ସାଉଥର ଏହି ୪ ଜଣ ବଡ ଷ୍ଟାରଙ୍କର ରହିସାରିଛି ଏକ୍ସଟ୍ରା ମ୍ୟାରିଟିୟାଲ ଅଫେୟାର, ଏହି ସବୁ ହିରୋଇନଙ୍କ ସହିତ

କହିବାକୁ ଗଲେ ବଲୀଉଡ ହେଉ କିମ୍ବା ଟଲୀଉଡ ସବୁ ଷ୍ଟାରମାନଙ୍କ କୌଣସି ଅଭିନେତ୍ରୀଙ୍କ ସହ ଅଫେୟାରର ଖବର ନିଶ୍ଚିତ ଶୁଣିବାକୁ ମିଳିଥାଏ । କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଏମିତି ବି କିଛି କଳାକାର ଅଛନ୍ତି ଯେଉଁମାନେ ବିବାହିତ ହେବା ସତ୍ବେ ବି ତାଙ୍କର ଅଫେୟାର ଖବର ଶୁଣିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଟଲୀଉଡ ଇଣ୍ଡଷ୍ଟ୍ରିର କିଛି ଷ୍ଟାରମାନେଙ୍କ ଏକ୍ସଟ୍ରା ମ୍ୟାରିଟିୟାଲ ଅଫେୟାର ବିଷୟରେ କହିବୁ ।

କମଲ ହାସନ

କମଳ ହାସଲ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଫେମସ ଅଭିନେତା ଅଟନ୍ତି । କିନ୍ତୁ କମଳ ହାସନଙ୍କ ଟଲୀଉଡ ଇଣ୍ଡଷ୍ଟ୍ରିର ବହୁତ ଅଭିନେତ୍ରୀଙ୍କ ସହ ଅଫେୟାର ଖବର ଶୁଣିବାକୁ ମିଳିଛି । ଆପଣଙ୍କୁ କହିଦେଉଛୁ କି କମଳ ହାସନ ନିଜର ଗର୍ଲଫ୍ରେନ୍ଡ ସାରିକାଙ୍କ ସହ ୧୬ ବର୍ଷ ରିଲେଶନଶିପରେ ଥିଲେ । କିନ୍ତୁ ୧୬ ବର୍ଷ ପରସ୍ପରକୁ ଡେଟ କରିବା ସତ୍ବେ ବି କମଳ ହାସନ ସାରିକାଙ୍କୁ ବିବାହ କରି ନ ଥିଲେ । ଅନ୍ୟ ପଟେ ସାରିକା କମଳ ହାସନଙ୍କୁ ଏଥିପାଇଁ ଛାଡି ଦେଇଥିଲେ କାରଣ ସେ ତାଙ୍କ ସହିତ ରିଲେଶନଶିପରେ ଥିବା ସମୟରେ ଗୌତମୀଙ୍କ ସହ ବି ରିଲେଶନଶିପରେ ଥିଲେ ।

କମଳ ହାସନଙ୍କ ଦୁଇଟି ବିବାହ ହୋଇଛି । କମଳ ହାସନ ପ୍ରଥମେ ବାନୀ ଗଣପତିଙ୍କ ସହ ବିବାହ କରିଥିଲେ । କିନ୍ତୁ ସେହି ସମୟରେ ସେ ସାରିକାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ । ଯେଉଁ କାରଣରୁ ବାନୀ ସହ ତାଙ୍କର ବିବାହ ଭାଙ୍ଗି ଗଲା ଓ ଅନ୍ୟ ପଟେ ସାରିକା ଓ କମଳ ହାସନଙ୍କ ଦୁଇଟି ଝିଅ ଅଛି । ଶ୍ରୁତି ହାସନ ଓ ଅକ୍ଷରା ହାସନ ।

