ବିନା ଗଡଫାଦରରେ ଏହି ୫ଟି କଳାକାର ଆଜି ଅରବପତି, ଜଣେ ତ ୫୦୦୦କୋଟି ଟଙ୍କାର ମାଲିକ

ସବୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଇ ପ୍ରକାରର କଳାକାର ଜନ୍ମ ନିଅନ୍ତି ଗୋଟିଏ ସେମାନେ ଯେଉଁମାନଙ୍କର ଗଡଫାଦର ଥାନ୍ତି ବା ସେମାନେ ଷ୍ଟାର କିଡ୍ସ ହୋଇଥାନ୍ତି ଓ ଆଉ ଗୋଟିଏ ସେମାନେ ଯେଉଁମାନେ ଦିନରାତି ପରିଶ୍ରମ କଲାପରେ ଏଠାରେ ପହଞ୍ଚିଥାନ୍ତି । ବଲିଉଡରେ ମଧ୍ୟ ଏମିତି ବହୁତ ତାରକା ଅଛନ୍ତି ଯେଉଁମାନେ ବିନା ଗଡଫାଦରରେ ଆଜି ନିଜ ପରିଶ୍ରମ ଓ ଉଦ୍ୟମ ବଳରେ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି । ତାଙ୍କ ପାଖରେ ଏତେ ସମ୍ପତ୍ତି ଅଛି କି ସେ ଅନ୍ୟ ମାନଙ୍କୁ ବି କାମ ଦେଇ ପାରନ୍ତି କିନ୍ତୁ ତାଙ୍କ ଭିତରେ ସେହି ହମ୍ବଲ ନେଚର ଆଜି ବି ଆପଣ ଦେଖି ପାରନ୍ତି ଯିଏ ଅନ୍ୟମାନଙ୍କ ସାମ୍ନାରେ ମୁଣ୍ଡ ନୂଆଁଇବା କଳା ଭଲ ଭାବେ ଜାଣିଛନ୍ତି ।

ବଲିଉଡରେ ନ ଥିଲେ କୌଣସି ଗଡଫାଦର, ନିଜ ପରିଶ୍ରମରେ ଅର୍ଜିଲେ ଅରବ ମୂଲ୍ୟର ସମ୍ପତ୍ତି, ଏହା ସହିତ ଏମାନେ ବହୁତ ସୁପର ହିଟ ଫିଲ୍ମୀ କରି ନିଜ ଫ୍ୟାନ୍ସ ଓ ଦର୍ଶକଙ୍କୁ ନିଜ ଅଭିନୟର ଦିୱାନା କରିଛନ୍ତି ।

ବଲିଉଡରେ ନ ଥିଲେ କୌଣସି ଗଡଫାଦର, ନିଜ ପରିଶ୍ରମରେ ଅର୍ଜିଲେ ଅରବ ମୂଲ୍ୟର ସମ୍ପତ୍ତି,

ନବାଯୁଦ୍ଦୀନ ସିଦ୍ଦିକି

ରଇଜ , କିକ, ତଲାସ, ଗ୍ୟାଙ୍ଗ୍ସ ଅଫ ବାସେପୁର, ବାବୁମୋସାୟ ବନ୍ଦୁକବାଜ ଭଳି ସୁପରହିଟ ଫିଲ୍ମୀରେ କାମ କରିଥିବା ଅଭିନେତା  ନବାଯୁଦ୍ଦୀନ ସିଦ୍ଦିକିଙ୍କର ଅଭିନୟ ଚମତ୍କାର ଅଟେ ଏହା ତ ଆପଣ ଜାଣିଛନ୍ତି । ଛୋଟ ଏକ ସହରରୁ ଆସିଥିବା ନବାଯୁଦ୍ଦୀନ ସିଦ୍ଦିକିଙ୍କ ପାଖରେ ଆଜି ଫିଲ୍ମୀର ଲାଇନ ଲାଗିଛି ଓ ତାଙ୍କର ମୁମ୍ବାଇରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି । ତାଙ୍କର ଆଗକୁ ଆସୁଥିବା ଫିଲ୍ମୀ ଠାକରେ ଯିଏ ୨୫ ଜାନୁୟାରୀ କୁ ରିଲିଜ ହେବାର ଅଛି ।

