ଆପଣଙ୍କ ପ୍ରିୟ Ollywood ଅଭିନେତ୍ରୀଙ୍କ ସ୍ଵାମୀ ମାନେ କ’ଣ କରନ୍ତି ? କଣ ଆପଣ ଜାଣିଛନ୍ତି ? ପ୍ରଥମ ଥର ପାଇଁ ଦେଖନ୍ତୁ !

ବର୍ତ୍ତମାନ ବାହାଘର ସିଜିନ ଚାଲିଥିବା ବେଳେ ଅନେକଙ୍କ ବାହାଘର ଖବର ସାମ୍ନାକୁ ଆସୁଛି । ସାଙ୍ଗସାଥି, ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତେ ବିବାହ କରୁଛନ୍ତି । ନିକଟରେ ତଥା ଗତ ଏକ ବର୍ଷ ମଧ୍ୟରେ ଓଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କିଛି ବିବାହ ହୋଇଛି । ଆପଣଙ୍କ ପ୍ରିୟ ଅଭିନେତ୍ରୀ ମାନେ ହାତକୁ ଦିହାତ ହୋଇ ସାରିଛନ୍ତି । ତେବେ ଅନେକ ଜାଣିବାକୁ ଇଚ୍ଛା କରିଥାନ୍ତି କି ତାଙ୍କ ପ୍ରିୟ ଅଭିନେତ୍ରୀଙ୍କ ସ୍ଵାମୀ କ’ଣ କାମ କରନ୍ତି । ଆସନ୍ତୁ କେତେକେ ଅଭିନେତ୍ରୀଙ୍କ ସ୍ବାମୀଙ୍କ ବିଷୟରେ ଜାଣିବା ।

୧. ଅର୍ଚ୍ଚିତା ସାହୁ 

ଓଲିଉଡରେ ଅଭିନୟ ଠାରୁ ଆରମ୍ଭ କରି ମିସ ଇଣ୍ଡିଆ ପ୍ରତିଯୋଗୀତା ପର୍ଯ୍ୟନ୍ତ ଅର୍ଚ୍ଚିତା ଆମ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ତାଙ୍କର ହସ ହସ ମୁହଁ ଏବଂ ମନକୁ ଛୁଇଁଲା ଭଳି ଅଭିନୟର ସମସ୍ତେ ଦିୱାନା । ଅର୍ଚ୍ଚିତା ଚଳିତ ବର୍ଷ ତଥା ୨୦୨୧ ମସିହାରେ ସବ୍ୟସାଚୀ ମିଶ୍ରଙ୍କୁ ରାଜସ୍ଥାନରେ ଧୁମଧାମରେ ବିବାହ କରିଛନ୍ତି । ସବ୍ୟସାଚୀଙ୍କୁ ବା କିଏ ନ ଜାଣେ ! ସେ ମଧ୍ୟ ଅର୍ଚ୍ଚିତାଙ୍କ ଭଳି ଓଲିଉଡର ଜଣେ ଭଲ ଅଭିନେତା ହେବା ସହ ସମାଜସେବୀ ମଧ୍ୟ ଅଟନ୍ତି ।

୨. ଜାଙ୍କଲିନ ପରିଡା

ଜାଙ୍କଲିନ ଓଡିଆ ଟେଲିଭଜନ ଜଗତରେ ବହ ଜଣାଶୁଣା ନାମ । ଟିଭି ସିରିଏଲରୁ ଓଲିଉଡରେ ପାଦ ଦେଇଥିବା ଜାଙ୍କଲିନଙ୍କ ଅନେକ ଫ୍ୟାନ ଫଲୋଇଂ ରହିଛି । ନିକଟରେ ଜାଙ୍କଲିନ ବିବାହ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା । ଚଳିତ ବର୍ଷ ସେ ଅରବିନ୍ଦ ମହାରଣାଙ୍କୁ ବିବାହ କରିଥିଲେ । ତେବେ ଜାଙ୍କଲିନଙ୍କ ପରି ଅରବିନ୍ଦ ମଧ୍ୟ ଜଣେ ଅଭିନେତା ଅଟନ୍ତି ।

୩. ଦିପ୍ତିରେଖା ପାଢୀ

ଦିପ୍ତିରେଖାଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ । ଦିପ୍ତିରେଖା ୨୦୨୦ରେ ସୌମ୍ଯରଞ୍ଜନ ଶତପଥୀଙ୍କୁ ବିବାହ କରିଥିଲେ । ଦିପ୍ତିରେଖା ଓଡିଆ ଫିଲ୍ମ ଜଗତକୁ ଅନେକ ମନଛୁଆଁ ଗୀତ ଭେଟି ଦେଇଛନ୍ତି । ସେ ପେଷାରେ ଜଣେ ଗାୟିକା ହୋଇଥିବା ବେଳେ ତାଙ୍କ ସ୍ଵାମୀ ସୌମ୍ଯରଞ୍ଜନ ଉଷାକିରଣର ଚେୟାରମ୍ୟାନ ଅଟନ୍ତି ।

୪. ସୋମାଲିନ ପରିଡା

ଟିଭି ଅଭିନେତ୍ରୀ ସୋମାଲିନ ପରିଡା ମଧ୍ୟ ଓଡିଆ ଟିଭି ଜଗତର ବେଶ ଜଣାଶୁଣା ନାମ । ସୋମାଲିନ ମଧ୍ୟ ଟିଭି ଜଗତରୁ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସୋମାଲିନ କିଛି ଦିନ ତଳେ ନିଶୀଥଙ୍କୁ ବିବାହ କରିଛନ୍ତି । ସୋମାଲିନଙ୍କ ସ୍ଵାମୀ ନିଶୀଥ କୋଲକାତାର ଗୋଟିଏ ଆଇଟି କମ୍ପାନୀରେ କାର୍ଯ୍ୟ କରନ୍ତି ।

୫. ସୋନାଲି ଓଝା

ସୋନାଲି ଓଝା ଓଡିଆ ଟେଲିଭିଜନ ଜଗତର ଜଣେ ସୁନ୍ଦରୀ ତଥା ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି । ସୋନାଲି ୨୦୨୦ରେ ପ୍ରଜ୍ଞାନ ସାଧନ ଦାସଙ୍କୁ ବିବାହ କରିଥିଲେ । ସୋନାଲିଙ୍କ ସ୍ଵାମୀ ପ୍ରଜ୍ଞାନ ରିଲାଇନ୍ସ ଜିଓ ଇନଫୋକମ୍ ଲିମିଟେଡରେ ସିନିୟର ଇଡ଼ିଏସଏସ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।