କାଦର ଖାନଙ୍କର ବହୁତ ଘନିଷ୍ଠ ବନ୍ଧୁ ଥିଲେ ଗୋବିନ୍ଦା, ତାଙ୍କର ନିଧନ ପରେ ଗୋବିନ୍ଦା କହିଦେଲେ ବହୁତ ବଡ କଥା, ଯାହା ଶୁଣିଲେ ଆପଣ ବି…

ବର୍ଷ ୨୦୧୯ ଯେମିତି ହିଁ ଆସିଛି ବଲୀଉଡର ଦିଗ୍ଗଜ ଅଭିନେତା ନିଜର ଆଖି ବନ୍ଦ କରି ଦେଇଛନ୍ତି, ଯାହା ବଲୀଉଡକୁ ଏକ ଶକ୍ତ ଝଟକା ଲାଗିଛି । ଅଭିନେତା କାଦର ଖାନ ୮୧ ବର୍ଷ ବୟସରେ ଦୁନିଆକୁ ବିଦାୟ କହିଛନ୍ତି । ତାଙ୍କ ନିଧନ କନାଡାର ଗୋଟିଏ ହସ୍ପିଟାଲରେ ହୋଇଥିଲା । ଏହି ଖବରକୁ ତାଙ୍କ ପୁଅ ସରଫରାଜ ଖାନ ମିଡିୟା ସାମ୍ନାରେ କହିଛନ୍ତି ।

କାଦର ଖାନ ବହୁତ ସମୟ ହେବ ରୋଗରେ ପୀଡିତ ଥିଲେ ଏବଂ କିଛି ଦିନ ହେବ ସେ କନାଡାର ଗୋଟିଏ ହସ୍ପିଟାଲରେ ଭେଣ୍ଟିଲେଟରରେ ବହୁତ କଷ୍ଟରେ ନିଶ୍ଵାସ ନେଉଥିଲେ । ଏହା ମଧ୍ୟରେ କାଦର ଖାନଙ୍କର ଶୁଭଚିନ୍ତକ ମାନେ ନିଜର ଦୁଃଖ ପ୍ରକାଶ କରଛନ୍ତି ଏବଂ କାଦର ଖାନଙ୍କର ବହୁତ ପାଖାପାଖି ଲୋକ ଥିଲେ ଗୋବିନ୍ଦା, ତାଙ୍କ ନିଧନ ପରେ ସେ କିଛି କହିଥିଲେ, ଯାହାକୁ ଶୁଣି ଆପଣ ବି କାନ୍ଦି ପକାଇବେ ।

କାଦର ଖାନଙ୍କର ବହୁତ ପାଖାପାଖି ଲୋକ ଥିଲେ ଗୋବିନ୍ଦା, ତାଙ୍କ ନିଧନ ପରେ ଗୋବିନ୍ଦା ଦେଇଛନ୍ତି ଏମିତି ବୟାନ

କାଦର ଖାନଙ୍କ ସହିତ ବହୁତ ଫିଲ୍ମ କରିସାରିଛନ୍ତି ଗୋବିନ୍ଦା, ଏବଂ ତାଙ୍କର ନିଧନ ପରେ ସେ ବହୁତ ଦୁଃଖ ପ୍ରକାଶ କରି ଛନ୍ତି । ଯେଉଁଠି ଅମିତାଭ ବଚ୍ଚନ ଏବଂ ରବିନା ଟଂଡନ ବହୁତ ଦୁଃଖୀ ଅଟନ୍ତି ଏବଂ ଅନ୍ୟ ପଟେ ଗୋବିନ୍ଦା ଗୋଟିଏ ଭିଡିଓ କ୍ଲିପ ଛାଡି ନିଜର ଦୁଃଖ ଜାହିର କରିଛନ୍ତି ।

ଦୁଃଖଭରା ଶବ୍ଦରେ ଗୋବିନ୍ଦା କହିଲେ କି, “କାଦର ଖାନ ଆଜି ଆମ୍ଭମାନଙ୍କ ମଧ୍ୟରେ ଆଉ ନାହାନ୍ତି, ସେ କେବଳ ମୋର ଗୁରୁ ନଥିଲେ ସେ ମୋର ବାପା ଭଳି ମଧ୍ୟ ଥିଲେ । ସେ ନିଜର ହାତ ଯେଉଁ କଳାକର ଉପରେ ରଖିଛନ୍ତି ସେ ଷ୍ଟାର ହୋଇ ଯାଇଛି କିମ୍ବା ସୁପରଷ୍ଟାର ହୋଇ ଯାଇଛି । ମୁଁ ପାର୍ଥନା କରୁଛି କି ଆପଣଙ୍କର ଆତ୍ମାକୁ ଶାନ୍ତି ମିଳୁ ଏବଂ ଆପଣ ସ୍ଵର୍ଗକୁ ଯାଆନ୍ତୁ ।”

ଗୋବିନ୍ଦା ଏବଂ କାଦର ଖାନଙ୍କର ଯୋଡିକୁ ଲୋକମାନେ ପସନ୍ଦ କରୁଥିଲେ । ଯେତେବେଳ ସେ ଦୁଇଜଣ ପରଦାରେ ଆସୁଥିଲେ ଫିଲ୍ମ ସୁପରହିଟ ହେଉଥିଲା । କାଦର ଖାନ ପାଖାପାଖି ୩୦୦ ଫିଲ୍ମରେ କାମ କରି ଛନ୍ତି । ଗୋବିନ୍ଦା ପ୍ରାୟତଃ ଫିଲ୍ମରେ କାଦର ଖାନଙ୍କର ପୁଅର ରୋଲ କରୁଥିଲେ ଏବଂ ସେ ନିଜର ଅସଲ ଜୀବନରେ ମଧ୍ୟ କାଦର ଖାନଙ୍କୁ ପିତା ବୋଲି ଭାବୁ ଥିଲେ ।