କୁଛ କୁଛ ହୋତାହେ ଫିଲ୍ମର ଏହି ଝିଅ, ଆଜି ହେଇଯାଇଛି ଏତେ ବଡ ଓ ବହୁତ ସୁନ୍ଦର

ବଲିଉଡ ଇଁଡ଼ଷ୍ଟ୍ରିରେ ଏମିତି ବହୁତ ସଫଳ ଛୋଟ ଅଭିନେତା ଓ ଅଭିନେତ୍ରୀ ମନେ ଅଛନ୍ତି, ଯିଏକି ସେ ସମୟରେ ବହୁତ ସଫଳ ଫିଲ୍ମରେ କରିଛନ୍ତି । କିନ୍ତୁ ବଡ ହେଲାପରେ ଏହି ନାଁ ଏବେ ଯେମିତି କେଉଁଆଡ଼େ ହଜିଯାଇଛି । ସେହିଭଳି ଏକ ନାଁ ହେଉଛି ‘ସନା ସହିଦ’ ଯିଏକି ସୁପର ହିଟ ଫିଲ୍ମ “କୁଛ କୁଛ ହୋତା ହେ” ରେ ସାହରୁଖ ଖାନଙ୍କ ଝିଅ ର ଭୂମିକାରେ ଅଭିନୟ କରିଥିଲେ ।

କିନ୍ତୁ ଆଜି ସେ କୋଉଠି, କେମିତି ଅଛନ୍ତି ଓ କିପରି ଦେଖାଯାଉଛନ୍ତି ଏହି କଥା ବହୁତ କମ ଲୋକ ଜାଣିଛନ୍ତି । ତେବେ ଆଜି ଆସନ୍ତୁ ସନା ସହିଦଙ୍କ ବିଷୟରେ ଜାଣିବା । ସନା ସହିଦ ୨୨ ଅକ୍ଟୋବର ୧୯୮୮ ମସିହାରେ ମୁମ୍ବାଇ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ଅଭିନୟ କରନ ଜୋହାରଙ୍କ ୧୯୯୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ “କୁଛ କୁଛ ହୋତାହେ” ରୁ ଆରମ୍ଭ କରିଥିଲେ ।

ସେ ମଧ୍ୟ ୨୦୦୦ ମସିହାରେ ଆସିଥିବା ” ହର ଦିଲ ଜୋ ପ୍ୟାର କରେଗା” ଏବଂ “ବାଦଲ”  ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ସେ ମଝିରେ ନିଜର ପାଠପଢା ପାଇଁ ଫିଲ୍ମ ଜଗତରୁ କିଛିଦିନ ପାଇଁ ଦୁରେଇ ଯାଇଥିଲେ ।

ତାପରେ ସେ ୨୦୦୮ ମସିହାରେ ଆସିଥିବା ଦୁଇଟି ଟିଭି ସିରିଏଲ ” ବବୁଲ କା ଆଙ୍ଗନ ଛୁଟେନା ” ଏବଂ  ” ଲୋ ହୋଗେଇ ପୂଜା ଇସ ଘର କି ” ରେ ଛୋଟ ପରଦାରେ ପୁଣି ତାଙ୍କ ଅଭିନୟ ଆରମ୍ଭ କରିଥିଲେ ।

ତାପରେ, ସେ ୨୦୧୨ ମସିହାରେ ଆସିଥିବା ” ସ୍ତୂଡେଣ୍ଟ ଅଫ ଦି ୟିଅର ” ଫିଲ୍ମରେ ଏକ ଛୋଟ ରୋଲରେ କାମ କରିଥିଲେ । ଯେଉଁଥିରେ ତାଙ୍କୁ କିଛି ଖାସ୍ ସଫଳତା ମିଳି ପାରିନଥିଲା । ତାପରେ ସେ ୨୦୧୩ ମସିହାରେ “ଝଲକ ଦିଖଲାଜା”, ୨୦୧୫ ମସିହାରେ ” ନଚ ବଲିଏ ” ଏବଂ ୨୦୧୬ ମସିହାରେ ” ଖତରୋଂ କେ ଖିଲାଡି ” ଭଳି ଛୋଟ ଛୋଟ ଟିଭି ସୋରେ କାମ କରିସାରିଛନ୍ତି ।

କିନ୍ତୁ ସେ ଛୋଟ ବେଳେ ଯେଉଁ ସଫଳତା ପାଇଥିଲେ, ତାହା ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେ ଦେଖିବାକୁ ବହୁତ ସୁନ୍ଦର ସହିତ ଭଲ ଅଭିନେତ୍ରୀ ମଧ୍ୟ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।