ଏହି କାରଣ ପାଇଁ ଅକ୍ଷୟ କୁମାର ଓ ରବିନାଙ୍କ ବିବାହ ହେଇପାରି ନଥିଲା, ଜାଣିଲେ ଆପଣ ବି କହିବେ ଅକ୍ଷୟ ଏମିତି କାହିଁକି କଲେ

୯୦ ମସିହାର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କୁ ଭିତରୁ ଜଣେ ଅଟନ୍ତି ରବିନା ଟଣ୍ଡନ । ସେ ଆଜି ମଧ୍ୟ ନିଜ ଅଭିନୟ କାରଣରୁ ଲୋକମାନଙ୍କ ହୃଦୟରେ ରାଜ କରନ୍ତି । ୧୯୯୨ ର ଫିଲ୍ମ ପଥର ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ରବୀନା । ସେ ବହୁତ ଗୁଡ଼ିଏ ସୁପରହିଟ ଫିଲ୍ମ କରିଛନ୍ତି । ରିଲ ଲାଇଫ ରେ ତାଙ୍କର ଲଭ ଷ୍ଟୋରୀ ବହୁତ ଚର୍ଚ୍ଚାରେ ରହିଥିଲା କିନ୍ତୁ କଣ ଆପଣ ଜାଣିଛନ୍ତି କି ରିଅଲ ଲାଇଫ ରେ ତାଙ୍କର ଲଭ ଷ୍ଟୋରୀ କେମିତି ରହିଛି । ତେବେ ଚାଲନ୍ତୁ ଜାଣିବା ।

୧୯୯୪ ରେ ଫିଲ୍ମ ମୋହରା ରେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନ ଙ୍କ ଯୋଡ଼ି ସମସ୍ତଙ୍କ ମନ କୁ କିଣିଥିଲା । ଏହି ଫିଲ୍ମ ର ଗୀତ ଟିପ ଟିପ ବର୍ଷା ପାନି ଆଜି ମଧ୍ୟ ଲୋକପ୍ରିୟତା ହାସଲ କରିଛି । ଏହି ଫିଲ୍ମ ପରେ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ବସିଥିଲେ । ଦୁହେଁ ବହୁତ ସମୟ ଧରି ଡେଟ କରିଥିଲେ । ନିର୍ବନ୍ଧ ମଧ୍ୟ କରିଥିଲେ କିନ୍ତୁ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

କାରଣ ଅକ୍ଷୟ ତାଙ୍କୁ ଫିଲ୍ମ କରିବାକୁ ମନା କରିଥିଲେ ଏବଂ ରବିନା ନିଜର ଫିଲ୍ମ କ୍ୟାରିୟର କୁ ଛାଡ଼ିବାକୁ ଚାହୁଁନଥିଲେ କାରଣ ସେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଏବଂ ସେ ନିଜର ପରିଚୟ କୁ ଛାଡ଼ିବାକୁ ମନା କରିଥିଲେ ।

ତାପରେ ରବିନା ବିଜନେସ ମ୍ୟାନ ଅନିଲ ଥଡାନୀ ଙ୍କ ସହିତ ଦେଖା ହୋଇଥିଲେ । ୨୦୦୩ ରେ ରବିନା ଟଣ୍ଡନ ଙ୍କ ଜନ୍ମଦିନରେ ଅନିଲ ତଡାନୀ ବିବାହ ପ୍ରସ୍ତାବ ରଖିଥିଲେ ଏବଂ ରବିନା ହଁ ମଧ୍ୟ କହିଥିଲେ । ୨୦୦୩ ରେ ନଭେମ୍ବର ମାସରେ ଦୁହେଁ ବିବାହ କରିଥିଲେ ।

୨୦୦୪ ରେ ଦୁହେଁ ଆଊ ଥରେ ଧୁମ ଧାମ ରେ ବିବାହ କରିଥିଲେ । ନିଜ ବିବାହ ଦିନ ରବିନା ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ଦିନ ସେ ନାଲି ରଙ୍ଗର ପାରମ୍ପରିକ ଡ୍ରେସ ପିନ୍ଧିଥିଲେ । ଅନିଲ ଗୋଲଡେନ ରଙ୍ଗର ସେରୱାନି ପିନ୍ଧିଥିଲେ ।

ରବୀନା ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି । ଅକ୍ଷୟ ମଧ୍ୟ ତ୍ୱୀଙ୍କିଲ ଖାନ୍ନା ଙ୍କୁ ବିବାହ କରି ଖୁସିରେ ଅଛନ୍ତି । ଦୁହେଁ ଦୁହିଁଙ୍କ ଜୀବନରେ ଖୁସିରେ ଅଛନ୍ତି । ତେବେ ଆପଣଙ୍କ ରବୀନା ଏବଂ ଅକ୍ଷୟ ଙ୍କ ଯୋଡ଼ି କେମିତି ଲାଗେ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।