ବିଦ୍ୟା ବାଲନଙ୍କୁ ହୋଟେଲ ରୁମ କୁ ନେଇଯାଇଥିଲା ଡାୟରେକ୍ଟର, ବିଦ୍ୟା ଡାୟରେକ୍ଟରର ମନ୍ଦ ଉଦେଶ୍ୟକୁ ଜାଣିପାରି

ବଲିଉଡ ଜଗତରେ ବିଦ୍ୟା ବାଲନ ଏକ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ନିଜ କ୍ୟାରିୟରରେ ବହୁତ ସଂଘର୍ଷ କରିବା ପରେ ଏହି ସ୍ଥାନରେରେ ପହଞ୍ଚିଛନ୍ତି । ଲୋକମାନେ ତାଙ୍କର ଅଭିନୟ କୁ ବହୁତ ପସନ୍ଦ କରନ୍ତି । ବିଦ୍ୟା ବାଲନ ୨୦୦୫ ରେ ଫିଲ୍ମ ପରିଣିତା ରୁ ସିନେମା ଜଗତରେ ପାଦ ଦେଇଥିଲେ । ନିଜର ସୁନ୍ଦର ଅଭିନୟ ଦ୍ଵାରା ସେ ଗୋଟିଏ ପରେ ଗୋଟିଏ ସୁପର୍ ହିଟ୍ ଫିଲ୍ମ କରିଥିଲେ ।

କିଛି ଦିନ ପୂର୍ବରୁ ବିଦ୍ୟା ବାଲନ ତାଙ୍କ ଇଣ୍ଟରଭ୍ୟୁରେ ସେ ଜୀବନରେ କରିଥିବା ସଂଘର୍ଷ ବିଷୟରେ କହିଥିଲେ ।  ସେହିଠାରେ ସେ ତାଙ୍କ ଜୀବନରେ ଘଟିଥିବା ଏକ ଘଟଣା ବିଷୟରେ କହିଲେ ।

ସେ କହିଲେ କି ଗୋଟିଏ ସମୟରେ ତାଙ୍କ ହାତରୁ ଏକା ସହିତ ୧୨ ଟା ପ୍ରୋଜେକ୍ଟ ପଳେଇଥିଲା । କାରଣ ସେ ତାଙ୍କର କାମ ପାଇଁ ଚେନ୍ନାଇ ଯାଇଥିଲେ,ଜଣେ ଡାୟରେକ୍ଟର ସହ ଦେଖା କରିବା ପାଇଁ । ବିଦ୍ୟା ଡାଇରେକ୍ଟରକୁ କହିଲେ କି ଚାଲ କଫି ସପରେ ବସି କଥା ହେବା, ହେଲେ ଡାୟରେକ୍ଟର ଜଣକ ବାରମ୍ବାର ବିଦ୍ୟାଙ୍କୁ ରୁମ କୁ ଯିବାକୁ ବାଧ୍ୟ କରୁଥିଲା । ସେ କହୁଥିଲା କି ଟିକେ କଥା ଅଛି ଆମକୁ ରୁମକୁ ଯିବା ଦରକାର ।

ଏହା ପରେ ବିଦ୍ୟା ବାଲନ ଡାୟରେକ୍ଟର ସହ ରୁମକୁ ଯାଇଥିଲେ ହେଲେ ବିଦ୍ୟା ଡାୟରେକ୍ଟର ର ମନ୍ଦ ଭାବନାକୁ ଜାଣିପାରି କବାଟ ଖୋଲା ରଖିଥିଲେ, ଯାହାଫଳରେ ଡାୟରେକ୍ଟର ୫ ମିନିଟ ପରେ ପଳାଇ ଯାଇଥିଲା ।

ବିଦ୍ୟା ବାଲନ ପ୍ରଥମ ଅଭିନେତ୍ରୀ ନୁହନ୍ତି ଯାହା ସହିତ ଏମିତି ହୋଇଛି । ଏହା ପୂର୍ବରୁ ବହୁତ ଅଭିନେତ୍ରୀ ମାନଙ୍କ ସହ ଏମତି ହୋଇସାରିଛି । ହେଲେ ଏହି ଇଣ୍ଟରଭ୍ୟୁରେ ବିଦ୍ୟା ସେହି ଡାୟରେକ୍ଟର ର ନାମ କହିଲେ ନାହିଁ ।