗନଙ୍କ ସହ ସିଙ୍ଘମ ରିଟର୍ନ ଫିଲ୍ମରେ କମ କରିଥିଲେ । ଦୟାନନ୍ଦ “ସିଆଇଡି” ବ୍ଯତୀତ ଅନ୍ୟ କେତେକ ସିରିଏଲରେ ନଜର ଆସିଛନ୍ତି । ତାଙ୍କ ରିୟଲ ଲାଇଫ ସ୍ତ୍ରୀଙ୍କ ନାଁ ହେଉଛି ଇସ୍ମିତା ସେଠୀ ଅଟେ । ତାଙ୍କର ଗୋଟେ ଝିଅ ମଧ୍ୟ ଛନ୍ତି । ଦୁହେଁ ନିଜର ବୈବାହିକ ଜୀବନରେ ବେଶ ହସଖୁସିରେ ଟାଇମ ସ୍ପେନ୍ଡ କରନ୍ତି ।

ଏହି ସିରିଏଲରେ ଦର୍ଶକ ମାନେ ପସନ୍ଦ କରୁଥିବା ଅଭିଜିତ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଆଦିତ୍ୟ ଶ୍ରୀ ବାସ୍ତବ ନିଭାଉଛନ୍ତି । ସେ ୧୯୬୮ ମସିହା ଜୁଲାଇ ୨୧ରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା ଆଦିତ୍ୟ ଜଣେ ଅଭିନେତା ହେବା ସହ ଜଣେ ପ୍ରଡ୍ୟୁସର ମଧ୍ୟ ଅଟନ୍ତି । ତାଙ୍କର ରିୟାଲ ଲାଇଫ ସ୍ତ୍ରୀଙ୍କ ନାଁ ହେଉଛି ମାନସୀ ଶ୍ରୀ ବାସ୍ତବ ଯିଏ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ସିଆଇଡି ସିରିଏଲର ମୁଖ୍ୟ କାଅଭିନୟ କରୁଥିବା ଏହି ତିନି ଜଣ ଅଭିନେତାଙ୍କ ମଧ୍ୟରୁ କିଏ ପସନ୍ଦ ଆସନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।