bollywood ର 6 ସୁପରହିଟ ହିରୋଇନ ଯିଏ ବହୁତ କମ ବୟସରେ ହେଇ ଯାଇଛନ୍ତି ମା

ସାଧାରଣତଃ ବଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ୨୮ କିମ୍ବା ୩୦ ବର୍ଷ ବୟସ ପରେ ବିବାହ କରିବାର ଦେଖାଯାଏ । କିନ୍ତୁ ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ବଲୀଉଡର ଅଭିନେତ୍ରୀମାନେ ବହୁତ କମ ବୟସରେ ବିବାହ କରି ନେଉଆ ଥିଲେ । ଏମିତିରେ ସେମାନେ ଜଲ୍ଦି ମା ବି ହେଇ ଯାଉଥିଲେ । କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି ।

କିନ୍ତୁ ବଲିଉଡର ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ଭଳି ସମୟରେ ବି ବହୁତ କମ ବୟସରେ ମା ହୋଇ ଯାଇଛନ୍ତି । ଆଜି ଏହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ।

ମଲାଇକା ଅରୋଡ଼ା

ବଲିଉଡର ହଟ ଓ ସେକ୍ସି ଅଭିନେତ୍ରୀ ମଲାଇକା ଅରୋଡ଼ା ବର୍ତ୍ତମାନ ସମୟରେ ନିଜର ସ୍ଵାମୀ ଅର୍ବାଜ ଖାନଙ୍କ ଠାରୁ ବିବାହର ୯ ବର୍ଷ ପରେ ଅଲଗା ହୋଇ ଯାଇଛନ୍ତି । ଆପଣଙ୍କୁ କହିଦେଉଛୁ କି ସେ ୨୫ ବର୍ଷ ବୟସରେ ହିଁ ଅର୍ବାଜ ଖାନଙ୍କୁ ବିବାହ କରିଥିଲେ ଓ ୨୦୦୨ରେ ମାତ୍ର ୨୯ ବର୍ଷ ବୟସରେ ମଲାଇକା ଗୋଟିଏ ପୁଅର ମା ବି ହୋଇ ଯାଇଥିଲେ ।

କିନ୍ତୁ ଆଜି ୪୬ ବର୍ଷ ବୟସର ହୋଇ ଯାଇ ଥିଲେ ବି ସେ ବହୁତ ସୁନ୍ଦର ଦେଖା ଯାଆନ୍ତି ଓ ସେ ବର୍ତମାନ ଅଭିନେତା ଅର୍ଜୁନଙ୍କ କପୁରଙ୍କୁ ଡେଟ କରୁଛନ୍ତି ଓ ନିଜ ପୁଅକୁ ବି ସମୟ ଦିଅନ୍ତି । ଏହା ସହ ସାଙ୍ଗ ଭଳି ନିଜ ପୁଅକୁ ସପୋର୍ଟ ମଧ୍ୟ କରନ୍ତି ।

ଭାଗ୍ୟଶ୍ରୀ

‘ମେନେ ପ୍ୟାର କିୟା’ ଫିଲ୍ମରୁ ଅଭିନେତ୍ରୀ ଭାଗ୍ୟଶ୍ରୀ ବଲୀଉଡକୁ ଡେବ୍ୟୁ କରିଥିଲେ । କିନ୍ତୁ ସେ ନିଜର ପ୍ରଥମ ଫିଲ୍ମ ପରେ ହିଁ ବିବାହ କରି ନେଇଥିଲେ ଏବଂ ଏହା ପରେ ବହୁତ ଜଲ୍ଦି ତାଙ୍କର ଦୁଇଟି ସନ୍ତାନ ବି ହୋଇ ଗଲା । କିଛି ଦିନ ପୂର୍ବେ ହିଁ ତାଙ୍କ ପୁଅ ଅଭିମନ୍ୟୁ ବି ଫିଲ୍ମରେ ଡେବ୍ୟୁ କରିସାରିଛନ୍ତି । ତାଙ୍କ ଝିଅ ଅବନ୍ତିକା ଦସାନୀ ବି ବହୁତ ଜଲ୍ଦି ସଲମାନ ଖାନଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ।

ଡିମ୍ପଲ କପାଡ଼ିୟା

ଡିମ୍ପଲ କପାଡ଼ିୟା ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ ଜଗତକୁ ଆସିଥିଲେ । ସେହି ସମୟର ସେ ସୁପର ଷ୍ଟାର ଅଭିନେତା ରାଜେଶ ଖାନାଙ୍କ ସହ ପ୍ରେମ ହୋଇଗଲା ଓ ଦୁଇଜଣ ବିବାହ ବି କରିନେଲେ । ବିବାହର ୧୭ ବର୍ଷ ବୟସରେ ହିଁ ଡିମ୍ପଲ କପାଡ଼ିୟା ନିଜର ବଡ ଝିଅ ଟ୍ୱିଂକଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ । ଡିମ୍ପଲ କପାଡ଼ିୟାଙ୍କ ଦୁଇଟି ଝିଅ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ଡିମ୍ପଲ କପାଡ଼ିୟା ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି ଓ ତାଙ୍କୁ ବ୍ରମହାସ୍ତ୍ର ଫିଲ୍ମରେ ଦେଖି ପାରିବେ ।

ନୀତୁ ସିଂହ

ନୀତୁ ସିଂହ ନିଜ ଜମାନାରେ ବକ୍ସ ଅଫିସରେ ରାଜ କରୁଥିଲେ । ଆଜି ବି ସେ ତାଙ୍କର ଷ୍ଟାଇଲ ଓ ଫେସନ ଦ୍ୱାରା ଲାଇମ ଲାଇଟରେ ଅଛନ୍ତି । ସେ ଫିଲ୍ମ ଜଗତକୁ ବହୁତ ହିଟ ଫିଲ୍ମ ଦେଇଛନ୍ତି ଓ ସେ ତାଙ୍କ କ୍ୟାରିୟରରେ ସଫଳ ହେବା ପରେ ଅଭିନେତା ଋଷି କପୁରଙ୍କୁ ୨୦ ବର୍ଷ ବୟସରେ ବିବାହ କରିଥିଲେ । ଏହା ପରେ ୨୧ ବର୍ଷ ବୟସରେ ହିଁ ସେ ନିଜର ବଡ ଝିଅ ରିଧିମାଙ୍କୁ ଜନ୍ମ ଦେଇଥିଲେ ।

ଶର୍ମିଲା ଟୈଗୋର

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶର୍ମିଲା ଟୈଗୋର ଭାରତୀୟ କ୍ରିକେଟର ମଂସୂର ଅଲୀ ଖାନ ପଟୌଦୀଙ୍କୁ ବିବାହ କରିଥିଲେ । ଏହା ପରେ ମାତ୍ର ୨୫ ବର୍ଷ ବୟସରେ ହିଁ ଅଭିନେତା ସୈଫ ଅଲୀ ଖାନଙ୍କୁ ଜନ୍ମ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।