ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ। ସମଗ୍ର ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି

ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ନିକିତା ଲିପନ ସାହୁଙ୍କ ମୃତ୍ୟୁ ହୋଇଯାଇଛି। କଟକରେ ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରା ଯାଇଛି। କେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗିଥିଲା, ତାହା ସ୍ପଷ୍ଟ ହୋଇନି।

କିଛି ଦନ ତଳେ ଓଡିଆ ଆଲବମ୍ ନାୟିକା ସିମରନଙ୍କ ମୃତ୍ୟୁ ଲୋକଙ୍କ ମନରୁ ନ ଲିଭୁଣୁ ଆଜି ଆଉ ଜଣେ ଚର୍ଚ୍ଚିତ ନାୟିକାଙ୍କ ମୃତ୍ୟୁ ଖବର ଆସିଛି । ଓଡିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକିତା ଅନେକ ଓଡିଶା ଧାରାବାହୀକରେ ଅଭିନୟ କରି ଆସିଛନ୍ତି ।

କୁହାଯାଉଛି, ସେ ତାଙ୍କ ଘର ଛାତରୁ ଖସି ପଡ଼ିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗି ଥଲା। ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘ଏସିପି ନିକିତା’ ରେ ମଧ୍ୟ ସେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ୨୦୧୧ରେ ‘ଚୋରି ଚୋରି ମନ ଚୋରି’ ଫିଲ୍ମରେ ସେ ଅଭିନୟ କରିଥିଲେ।

ତାଙ୍କର ଏକ ୬ ମାସର ପୁଅ ଅଛି। ତେବେ ନିକିତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।