10 ବର୍ଷ ପରେ କଣ କରୁଛନ୍ତି ତୁଳସୀ, ଜାଣନ୍ତୁ ଏବେ ସେ କେଉଁଠି ଅଛନ୍ତି ଓ ତାଙ୍କ ପରିବାର ବିଷୟରେ

ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଓଡ଼ିଆ ଧାରାବାହିକ ‘ତୁଲସୀ’ବିଷୟରେ ଅଳ୍ପ ବହୁତ ଜାଣି ଥିବେ କିମ୍ବା ଦେଖିଥିବେ । ଏହି ଧାରାବାହିକ ଏକ ପାରିବାରିକ ଧାରାବାହିକ ରୂପରେ ଦର୍ଶକମାନଙ୍କୁ ବହୁତ ମନୋରଞ୍ଜନ କରିଛି । ଏହା ଛଡା ଦର୍ଶକମାନେ ଏହି ଧାରାବାହିକର କଳାକରମାନଙ୍କୁ ବି ବହୁତ ପସନ୍ଦ କରୁଥିଲେ । କହିଦେଉଛୁ କି ଏହି ଧାରାବାହିକରେ ତୁଲସୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଜଣଙ୍କ ଅନ୍ୟ କଳାକାରମାନଙ୍କ ତୁଳନାରେ ବହୁତ ଲୋକପ୍ରିୟ ହୋଇଥିଲେ ।

ସେ ଘରେ ଘରେ ତୁଲସୀ ନାମରେ ପ୍ରସିଦ୍ଧ ହୋଇଯାଇଥିଲେ । ସେହି ଅଭିନେତ୍ରୀଙ୍କ ନାମ ଇପ୍ସିତା ମହାନ୍ତି । ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ କଣ କରୁଛନ୍ତି, ତାଙ୍କର ଘର କେଉଁଠାରେ ଅଛି, ସେ ଏତେ ଭଲ ଅଭିନୟ କରି ମଧ୍ୟ ବର୍ତ୍ତମାନ କଣ ପାଇଁ ଆଉ ଅଭିନୟ କରୁ ନାହାନ୍ତି ଓ ତାଙ୍କର ପରିବାରରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା ।

ତୁଲସୀ ଧାରାବାହିକରେ ତୁଳସୀ ଚରିତ୍ରରେ  ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଘର ଭୁବନେଶ୍ୱରରେ ଓ ସେ ଭୁବନେଶ୍ୱରରେ ହିଁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପରିବାର କହିଲେ ତାଙ୍କ ସ୍ଵାମୀ ଓ ତାଙ୍କର ପୁଅ ଏବଂ ଝିଅ ଅଛନ୍ତି । ତାଙ୍କ ସ୍ଵାମୀଙ୍କ ନାମ ରୋହିତ ମହାନ୍ତି । ଆପଣମାନେ ନିଶ୍ଚିତ ଭାବରେ ଚିନ୍ତା କରୁଥିବେ ଇପ୍ସିତା ମହାନ୍ତି ଆଉ କାହିଁକି ଧାରାବାହିକରେ ଅଭିନୟ କରୁ ନାହାନ୍ତି ଓ କାହିଁକି ସେ ଓଡ଼ିଶାରେ ଦେଖାଯାଉ ନାହାନ୍ତି ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ଇପ୍ସିତା ମହାନ୍ତି ତାଙ୍କ ସ୍ଵାମୀଙ୍କ ସହ ଦୁବାଇରେ ରହୁଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ଆପଣମାନେ ତାଙ୍କୁ ଅନେକ ଗୁଡିଏ ଓଡ଼ିଆ ଧାରାବାହିକ ଅଭିନୟ କରିଥିବାର ଦେଖିଥିବେ । ତାଙ୍କର କେତେ ଗୁଡିଏ ଲୋକପ୍ରିୟ ହାସଲ କରିଥିବା ଧାରାବାହିକର ନାମ ହେଲା ତୁ ମୋର ହୋଇଯା, ଏତେ ସୁନ୍ଦର, ଗୁଳୁଗୁଲିଆ ଝିଅଟେ ତୁ ଲୋ ଏହିପରି ବହୁତ ଧାରାବାହିକରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ ଓ ନିଜର ଅଭିନୟ ଦ୍ଵାରା ଦର୍ଶକମାନଙ୍କ ମନରେ ଏକ ଛାପ ଛାଡି ଯାଇଛନ୍ତି ।

ଏହା ସହ ଇପ୍ସିତା ମହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୁଡିକରେ ଭଲ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଗୋଟିଏ ଚଳଚିତ୍ରରେ ହିରୋ ଅରିନ୍ଦମ ରାୟଙ୍କ ସହ ସେ ଅଭିନୟ କରିଥିଲେ । ଆଗକୁ ଆସୁଥିବା ସମୟରେ ଇପ୍ସିତା ମହାନ୍ତି ଆଉ କୌଣସି ଧାରାବାହିକ କିମ୍ବା ଚଳଚିତ୍ରରେ ଅଭିନୟ କରିବେ ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।