ଜ୍ୟାକି ଶ୍ରଫ

ବଲିଉଡର ଜ୍ୟାକି ଦାଦାଙ୍କର ବି କୌଣସି ଗଡଫାଦର ନଥିଲେ ଓ ସେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଆଜି ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଅଛି ଏହା ସହିତ ସେ ଫିଲ୍ମରେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦୟ ଜିତିଛନ୍ତି । ଜ୍ୟାକି ରାମ ଲଖନ, ଖଳ ନାୟକ, ସିର୍ଫ ତୁମ, ହୀରୋ ଭଳି ବହୁତ ସୁପର ହିଟ ଫିଲ୍ମୀରେ କାମ କରିଛନ୍ତି ।

ସୁନୀଲ ଶେଟ୍ଟୀ

ବଲିଉଡରେ ସୁନୀଲ ଶେଟ୍ଟି ମଧ୍ୟ ଏକ ସଫଳ କଳାକାର ଥିଲେ । ବୟସର ଏହି ମୋଡରେ ସୁନୀଲଙ୍କର ବଡି ଆଜି ଦେଖିବାକୁ ଦର୍ଶକ ପସନ୍ଦ କରନ୍ତି । ସୁନୀଲ ୧୯୯୨ ରେ ଫିଲ୍ମ ବଳବାନରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଓ ଏହା ପରେ ସେ ବହୁତ ଆକ୍ସନ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୁନିଲଙ୍କ ପାଖରେ ଏବେ କୋଟି କୋଠିର ସମ୍ପତ୍ତି ଅଛି ଓ ଏବେ ତାଙ୍କ ପୁଅ ଅୟାନ ଶେଟ୍ଟୀ ବି ସାଉଥ ଇଣ୍ଡିଆନର ହିନ୍ଦୀ ରିମେକ ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ତାଙ୍କର ଝିଅ ଆଥିୟା ଶେଟ୍ଟୀ ନିଜର ଦେବ୍ୟୁ ଫିଲ୍ମ ହିରୋରୁ କରିଥିଲେ ।

ଅମିତାଭ ବଚ୍ଚନ

୧୯୬୯ରେ ନିଜର କ୍ୟାରିଅର ଆରମ୍ଭ କରିଥିବା ଅମିତାଭ ବଚ୍ଚନଙ୍କର ବୟସ ହାରାହାରି ୭୫ ବୟସ ହେବ ଓ ସେ କୁଲି, ମର୍ଦ, ଶୋଲେ, ଜଞ୍ଜିର, ଖୁନ ପସିନା, ମୁକଦ୍ଦର କା ସିକନ୍ଦର, ସରାବି ଭଳି ବହୁତ ସୁପର ହିଟ ଫିଲ୍ମ କରିବା ପରେ ମହାନାୟକର ଟ୍ୟାଗ ହାସିଲ କରିଛନ୍ତି । ଆଜି ତାଙ୍କ ପାଖରେ ୪୦୦ ମିଲିୟନ ଡଲାରର ସମ୍ପତ୍ତି ଅଛି ।

ଶାହରୁଖ ଖାନ

ଦିଲ୍ଲୀରେ ବହୁତ ଥିଏଟର ସୋ କରିବା ପରେ ଟିଭି ସିରିୟଲ ଫୌଜି ରେ କାମ ମିଳିଲା, ପୁଣି ସର୍କସ ଭଳି ପପୁଲାର ସିରିଏଲରେ କାମ କଲେ, ଏହା ପରେ ଧୀରେ ଧୀରେ ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ ଓ ଆଜି ବଲିଉଡରେ ରୋମାନ୍ସ ର ବାଦଶାହର ଟ୍ୟାଗ ହାସିଲ କରିଛନ୍ତି । ତାଙ୍କ ପାଖରେ ଏବେ ୭୪୦ ମିଲିୟନ ଡଲାର ବା ୫୧୭୭ କୋଟି ସମ୍ପତ୍ତି ଅଛି କାରଣ ସେ ଫିଲ୍ମ ବ୍ୟତୀତ ବି ବହୁତ ପ୍ରକାରର ବିଜିନେସ କରନ୍ତି । ଆଶାକରୁଛୁ ଆମର ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିବ । ଭଲ ଲାଗିଲେ ସେଆର କରନ୍ତୁ । ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।