ଏହି ପ୍ରଶ୍ନ କାରଣରୁ ସୁଷ୍ମିତାଙ୍କ ଠାରୁ ମିସ ଇଣ୍ଡିଆର ତାଜ ହାରି ଯାଇଥିଲେ ଐଶ୍ୱର୍ୟା, ଆଜି ବି କରୁଛନ୍ତି… ଦେଖନ୍ତୁ ଭିଡିଓ

ସମସ୍ତଙ୍କର ସ୍ଵପ୍ନ ଥାଏ କି ସେମାନେ ଯାହା ବି କାମ କରୁଛନ୍ତି ସେଥିରେ ସେ ବେସ୍ଟ କରିବେ ଏବଂ ସବୁବେଳେ ଶୀର୍ଷରେ ରହିବେ । ସେହିଭଳି ପୁରୁଷ ଏବଂ ମହିଳା ମଡେଲଙ୍କର ସ୍ଵପ୍ନ ଥାଏ କି ସେମାନେ ବି ମିସ ଇଣ୍ଡିଆ କିମ୍ବା ମିସ୍ଟର ଇଣ୍ଡିଆର ଟାଇଟେଲ ଜିତିବେ । କିନ୍ତୁ ଏହି କଥା ଯେତେବେଳେ ଝିଅ ମାନଙ୍କ ଉପରେ ଆସିଥାଏ ତେବେ ଏହି କଥାକୁ ପ୍ରମାଣିତ କରିବା ସବୁଠୁ କଠିନ ହୋଇଥାଏ କି କେଉଁ ଝିଅକୁ ବାଛିବା ଉଚିତ ।

ବର୍ଷ ୧୯୯୪ରେ ଏହି ଦ୍ବିଧାରେ ଆସିଯାଇଥିଲେ ଯେତେବେଳେ ଦୁଇ ଜଣ ମହିଳାଙ୍କ ମଧ୍ୟରେ ସୁନ୍ଦରୀ ବାଛିବା ପାଇଁ କଠିନ ହୋଇ ଯାଇଥିଲା । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେଇ ସୁଷ୍ମିତା ଐଶ୍ୱର୍ୟାଙ୍କୁ ହରାଇ ଜିତି ଯାଇଥିଲେ ମିସ ଇଣ୍ଡିଆର ତାଜ । ଆପଣ ବି ଦେଖନ୍ତୁ ସେହି ଭିଡିଓ ।

ସୁଷ୍ମିତା ଐଶ୍ୱର୍ୟାଙ୍କୁ ହରାଇ ଜିତି ଥିଲେ ମିସ ଇଣ୍ଡିଆର ତାଜ

୨୫ ବର୍ଷ ପୂର୍ବରୁ ଐଶ୍ୱର୍ୟା ରାୟ ମିସ ୱୋର୍ଲ୍ଡର ଟାଇଟେଲ ଜିତି ସାରିଛନ୍ତି । ଏହି ତାଜକୁ ହାସଲ କରିବା ପରେ ଐଶ୍ୱର୍ୟା ଭାରତର ନାମକୁ ପୁରା ଦୁନିଆରେ ପ୍ରସିଦ୍ଧ କରିଦେଲେ । କିନ୍ତୁ ଭାରତରେ ବର୍ଷ ୧୯୯୪ରେ ହୋଇଥିବା ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଟ୍ରଫି ଐଶ୍ୱର୍ୟା ରାୟ ନୁହେଁ ସୁଷ୍ମିତା ସେନ ନିଜ ନାମରେ କରିଥିଲେ । ଏହି ସବୁଥିରେ ସବୁଠୁ ଖାସ କଥା ହେଉଛି କି ଏହି ଦୁଇଜଣ ଅଭିନେତ୍ରୀଙ୍କ ମଧ୍ୟରେ କେବଳ ୦.୨ ମାର୍କ ପାର୍ଥକ୍ୟ ଥିଲା ।