ନାଗାର୍ଜୁନ

ନାଗାର୍ଜୁନଙ୍କ ତବୁ ସହ ଏକ୍ସଟ୍ରା ମ୍ୟାରିଟିୟାଲ ଅଫେୟାର ଚାଲି ଥିଲା । ଯେଉଁ କାରଣରୁ ଏମାନେ ବହୁତ ଚର୍ଚାରେ ଆସି ଯାଇ ଥିଲେ । ନାଗାର୍ଜୁନ ୧୯୯୨ରେ ଅମଲାଙ୍କ ସହ ବିବାହ ଲରିଥିଲେ । କିନ୍ତୁ ୨୦୦୬ରେ ନାଗାର୍ଜୁନ ଓ ତବୁଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଥିଲା । କିନ୍ତୁ ଏମାନଙ୍କର ଏହି ଅଫେୟାର ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା । ଅନ୍ୟ ପଟେ ନାଗାର୍ଜୁନଙ୍କ ପତ୍ନୀ ତାଙ୍କର ଏହି ଏକ୍ସଟ୍ରା ମ୍ୟାରିଟିୟାଲ ଅଫେୟାର ଉପରେ ଅଧିକ ଧ୍ୟାନ ଦେଇ ନ ଥିଲେ ।

ପ୍ରଭୁଦେବା

୨୦୧୦ରେ ପ୍ରଭୁଦେବା ଓ ତାଙ୍କର ପତ୍ନୀ ରାମଲାତ ନିଜର ୧୬ ବର୍ଷର ବିବାହ ସମ୍ପର୍କକୁ ଭାଙ୍ଗି ଦେଇ ଥିଲେ । ଏହାର କାରଣ ଏହା ଥିଲା କି ପ୍ରଭୁଦେବା ନୂଆ ନୂଆ ଅଭିନେତ୍ରୀଙ୍କ ସହ ଏକ୍ସଟ୍ରା ମ୍ୟାରିଟିୟାଲ ଅଫେୟାର ଖବର ସାମ୍ନାକୁ ଆସୁଥିଲା । ରାମଲାତ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ପ୍ରଭୁଦେବା ଓ ଟଲୀଉଡ ଅଭିନେତ୍ରୀ ନୟନତାରାଙ୍କ ଅଫେୟାର କାରଣରୁ ତାଙ୍କର ବିବାହ ଭାଙ୍ଗିଛି ।

ଧନୁଷ

ଧନୁଷ ବଲୀଉଡ ଓ ଟଲୀଉଡର ସବୁଠୁ ଫେମସ ଓ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଯଦି ଧନୁଷଙ୍କ ଅଫେୟାର ବିଷୟରେ କଥାବାର୍ତ୍ତା କରିବା ତେବେ ଧନୁଷଙ୍କ ପତ୍ନୀ ଐଶ୍ୱର୍ୟାଙ୍କ ଡେବ୍ୟୁ ଫିଲ୍ମ ‘ଥ୍ରୀ’ର ଶୁଟିଙ୍ଗ ଚାଲୁଥିଲା ଓ ସେହି ସମୟରେ ଧନୁଷ ଓ ଶ୍ରୁତି ହାସନଙ୍କ ଅଫେୟାର ଖବର ସାମ୍ନାକୁ ଆସିଥିଲା । କୁହଯାଏ କି ଧନୁଷ ଓ ଶ୍ରୁତି ହାସନଙ୍କ ମଧ୍ୟରେ ବହୁତ ସମୟ ପର୍ଯ୍ୟନ୍ତ ଏକ୍ସଟ୍ରା ମ୍ୟାରିଟିୟାଲ ଅଫେୟାର ଚାଲି ଥିଲା । କିନ୍ତୁ ଧନୁଷଙ୍କ ପତ୍ନୀ ଐଶ୍ୱର୍ୟା ଏହି ଅଫେୟାର ଉପରେ ଅଧିକ ଧ୍ୟାନ ଦେଲେ ନାହିଁ କାରଣ ସେ ନିଜର ବିବାହକୁ ଭାଙ୍ଗିବାକୁ ଚାହୁଁ ନ ଥିଲେ ।