Madhuri Dixit ଙ୍କ ରିଲ ଲାଇଫ ଭଉଣୀ ନିଜ ଠାରୁ 4 ବର୍ଷ ସାନ ଆକ୍ଟରଙ୍କୁ କରିଥିଲେ ବିବାହ, ଆଜି ଦେଖା ଯାଉଛନ୍ତି କିଛି ଏମିତି…

ବଲିଉଡ କଳାକାର ମାନଙ୍କ ବିଷୟରେ କହିବାକୁ ଗଲେ ସମସ୍ତଙ୍କର ଅଲଗା ଅଲଗା କାହାଣୀ ରହିଛି ଓ ସମସ୍ତଙ୍କର କିଛି ପ୍ରେମ କାହାଣୀ ରହିଛି । ପ୍ରେମ ବିବାହ କରି ବଲିଉଡ ଜଗତରେ ଅନେକ କଳାକାର ମାନେ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଏମିତି କିଛି ପ୍ରେମ କାହାଣୀ ରହିଛି ଯାହା ଆପଣ ମାନେ ଆଗରୁ ଶୁଣିଥିବେ । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ରେଣୁକା ସହାନେଙ୍କ ନାମ ଆସିଥାଏ ଯିଏ ତାଙ୍କର ପ୍ରେମ କାହାଣୀ ପାଇଁ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ଭଉଣୀରେ ଅଭିନୟ କରି ୪ ବର୍ଷରୁ ସାନ ଅଭିନେତାଙ୍କ ସହ ବିବାହ କରିଥିଲେ । କିନ୍ତୁ ଅଭିନେତା ଆଶୁତୋଷ ରାଣାଙ୍କ ସହ ୧୮ ବର୍ଷ ପୂର୍ବେ ବିବାହ କରିଥିଲେ ।ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ଭଉଣୀ ୪ ବର୍ଷରୁ ସାନ ଅଭିନେତାଙ୍କ ସହ ବିବାହ କରିଥିଲେ : “ହମ ଆପକେ ହେ କନ” ଫିଲମରେ ଅଭିନେତ୍ରୀ ମାଧୁରି ଦୀକ୍ଷିତଙ୍କ ବଡ ଭଉଣୀ ପୂଜା ଭୂମିକାରେ ଅଭିନେତ୍ରୀ ରେଣୁକା ସହାନେ ଅଭିନୟ କରିଥିଲେ ।

୨୦୦୧ ରେ ରେଣୁକା ବଲିଉଡର ଖଳନାୟକ ଆଶୁତୋଷ ରାଣାଙ୍କ ସହ ବିବାହ କରିଥିଲେ । ୧୯୬୫ ୨୭ ମାର୍ଚରେ ମହାରାସ୍ତାରେ ଜନ୍ମଗ୍ରହଣ କରିଥିବା ରେଣୁକା ସହାନେଙ୍କ ନାମ ବଲିଉଡର ସବୁଠାରୁ ପଢା ଲିଖା ଭାବେ ଗଣନା କରାଯାଏ । ସେ ସେଟ ଜାବିଆର କଲେଜରୁ ସାଇକୋଲୋଜି ଓ ମୁମ୍ବାଇ ୟୁନିଭର୍ସିଟିରୁ କ୍ଲିନିକ ସାଇକୋଲୋଜିରେ ପୋସ୍ତ ଗ୍ରାଜୁସନ କରିଛନ୍ତି । ରେଣୁକା ଓ ଆଶୁତୋଷଙ୍କର ଭେଟ ଫିଲ୍ମ ଶୁଟିଙ୍ଗ ସମୟରେ ହୋଇଥିଲା ।

କିନ୍ତୁ ଆଶୁତୋଷ ରେଣୁକା କଣ କାମ କରନ୍ତି ତାହା ଜାଣିନଥିଲେ । ଏକ ଇଣ୍ଟରବିୟୁରେ ଆଶୁତୋଷ କହିଥିଲେ ଯେ ନିର୍ଦେଶକ ରବି ରାଏଙ୍କୁ ଦୀପାବଳି ପାର୍ଟିରେ ଆଶୁତୋଷ ନ ଯାଇଥିବାରୁ ତା ପର ଦିନ ସେ ତାଙ୍କ ପାଖକୁ ଦୀପାବଳିର ଶୁଭକାମନା ମ୍ଯାସେଜ କରିଥିଲେ । ଏହା ପରେ ଦୁହିଙ୍କର କଥାବାର୍ତ୍ତା ଆରମ୍ଭ ହୋଇ ୩ ମାସ ପରେ ଦୁହେଁ ପରସ୍ପରକୁ ଭେଟ କରିଥିଲେ । ଦୁହେଁ ପରସ୍ପର ସହ ଅନେକ ସମୟ ପର୍ଯ୍ୟନ୍ତ ଫୋନରେ କଥାବାର୍ତ୍ତା କରନ୍ତି ।

ଦୁହେଁ ନିଜ ନିଜର ବ୍ୟସ୍ତତା ଭିତରୁ ବାହାରି ଅଧିକ ଟାଇମ ପର୍ଯ୍ୟନ୍ତ ଫୋନରେ ବାର୍ତ୍ତାଳାପ କରନ୍ତି । ତା ପରେ ୧୯୯୮ ଡିସେମ୍ବର ୩୧ ରେ ଦୁହେଁ ପରସ୍ପରକୁ ପ୍ରଥମ ଥର ଭେଟ ହୋଇଥିଲେ । ରେଣୁକା ପ୍ରଥମରୁ ହିଁ ବିବାହିତ ଥିଲେ ମଧ୍ୟ କୌଣସି କାରଣରୁ ତାଙ୍କର ବୈବାହିକ ସମ୍ପର୍କ ଭାଙ୍ଗି ଯାଇଥିଲା । ରେଣୁକା ତାଙ୍କର ଓ ଆଶୁତୋଷଙ୍କ ରିଲେସନକୁ ନେଇ ନିଶ୍ଚିନ୍ତ ହୋଇ ନ ଥିଲେ ମଧ୍ୟ ଆଶୁତୋଷ ଏହି ସଂପର୍କକୁ ନେଇ ନିଶ୍ଚିନ୍ତ ଥିଲେ ।

ପ୍ରଥମରୁ ରେଣୁକାଙ୍କ ମା ଏହି ବିବାହକୁ ପ୍ରଶୟ ଦେଇ ନ ଥିଲେ : ଆଶୁତୋଷ ରାଣା ମଧ୍ୟପ୍ରଦେଶର ଗୋଟିଏ ଛୋଟ ଗାଁର ବ୍ୟକ୍ତି ହୋଇଥବାରୁ ଓ ତାଙ୍କ ପରିବାରରେ ୧୨ ଜଣ ସଦସ୍ୟ ଥିବାରୁ ରେଣୁକାଙ୍କ ମା ଏହି ବିବାହ ପାଇଁ ରାଜି ନ ଥିଲେ । ସେଥିପାଇଁ ଆଶୁତୋଷ ତାଙ୍କ ମାନଙ୍କୁ ମନେଇଥିଲେ । ଏହାର ୨ ବର୍ଷ ପରେ ଦୁହିଙ୍କର ବିବାହ ଦମୋହ ଗାଁରେ ହୋଇଥିଲା । ସୋର୍ୟମନ ଓ ସତ୍ଯେନ୍ଦ୍ର ନାମରେ ତାଙ୍କର ଦୁଇ ପୁଅ ଅଛନ୍ତି । ରେଣୁକା ଆଶୁତୋଷଙ୍କ ଠାରୁ ବୟସରେ ୪ ବର୍ଷ ବଡ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।