ନିଜକୁ ଯବାନ ଓ ସୁନ୍ଦର ଦେଖେଇବା ପାଇଁ Disha Patani କରିଥିଲେ ଏହି ସବୁ ଖରାପ କାମ

ବଲିଉଡରେ ବହୁତ ଅଭିନେତା ଓ ଅଭିନେତ୍ରୀ ନିଜକୁ ଫେମସ କରିବା ପାଇଁ ବହୁତ କିଛି କରିଥାନ୍ତି । କେତେକ କଳକାରମାନେ ତ ନିଜକୁ ପପୁଲାର କରିବା ପାଇଁ କିଛି ଖରାପ କାମ ମଧ୍ୟ କରିଛନ୍ତି । କହିବାକୁ ଗଲେ ବଲିଉଡର ଅଭିନେତ୍ରୀ ଦିଶା ପାଟନୀ ନିଜକୁ ଫେମସ ଓ ଫିଟ ରଖିବା ପାଇଁ ବହୁତ ଉପାୟ ଅବଲମ୍ବନ କରିଛନ୍ତି । ଦିଶା ପାଟନୀ ବଲୀଉଡରେ ଟାଇଗର ଶ୍ରଫଙ୍କ ସହ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେମାନଙ୍କର ସମ୍ପର୍ଜ ବିଷୟରେ ସମସ୍ତେ ଜାଣିଛନ୍ତି ।

ସେମାନେ ପ୍ରଥମେ ଗୋଟିଏ ଆଲବମରେ ଏକା ସହିତ କାମ କରିଥିଲେ । ଏହି ଠାରୁ ହିଁ ଦିଶା ନିଜର କ୍ୟାରିୟର ସିଢି ଚଢିବାକୁ ଆରମ୍ଭ କରିଥିଲେ । ଏହି ସଙ୍ଗୀତ ଆଲବମରେ ଦିଶା ଓ ଟାଇଗର ଗୋଟିଏ କିସିଙ୍ଗ ସିନ ବି କରିଥିଲେ ।

ଏହା ଦ୍ଵାରା ଦୁଇଜଣ ବହୁତ ପପୁଲାର ହୋଇଥିଲେ । ଏହା ପରେ ଦିଶା ସବୁବେଳେ ବଲିଉଡରେ ନିଜର କିସିଙ୍ଗ ସିନ ଓ ବୋଲ୍ଡ ଅବତାର ଯୋଗୁ ମିଡିଆ ଆଗରେ ଚର୍ଚିତ ବିଷୟ ହୋଇ ରହିଥାନ୍ତି । କିନ୍ତୁ ଦିଶାଙ୍କ ବିଷୟରେ ଏହା ବି କୁହାଯାଏ କି ସେ ନିଜକୁ ସୁନ୍ଦର ଦେଖାଇବା ପାଇଁ ଇଂଜେକସନ ବି ଲଗେଇଛନ୍ତି । କୈଲ୍ୱିନ କ୍ଲୀନ ବ୍ରାଣ୍ଡର ଅମ୍ବସେଟର ହେବା ପରେ ସେ କେତେକ ସର୍ଜରୀ ବି କରିଛନ୍ତି । ଏହା ଦ୍ଵାରା ଯେତେବେଳେ ସେ କିଛି ବି ଫଟୋସୁଟ କରିବେ ତେବେ ତାଙ୍କର ଶରୀରର ଭଲ ଦେଖାଯିବ ।