ଗୋଆରେ ଆୟୋଜିତ ଏହି କନ୍ଟେସ୍ଟରେ ସୁଷ୍ମିତା ଏବଂ ଐଶ୍ୱର୍ୟାଙ୍କୁ ୯.୩୩ ମାର୍କ ଦିଆ ଯାଇଥିଲା । ଯାହା ପରେ ଟାଇ ବ୍ରେକ ହେବା ପରେ ଦୁଇଜଣଙ୍କୁ ଗୋଟିଏ ଗୋଟିଏ ପ୍ରଶ୍ନ ପଚରାଗଲା । ଐଶ୍ୱର୍ୟାଙ୍କୁ ପଚରାଗଲା ଯେ ଯଦି ତୁମକୁ ନିଜର ସ୍ଵାମୀର ଗୁଣକୁ ଖୋଜିବାର ଅଛି ତେବେ, ଦ ବୋଲ୍ଡ ଏଂଡ ବ୍ୟୁଟୀଫୁଲର ରିଜ ଫୋରେସ୍ଟର ନା ମେସନ କ୍ଯାପବେଲ ସାଂଟା ବାର୍ବରା ରେ ମଧ୍ୟରୁ କାହାକୁ ବାଛିବେ ଓ କାହିଁକି ?

ଏହା ଉପରେ ଐଶ୍ୱର୍ୟା ଉତ୍ତର ଦେଲେ କି ମେସନ କାରଣ ସେମାନଙ୍କ ମଧ୍ୟରେ ବହୁତ ଜିନିଷ ସମାନ ଅଟେ । ମେସନ ବହୁତ ଦାୟିତ୍ଵବାନ ସ୍ଵଭାବର ଅଟନ୍ତି ଏବଂ ତାଙ୍କର ବୁଝିବା ଶକ୍ତି ବି ଭଲ ଅଟେ । ଏହା ପରେ ସୁଷ୍ମିତାଙ୍କୁ ପଚରାଗଲା କି, “ନିଜ ଦେଶର ଟେକ୍ସଟାଇଲ ହେରିଟେଜଙ୍କ ବିଷୟରେ ଆପଣ କଣ ଜାଣିଛନ୍ତି ? ଏହା କେତେ ପୁରୁଣା ଅଟେ ଏବଂ ଆପଣ କଣ ଏହାକୁ ପସନ୍ଦ କରନ୍ତି ?

ସୁଷ୍ମିତା ଏହାର ଉତ୍ତର ଦେଲେ, “ମୋତେ ଲାଗୁଛି କି ଏହି ସବୁ ମହାତ୍ମା ଗାନ୍ଧୀଙ୍କ ସମୟର ଖଦିରୁ ଆରମ୍ଭ ହୋଇଛି । ସେହି ସମୟରେ ଏହା ଏକ ଲମ୍ବା ଯାତ୍ରା କରି ସାରିଛି ଏବଂ ଟେକ୍ସଟାଇଲର ମୁଖ୍ୟ କଥା ବି ସେଠୁ ଆସିଥାଏ । ମୋତେ ଏଥନିକ ଆଉଟଫିଟ୍ସ ପିନ୍ଧିବା ବହୁତ ପସନ୍ଦ ଅଟେ ଏବଂ ମୋ ପାଖରେ ୱେସ୍ଟର୍ନ ଆଉଟଫିଟର ବି କଲେକ୍ଶନ ଅଛି । ସୁଷ୍ମିତାଙ୍କର ଏହି ଉତ୍ତରରେ ତାଙ୍କୁ ୯.୪୧ ମାର୍କ ମିଳିଲା ଏବଂ ଐଶ୍ୱର୍ୟାଙ୍କୁ ୯.୩୯ ମାର୍କ ଦିଆ ଗଲା । ଏହା ସହିତ ହିଁ ସୁଷ୍ମିତା ସେନ ଙ୍କୁ ବିଜେତା ଘୋଷିତ କରାଯାଇଥିଲା ।

ଦୁଇଜଣ ହିଁ ଭଲ ଅଭିନେତ୍ରୀ ଅଟନ୍ତି

୯୦ ଦଶକରେ ବଲୀଉଡକୁ କୋହିନୁର ଭଳି ଅଭିନେତ୍ରୀ ଐଶ୍ୱର୍ୟା ରାୟ ଏବଂ ସୁଷ୍ମିତା ସେନ ମିଳିଥିଲା । ବଲୀଉଡରେ ସୁଷ୍ମିତା ବହୁତ ଫିଲ୍ମ କରିସାରିଛନ୍ତି ଏବଂ କେତେକ NGO ରେ ବି ସେ କାମ କରୁଛନ୍ତି । ଅନ୍ୟ ପଟେ ଐଶ୍ୱର୍ୟା ବି ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଏବଂ ଆଜି ବି ସେ ଫିଲ୍ମ କରୁଛନ୍ତି ।