‘ମିସ୍ଟର ଇଣ୍ଡିଆ’ର ଛୋଟ ଝିଅ ‘ଟିନା’ ବର୍ତ୍ତମାନ ଦେଖାଯାଉଛନ୍ତି ଏମିତି, ଏଥିପାଇଁ ଫିଲ୍ମ ଦୁନିଆରୁ ନିଜକୁ ଦୂରେଇ ଦେଲେ

ବର୍ଷ ୧୯୮୬ ରେ ଆସିଥିବା ଫିଲ୍ମ “ମିସ୍ଟର ଇଣ୍ଡିଆ” ବକ୍ସ ଅଫିସରେ ବ୍ଲକବସ୍ଟର ହିଟ ହୋଇଥିଲା । ଫିଲ୍ମରେ ଅନିଲ କପୁର ଏବଂ ଶ୍ରୀଦେବୀ ମୁଖ୍ୟ ଭୂମିକାରେ ଥିଲେ । ଏହା ସହିତ ସତୀଶ କୌଶିକ ଏବଂ ତାଙ୍କ ସହିତ ଛୋଟ ଛୋଟ ପିଲାମାନେ ଏହି ଫିଲ୍ମରେ ଅଭିନୟ କରିଥିଲେ । ଫିଲ୍ମର ପ୍ରଯୋଜକ ଥିଲେ ବୋନୀ କପୁର । ଫିଲ୍ମର ଗୀତ ଏବଂ କାହାଣୀ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ବର୍ତ୍ତମାନ ଫିଲ୍ମକୁ ୩୨ ବର୍ଷ ହୋଇଯାଇଛି । ଏଥିରେ ଅଭିନୟ କରିଥିବା ସମସ୍ତ ପିଲାମାନେ ବଡ ହୋଇ ସାରିଛନ୍ତି । ଏହି ସବୁ ପିଲାମାନଙ୍କ ମଧ୍ୟରୁ ଛୋଟ ଝିଅ ଟିନାଙ୍କୁ ତ ଆପଣମାନେ ମନେ ରଖିଥିବ । “ମିସ୍ଟର ଇଣ୍ଡିଆ”ର ଛୋଟ ଝିଅ ବର୍ତ୍ତମାନ ଦେଖାଯାଉଛନ୍ତି ଏମିତି, ଫିଲ୍ମ ସମୟରେ ୬ – ୭ ବର୍ଷର ଥିଲେ କିନ୍ତୁ ସେ ବର୍ତ୍ତମାନ ବଡ ହୋଇ ଯାଇଛନ୍ତି ।

ମିସ୍ଟର ଇଣ୍ଡିଆରେ ଛୋଟ ଝିଅ ଟିନା ଦେଖା ଯାଆନ୍ତି ଏମିତି

ତାଙ୍କର ଅସଲ ନାମ ହୋଜାନ ଖୋଦାଈଜୀ ଅଟେ । ହୋଜାନ ମିସ୍ଟର ଇଣ୍ଡିଆ କାମ କରିବା ପରେ ଆଉ କୌଣସି ଫିଲ୍ମରେ ନଜର ଆସି ନଥିଲେ । ସେ ନିଜର ଅଭିନୟକୁ ଏତେ ସୁନ୍ଦରତାର ସହ କରିଥିଲେ  କି ସେହି ଫିଲ୍ମ ପରେ ତାଙ୍କୁ ବହୁତ ଫିଲ୍ମର ଅଫର ମିଳିଥିଲା କିନ୍ତୁ ସେ କୌଣସି ଫିଲ୍ମରେ କାମକରିବା ପାଇଁ ମନା କରିଦେଇ ଥିଲେ ।

ଏକ ସୂଚନା ଅନୁସାରେ ଥରେ ହୋଜାନ କହିଥିଲେ କି ତାଙ୍କୁ ଫିଲ୍ମର ଡାଇଲାଗ୍ସ ଲେଖା ହୋଇଥିବା ଏକ ପେପର ଦିଆ ଯାଇଥିଲା ଏବଂ ସେ ତାହାକୁ ଦେଖି କାନ୍ଦି ପକାଇଥିଲେ । ଆପଣ ଫିଲ୍ମରେ ଯେତେଥର ହୋଜାନଙ୍କୁ କାନ୍ଦିଥିବାର ଦେଖିଛନ୍ତି ତାହା ସେ ସତରେ କାନ୍ଦିଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କୁ କନ୍ଦେଇବା ବହୁତ ସହଜ ଥିଲା ।

ଦୁଇ ବର୍ଷ ପୂର୍ବେ MAMI ଉତ୍ସବ ସମୟରେ ମିସ୍ଟର ଇଣ୍ଡିଆର ୩୦ ବର୍ଷ ପୂରଣ ହେବା ଖୁସିରେ ଏକ ଫଙ୍କସନ ଆୟୋଜନ କରା ଯାଇଥିଲା । ଯେଉଁଥିରେ ଫିଲ୍ମ ସହ ଜଡିତ ଅନିଲ କପୁର, ଶ୍ରୀଦେବୀଙ୍କ ସହ ଫିଲ୍ମର ସମସ୍ତ କଳାକାରମାନଙ୍କ ସହ ହୋଜାନ ବି ସାମିଲ ହୋଇଥିଲେ ।

ବର୍ତ୍ତମାନ ହୋଜାନ ଗୋଟିଏ ବିଜ୍ଞାପନ ଏଜେଂସୀରେ କାମ କରୁଛନ୍ତି । ସେ ଆଡଭର୍ଟାଇଜିଂଗ ଏକ୍ସିକ୍ୟୁଟିବ ପଦରେ ଅଛନ୍ତି । ହୋଜାନ ଏକ ଇଣ୍ଟରଭିୟୁରେ କହିଛନ୍ତି କି ତାଙ୍କୁ ଲୋକମାନଙ୍କର ଧ୍ୟାନ ନିଜ ଆଡକୁ କରିବା ପସନ୍ଦ ନୁହେଁ । ଫିଲ୍ମ ସୁଟ ହେବା ପରେ ସେ ମଦ୍ରାସ ଛାଡି ଦେଇଥିଲେ ଏବଂ ତାଙ୍କ ବାପାଙ୍କ ସାଙ୍ଗ କାସ୍ଟିଂଗ ଡାୟରେକ୍ଟର ଥିଲେ ଯେଉଁ କାରଣରୁ ତାଙ୍କୁ ଫିଲ୍ମରେ ସିଲେକ୍ସନ କରା ଯାଇଥିଲା ।

ଏହା ପରେ ତାଙ୍କୁ ବହୁତ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିବାର ଅଫର ମଧ୍ୟ ଆସିଥିଲା କିନ୍ତୁ କିଛି ବିଜ୍ଞାପନରେ କାମ କରିବା ପରେ ସେ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ଦେଲେ ଏବଂ ସେ ନିଜର ପଢା ଏବଂ ଏବେ କାମ ଉପରେ ଧ୍ୟାନ ଦେଉଛନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ପସନ୍ଦ ଆସିଲେ ଗୋଟେ ଶେୟାର କରିବେ ଓ ଏହିଭଳି ଅନେକ ନୂଆ ନୂଆ ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ।