ନୂଆବର୍ଷ ଆରମ୍ଭରୁ ମହଙ୍ଗା ମାଡ ! ଜାନୁୟାରୀ ପହିଲାରୁ ମହଙ୍ଗା ହେବ LPG ସିଲିଣ୍ଡର ! ଦେଖନ୍ତୁ ଏନେଇ ସଂପୂର୍ଣ୍ଣ Report

ସରିବାକୁ ଯାଉଛି ବର୍ଷ ୨୦୨୧ । ଆଉ ଶୀଘ୍ର ଆରମ୍ଭ ହୋଇଯିବ ଆଉ ଏକ ନୂଆବର୍ଷ ୨୦୨୨ । ଗତ ଦୁଇ ବର୍ଷ ଧରି ମହାମାରୀ ଯୋଗୁଁ ସମସ୍ତେ ବ୍ୟତିବ୍ୟସ୍ତ ହୋଇ ରହିଥିବା ବେଳେ ନୂଆବର୍ଷରେ ସବୁକିଛି ଠିକ ହେଉ ବୋଲି ସମସ୍ତଙ୍କ ଆଶା । ତେବେ ବର୍ଷ ଆରମ୍ଭରେ କିନ୍ତୁ ଲୋକଙ୍କୁ ହୋଇପାରେ ମହଙ୍ଗା ମାଡ । ୨୦୨୨ ଜାନୁୟାରୀ ପହିଲାରୁ ଦେଶରେ ଅନେକ ପରିବର୍ତ୍ତନ କିମ୍ବା ନୂତନ ନିୟମ ମାନ ଲାଗୁ ହେବାକୁ ଯାଉଛି । ବିଶେଷ କରି ସାଧାରଣ ଗ୍ରାହକ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ।

ନୂତନ ବର୍ଷର ପ୍ରଥମ ତାରିଖରେ ରୋଷେଇରେ ବ୍ୟବହୃତ ଏଲପିଜି ଗ୍ଯାସ ସିଲିଣ୍ଡର ଦର ଉପରେ ଏକ ବଡ ନିଷ୍ପତ୍ତି ନିଆଯିବ । ଅର୍ଥାତ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଆପଣ ମାନେ ଜାଣିଥିବେ କି ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ଦର ଉପରେ ସମୀକ୍ଷା କରାଯାଏ । ଏଭଳି ପରିସ୍ଥିତିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବାରେ ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । କାରଣ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ସାମାନ୍ଯ ବୃଦ୍ଧି ପାଇଛି ।

ନୂତନ ବର୍ଷର ପ୍ରଥମ ତାରିଖ ସମସ୍ତଙ୍କ ପାଇଁ ବିଶେଷ ରହିବ । କିନ୍ତୁ ନୂଆ ବର୍ଷରେ ରୋଷେଇ ଘର ଠାରୁ ଆରମ୍ଭ କରି ପକେଟ ପର୍ଯ୍ୟନ୍ତ ଆପଣଙ୍କ ବଜେଟ ଉପରେ ବିଶେଷ ପ୍ରଭାବ ପଡିପାରେ । ଏହି ପରିବର୍ତ୍ତନ ବିଶେଷ ଭାବେ ସାଧାରଣ ଲୋକଙ୍କୁ ଅଧିକ ପ୍ରଭାବିତ କରିବ । ନୂତନ ବର୍ଷରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଉପରେ ଏକ ବଡ ନିଷ୍ପତ୍ତି ନିଆଯିବାର ରହିଛି ।

ପୂର୍ବରୁ ଏଲପିଜି ଗ୍ଯାସ ସିଲିଣ୍ଡରର ମୂଲ୍ଯରେ ୨୬୬ ଟଙ୍କା ଅତିରିକ୍ତ ବୃଦ୍ଧି ପାଇଥିଲା । ଯଦିଓ ଏହା କେବଳ ବ୍ଯବସାୟିକ ସିଲିଣ୍ଡରରେ କରା ଯାଇଥିଲା । କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ଯରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏମିତିକି ଦୀପାବଳୀ ପୂର୍ବରୁ ମଧ୍ୟ ଏଲପିଜି ଗ୍ଯାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଥିଲା । ଦିଲ୍ଲୀରେ ବାଣିଜ୍ୟ ସିଲିଣ୍ଡରର ମୂଲ୍ୟ ଦୁଇ ହଜାର ଟଙ୍କାରୁ ଅଧିକ ରହିଛି । ଏହା ପୂର୍ବରୁ ଏହି ଦର ୧୭୩୩ ଟଙ୍କା ରହିଥିଲା ।

ଏହା ସହିତ ମୁମ୍ବାଇରେ ୧୬୮୩ ଟଙ୍କାରେ ମିଳୁଥିବା ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ବର୍ତ୍ତମାନ ୧୯୫୦ ଟଙ୍କାରେ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।