ନିଜ ଶାଳିକୁ ବହୁତ ଭଲ ଭଲ ପାଆନ୍ତି Bollywoodର ଏହି 5 ଷ୍ଟାର ମାନେ

ବନ୍ଧୁଗଣ ବଲୀଉଡ ଇଣ୍ଡଷ୍ଟ୍ରି କେବଳ ବଲୀଉଡ ଇଣ୍ଡଷ୍ଟ୍ରି ହୋଇ ରହି ଯାଇ ନାହିଁ ବର୍ତ୍ତମାନ ଏହା ଏକ ବଡ ପରିବାର ହୋଇ ଯାଇଛି । କେତେକ ଷ୍ଟାରଙ୍କର ଏଠି ରକ୍ତର ସମ୍ପର୍କ ଅଛି ତ ଅନ୍ୟ ପଟେ କେତେକ ଭଲ ବନ୍ଧୁ ହୋଇ ଯାଇଛନ୍ତି । କହିବାକୁ ଗଲେ ଆମେ ଆପଣଙ୍କୁ ସବୁବେଳେ ଷ୍ଟାରମାନଙ୍କର ପର୍ସନାଳ ଲାଇଫ, ଭାଇ ଭଉଣୀ ଓ ତାଙ୍କ ସ୍ତ୍ରୀମାନଙ୍କ ବିଷୟରେ କହିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଭେଣେଇ ଓ ଶାଳିଙ୍କ ବିଷୟରେ କହିବୁ ।

ଆମର ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତା ଅଛନ୍ତି ଯେଉଁମାନେ ନିଜର ଶାଳିଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କର ସମ୍ମାନ ବି କରନ୍ତି । ତେବେ ଚାଳନ୍ତୁ ସେହି ବଲୀଉଡର ମଜାଦାର ଭେଣେଇ ଓ ଶାଳିଙ୍କ ଯୋଡି ବିଷୟରେ ଜାଣିବା ।

ପରିଣୀତି ଚୋପଡ଼ା ଓ ନିକ ଜୋନସ

ପରିଣୀତି ଚୋପଡ଼ା ଓ ପ୍ରିୟଙ୍କା ଚୋପଡା ଦୂର ସମ୍ପର୍କୀୟ ଭଉଣୀ ହେବା ସତ୍ବେ ବି ଦୁଇ ଜଣ ପରସ୍ପରର ବହୁତ ଘନିଷ୍ଠ ଅଟନ୍ତି । ଯେତେବେଳ ପ୍ରିୟଙ୍କା ନିକ ଜୋନସଙ୍କ ସହ ବିବାହ କରିଲେ ତେବେ ପରିଣୀତି ଚୋପଡ଼ାଙ୍କୁ ନିକ ଜୋନସ ରୂପରେ ସୁପରଷ୍ଟାର ଭେଣେଇ ବି ମିଳିଲେ । ଯଦି ସେମାନଙ୍କର ସମ୍ପର୍କ ବିଷୟରେ କହିବା ତେବେ ଦୁଇ ଜଣ ପରସ୍ପର ସହିତ ଭଲ ସମ୍ପର୍କ ରଖିଛନ୍ତି । ପ୍ରାୟତଃ ପରିଣୀତି ପ୍ରିୟଙ୍କା ଓ ନିକ ଜୋନସଙ୍କ ସହ ବୁଲୁଥିବାର ନଜର ଆସିଥାନ୍ତି ।

କରିଶ୍ମା କପୁର ଓ ସୈଫ ଅଲୀ ଖ଼ାନ

ଅଭିନେତ୍ରୀ କରିଶ୍ମା କପୁର ଓ ସୈଫ ଅଲୀ ଖ଼ାନ ବଲୀଉଡର ସବୁଠୁ ପପୁଳାର ଭେଣେଇ ଶାଳି ଯୋଡି ଅଟନ୍ତି । ଏହି ଯୋଡିକୁ ପ୍ରାୟତଃ ପାର୍ଟିରେ ଏକା ସହିତ ଦେଖିବାକୁ ମିଳିଥାଏ । ଏହା ସହିତ ଏହି ଯୋଡି ବହୁତ ମସ୍ତି କରୁଥିବାର ବି ନଜର ଆସିଥାନ୍ତି ।

ତନୀଷା ମୁଖର୍ଜୀ ଓ ଅଜୟ ଦେବଗନ

ତନୀଷା ମୁଖର୍ଜୀ ଓ ଅଜୟ ଦେବଗନଙ୍କ ଯୋଡି ବଲୀଉଡର ସବୁଠୁ ପପୁଳାର ଭେଣେଇ ଓ ଶାଳି ଯୋଡି ମଧ୍ୟରେ ସବୁଠୁ ପପୁଳାର ଯୋଡି ଅଟେ । ଦୁଇ ଜଣ ପରସ୍ପରକୁ ଭଲ ବନ୍ଧୁ ବି ମାନନ୍ତି । ତନୀଷା ମୁଖର୍ଜୀ, କାଜୋଲ ଓ ଅଜୟ ଦେବଗନ ସହିତ ବହୁତ ସମୟ ବ୍ୟତୀତ କରନ୍ତି ।

ଅକ୍ଷୟ କୁମାର ଓ ରିଂକୀ ଖନ୍ନା

ଫିଲ୍ମ ଠାରୁ ଦୂରେଇ ଯାଇଥିବା ରିଂକୀ ଖନ୍ନା ଅକ୍ଷୟ କୁମାରଙ୍କ ଶାଳି ଅଟନ୍ତି । ରିଂକୀ ଖନ୍ନା ଟ୍ୱିଂକଲ ଖନ୍ନାଙ୍କ ଛୋଟ ଭଉଣୀ ଅଟନ୍ତି । ରିଂକୀ ଖନ୍ନା ଓ ଅକ୍ଷୟ ଭଲ ବନ୍ଧୁ ଅଟନ୍ତି ।

ଶମିତା ଶେଟ୍ଟୀ ଓ ରାଜ କୁନ୍ଦ୍ରା

ରାଜ କୁନ୍ଦ୍ରା ବଲୀଉଡର ଅଂସ ନୁହନ୍ତି । କିନ୍ତୁ ବଲୀଉଡ ସହ ଜଡିତ ସବୁ ଇଭେଣ୍ଟ ଓ ଅନ୍ୟ କେତେକ ଶୋରେ ଶିଲ୍ପା କିମ୍ବା ଶମିତା ଶେଟ୍ଟୀଙ୍କ ସହ ସେ ପ୍ରାୟତଃ ନଜର ଆସି ଯାଆନ୍ତି । ଏମାନେ ତିନି ଜଣ ପ୍ରାୟତଃ ପାର୍ଟି କରୁଥିବାର ନଜର ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।