ଏହା ଛଡା ଦିଶା ପାଟନୀ ଯେତେବେଳେ ସୋସିଆଲ ମିଡିଆରେ ନିଜର କିଛି ଫଟୋ ଓ ଭିଡିଓ ଶେୟାର କରନ୍ତି ତେବେ ତାହା ବହୁତ ଅଳ୍ପ ସାମୀ ମଧ୍ୟରେ ଭାଇରାଲ ହୋଇଯାଏ । ସେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହିଥାନ୍ତି । ଦିଶା ନିଜକୁ ଫିଟ ରଖିବା ପାଇଁ ୱାର୍କ ଆଉଟ ସହିତ ଇଞ୍ଜେକସନ ମଧ୍ୟ ନେଇଥାନ୍ତି । କହିବାକୁ ଗକେ ଆଗ ଅପେକ୍ଷା ସେ ବର୍ତ୍ତମାନ ବହୁତ ବଦଲି ଯାଇଛନ୍ତି । ପ୍ରଥମେ ଦିଶା ବହୁତ ସରଲ ଦେଖା ଯାଉ ଥିଲେ କିନ୍ତୁ ବର୍ତ୍ତମାନ ସେ ବହୁତ ହଟ ଓ ବୋଲ୍ଡ ଦେଖାଯାଉଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଦିଶା କେବେ ହେଲେ ବି ମଡେଲିଙ୍ଗ ଓ ଅଭିନୟ ଦୁନିଆକୁ ଆସିବାକୁ ଚାହୁଁ ନ ଥିଲେ । ସେ ଜଣେ ଇଞ୍ଜିନିୟର ହେବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ସେ ସ୍କୁଲଦିନରୁ ହିଁ ବହୁତ ସୁନ୍ଦର ଥିଲେ ଯେଉଁ କାରଣରୁ ତାଙ୍କୁ ସମସ୍ତେ ମଡେଲିଙ୍ଗ କରିବା ପାଇଁ କହୁଥିଲେ । ଏହା ଅପରେ ସେ ସମସ୍ତଙ୍କର କଥାକୁ ମାନି ମଡେଲିଙ୍ଗ କରିବା ଆରମ୍ଭ କରିଦେଲେ । ଏହା ପରେ ସେ ମଡେଲିଙ୍ଗରେ ସଫଳ ମଧ୍ୟ ହେଲେ । ଏହିଭଳି ସେ ନିଜର ସୁନ୍ଦରତା ଓ ଅଦକାରା ଯୋଗୁ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି ।

ବୋଲ୍ଡ ଓ ଗ୍ଲାମରସ ଅବତାର ଯୋଗୁ ସବୁବେଳେ ଚର୍ଚିତ ରହୁଥିବା ଦିଶା ପାଟନୀଙ୍କୁ ୨୦୧୯ରେ ଫ୍ୟାନ୍ସମାନେ ତାଙ୍କୁ ଭୋଟ ଦେଇ ମୋସ୍ଟ ଡିଜିଇନର ୱୋମେନ୍ସ ରୂପରେ ବି ବାଛିଥିଲେ । ତାଙ୍କର ଇଂସ୍ଟାଗ୍ରାମ ଆକାଉଣ୍ଟରେ ମୋଟ ଫ୍ୟାନ୍ସ ଫଳୋୱିଙ୍ଗ ୩୭ ମିଲିୟନ ଅଟେ । କହିବାକୁ ଗଲେ ଦିଶା ନିଜର ଫିଲ୍ମି କ୍ୟାରିୟରରେ ଆରମ୍ଭ ଏକ ତେଲେଗୁ ଫିଲ୍ମ ଲୋଫରରୁ ଆରମ୍ଭ କରିଥିଲେ । ସେଥିରେ ସେ ବହୁତ ରୋମାଣ୍ଟିକ ସିନ ବି ଦେଇଥିଲେ ।

ଏହା ପରେ ସେ ବଲିଉଡରେ ଫିଲ୍ମ ‘ଏମ ଏସ ଧୋନୀ’ରେ ନଜର ଆସିଥିଲେ ଓ ତାଙ୍କର ସେଥିରେ ଭଲ ଅଭିନୟ ଯୋଗୁ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ । ପୁଣି ଫିଲ୍ନ ‘ବାଗୀ ୨’ ରେ ଟାଇଗର ଶ୍ରଫ ସହ ଦିଶା କାମ କରି ଫେମସ ହୋଇଥିଲେ । ପୁଣି ଫିଲ୍ମ ‘ଭାରତ’ରେ ଆଇଟମ ଗୀତ କରି ମଧ୍ୟ ଫେମସ ହୋଇଥିଲେ । ବର୍ତ୍ତମାନ ସେ ଆସନ୍ତା ଫିଲ୍ମ କେଟିନେ ଓ ରାଧେରେ ନଜରରେ ଆସିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।