ବହୁତ ଦାମୀ ଆଲିଶାନ ଘରେ ରୁହନ୍ତି ସାଉଥର ଏହି 5 ଷ୍ଟାର, 1 ନଂ ଷ୍ଟାରଙ୍କ ଘର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବଲିଉଡ ଷ୍ଟାର ମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିଜର ଅଭିନୟ ଦ୍ଵାରା ହେଉ ବା ନିଜ ସୁନ୍ଦରତା ଦ୍ଵାରା ହେଉ ବା ନିଜର ପଇସା ଦ୍ଵାରା ହେଉ, ବା ନିଜ ଘର ଦ୍ଵାରା ହେଉ । କିନ୍ତୁ ଆମେ ଆଜି ଆପଣକୁ ବଲିଉଡ ନୁହଁ ବରଂ ଟଲିଉଡ ର କିଛି ଏମିତି ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ରୁହନ୍ତି ଆଲିଶାନ ବଙ୍ଗଳା ରେ । ଏହି ସବୁ ଷ୍ଟାର ବଲିଉଡ ରୁ ଟଲିଉଡ ପର୍ଯ୍ୟନ୍ତ ଫେମସ୍ । ତେବେ ଚାଲନ୍ତୁ ଜାଣିବା ।

ରଜନୀକାନ୍ତ:- ସାଉଥ ଇଣ୍ଡଷ୍ଟ୍ରି ର ଥଲାଇବା ରଜନୀକାନ୍ତ ଙ୍କୁ କୌଣସି ପରିଚୟର ଆବଶ୍ୟକ ପଡ଼ିନଥାଏ । ରଜନୀକାନ୍ତ ସବୁ ଷ୍ଟାର ମାନଙ୍କୁ ପଛରେ ଛାଡ଼ିଥାନ୍ତି । ତାଙ୍କର ପ୍ରକୃତ ନାମ ଶିବାଜି ରାଓ ଅଟେ । ରଜନୀକାନ୍ତ ଙ୍କ ଘର ବିଷୟରେ କଥା ହେବା ଯଦି ତାହେଲେ ତାଙ୍କ ଘର କୌଣସି ଫାଇଭ ଷ୍ଟାର ହୋଟେଲରୁ କମ ନୁହେଁ । ଘର ଭିତରେ ଥିବା ଜିନିଷ ଏବଂ ଆକର୍ଷଣୀୟ ଇଣ୍ଟେରିଅର ରାଜମହଲ ର ଝଲକ ଦେଖାଇଥାଏ । ତାଙ୍କ ଘରେ ଥିବା ସବୁ ଜିନିଷ ଏତେ ସୁନ୍ଦର ଯେ ଜଣେ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବ । ରଜନୀକାନ୍ତ ଙ୍କ ଘରର ଦାମ ୨୫ କୋଟି ରୁ ଅଧିକ ।

ୟଶ:- କନ୍ନଡ଼ ଫିଲ୍ମ Kgf ର ହିରୋ ୟଶ ଙ୍କୁ ଆପଣ ଜାଣିଥିବେ । Kgf ହେରା ୟଶ ବର୍ତମାନ ଟଲିଉଡ଼ ର ଜଣା ସୁଣ ଆକ୍ଟର ଅଟନ୍ତି । ୟଶ ପୂର୍ବରୁ କନ୍ନଡ଼ ଫିଲ୍ମ୍ ରେ ସ୍ତ୍ରଗଲିଂ ଆକ୍ଟର ଥିଲେ । ଯିଏ ବହୁତ ଫିଲ୍ମ୍ ରେ କାମ କରିଥିଲେ କିନ୍ତୁ ତାଙ୍କୁ ନିଜର ପରିଚୟ Kgf ଚାପ୍ଟର ୧ ରୁ ହିଁ ମିଳିଥିଲା । ଏହି ଫିଲ୍ମ୍ ୨୦୦ କୋଟି ରୁ ଅଧିକା ରୋଜଗାର କରିଥିଲା । ୟଶ ଙ୍କ ପିତା ଆଜି ମଧ୍ୟ୍ୟ ବସ ଡ୍ରାଇଭର ର କାମ କରୁଛନ୍ତି ।

ତାଙ୍କ କହିବା ଅନୁସାରେ ଏହି କାମ ପାଇଁ ହିଁ ସେ ତାଙ୍କ ପୁଅ କୁ ଆଜି ଏତେ ବଡ଼ ଷ୍ଟାର କରିପାରିଛନ୍ତି । ଏବଂ ସେ ନିଜ କାମ କୁ କେବେ ବି ଚଡ଼ିବେ ନାହିଁ । ୟଶ ୧୮ ଟି ଫିଲ୍ମ ରେ କାମ କରିଛନ୍ତି ଆଊ ଆଜି ତାଙ୍କ ପାଖରେ ୫୦ କୋଟି ରୁ ଅଧିକା ସମ୍ପତି ଅଛି । ୟଶ ରହୁଥିବା ବଙ୍ଗଳା ର ଦାମ୍ ୪ କୋଟି ଟଙ୍କା ଅଟେ । ଆଗରୁ ଗୋଟେ ଫିଲ୍ମ୍ ପାଇଁ ସେ ୫ କୋଟି ଚାର୍ଜ କରୁଥିଲେ କିନ୍ତୁ Kgf ର ସଫଳତା ପରେ ନିଜ ଚାର୍ଜ ମଧ୍ୟ୍ୟ ବଢାଇ ଦେଇଛନ୍ତି । ବର୍ତମାନ ସେ ଗୋଟେ ଫିଲ୍ମ ପାଇଁ ୧୫ କୋଟି ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି ।

ପ୍ରଭାସ:- ବାହୁବଳୀ ରେ ଲିଡ ରୋଲ କରି ସମସ୍ତଙ୍କ ମନକୁ କିଣିଥିଲେ ସୋଉଥ ଆକ୍ଟର ପ୍ରଭାସ । ପ୍ରଭାସ ଟଲିଉଡ଼ ଇଣ୍ଡଷ୍ଟ୍ରି ସହିତ ବର୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ୍ୟ ନିଜର ଫେମ କମାଇଛନ୍ତି । ବାହୁବଳୀ ୧ ପାଇଁ ପ୍ରଭାସ ୨୫ କୋଟି ଟଙ୍କା ଚାର୍ଜ କରିଥିଲେ ଏବଂ ସାହୋ ଫିଲ୍ମ ପାଇଁ ୩୦ କୋଟି ଚାର୍ଜ କରିଥିଲେ । ପ୍ରଭାସ ରହୁଥିବା ଘର ର ଦାମ ୭ କୋଟି ରୁ ଅଧିକା ।

ମହେଶ ବାବୁ:- ଟଲିଉଡ ଆକ୍ଟର ମହେଶ ବାବୁ ବଲିଉଡ୍ ଷ୍ଟାର ନମ୍ରତା ସିରୋଗଟି ଙ୍କୁ ବିବାହ କରିଛନ୍ତି । ମହେଶ ବାବୁ ରହୁଥିବା ଘର କୌଣସି ଅଲିଶାନ ବଙ୍ଗଳା ଠାରୁ କମ ନୁହଁ । ଘର ଭିତରେ ସ୍ଵିମ୍ମିଂ ପୂଲ ଠାରୁ ଆରମ୍ଭ କରି ଜୀମ ପର୍ଯ୍ୟନ୍ତ ସବୁ ଅଛି । ସେ ରହୁଥିବା ବଙ୍ଗଳା ର ଦାମ ୪ କୋଟି ରୁ ଅଧିକା ।

ନାଗାର୍ଜୁନ:- ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବହୁତ ଫେମସ ଅଟନ୍ତି ନାଗାର୍ଜୁନ । ରୋମାନ୍ସ ହେଉ କିମ୍ବା ଆକ୍ସନ ସବୁଥିରେ ନାଗାର୍ଜୁନ ବେଷ୍ଟ ଅଟନ୍ତି । ଯଦି ସମ୍ପତି ବିଷୟରେ କହିବା ତାହେଲେ ନାଗାର୍ଜୁନ ସାଉଥ ର ସବୁ ଆକ୍ଟର ଙ୍କ ଠାରୁ ଧନୀ ଅଟନ୍ତି । ନାଗାର୍ଜୁନ ୩୦୦୦ କୋଟି ଟଙ୍କା ର ମାଲିକ ଅଟନ୍ତି । ନାଗାର୍ଜୁନ ରହୁଥିବା ଘର ର ଦାମ ୧୦ କୋଟିରୁ ଅଧିକ ଅଟେ । ସେ ରହୁଥିବା ଘରେ ସବୁ ସୁବିଧା ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।