ଏମାନେ ଅଟନ୍ତି ଧନୀ ଫିଲ୍ମି ଘରର ଜ୍ଵାଇଁ, ନମ୍ବର ୩ର ନାମ ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ବଲୀଉଡର ଚମକ ଧମକକୁ ଦେଖି ଲୋକମାନଙ୍କୁ ଲାଗିଥାଏ କି ଏଠି ସମ୍ପର୍କ କେବଳ କହିବା ମାତ୍ର ଅଟେ । କିନ୍ତୁ ସବୁ ସମ୍ପର୍କ କେବଳ କହିବା ମାତ୍ର ନୁହେଁ ଅନେକ କଳାକାର ଏହି ସମ୍ପର୍କକୁ ମହତ୍ଵ ବି ଦେଇଥାନ୍ତି ଓ କିଛି ରାଜଘର ପରିବାରର ସମ୍ବନ୍ଧି ହୋଇ ଯାଇଛନ୍ତି । ବଲୀଉଡର କିଛି ଏମିତି ଜ୍ଵାଇଁ ଅଛନ୍ତି ଯେଉଁମାନେ ରାଜଘରର ଝିଅ ସହ ବିବାହ କରିଛନ୍ତି ଓ ଇଣ୍ଡଷ୍ଟ୍ରିରେ ସଫଳ ଅଭିନେତା ବି ଅଟନ୍ତି । ଚାଲନ୍ତୁ ବର୍ତ୍ତମାନ ଆପଣଙ୍କୁ ସେମାନଙ୍କ ବିଷୟରେ କହିଦେଉଛୁ, ଯେଉଁମାନେ ବଲୀଉଡର ଧନୀ ଘରର ଜ୍ଵାଇଁ ଅଟନ୍ତି ।

ଏମାନେ ଅଟନ୍ତି ବଲୀଉଡର ସବୁଠୁ ଧନୀ ଘରର ଦାମାଦ

୧. ଅକ୍ଷୟ କୁମାର

ବଲୀଉଡର ଖିଲାଡ଼ି କୁମାର ମାନେ ଅକ୍ଷୟ କୁମାର ଆକ୍ସନ, ରୋମାଂଟିକ ଓ କମେଡୀ ଫିଲ୍ମରେ ଧମାଲ କରିଛନ୍ତି । ତାଙ୍କର ବିବାହ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ଝିଅ ଟ୍ୱିଂକଲ ଖନ୍ନାଙ୍କ ସହ ହୋଇଥିଲା । ଟ୍ୱିଂକଲ ଡିଂପଲ କପାଡିୟା ଓ ରାଜେଶ ଖନ୍ନାଙ୍କ ଝିଅ ଅଟନ୍ତି । ଅକ୍ଷୟ ଓ ଟ୍ୱିଂକଲଙ୍କର ଦୁଇଟି ସନ୍ତାନ ଅଛନ୍ତି ।

୨. କୁଣାଲ ଖେମୂ

ବାଲ୍ୟ କଳାକାର ରୂପରେ ଫିଲ୍ମ ରାଜା ହିନ୍ଦୁସ୍ତାନୀ ଓ ଜଖ୍ମ ଭଳି ଫିଲ୍ମରେ କାମ କରିସାରିଥିବା କୁଣାଲ ଖେମୂ ଗୋଲମାଲ ସୀରୀଜରେ ବି ଭଲ କାମ କରିଛନ୍ତି । କୁଣାଲ ଖେମୂ ପଟୌଦୀ ଖାନଦାନର ଛୋଟ ଝିଅ ସୋହା ଅଲୀ ଖାନଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଏକ ଝିଅ ବି ଅଛି । ସୋହା ପୂର୍ବ କ୍ରିକେଟର ମଂସୂର ଅଲୀ ଖାନ ଓ ୭୦ ଦଶକର ସଫଳ ଅଭିନେତ୍ରୀ ଶର୍ମିଲା ଟ୍ୟାଗୋରଙ୍କ ଝିଅ ଅଟନ୍ତି ।

୩. ଫରଦୀନ ଖାନ

୭୦ ଦଶକର ସୁପରଷ୍ଟାର ମୁମତାଜଙ୍କ ଝିଅ ନତାଶାଙ୍କ ବିବାହ ଅଭିନେତା ଫିରୋଜ ଖାନଙ୍କ ପୁଅ ଫରଦୀନ ଖାନଙ୍କ ସହ ହୋଇଛି । ସେ ବର୍ଷ ୨୦୦୫ରେ ବିବାହ କରିଥିଲେ । କହିବାକୁ ଗଲେ ଫରଦୀନ ଖାନ ବହୁତ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ ଫ୍ଲପ ରହିଛନ୍ତି ।

୪. ଧନୁଷ

ସାଉଥ ସିନେମାର ସୁପରଷ୍ଟାର ଧନୁଷ ଫିଲ୍ମ ‘ରାଂଝଣା’ ଦ୍ଵାରା ବଲୀଉଡରେ ଏଣ୍ଟ୍ରି କରିଥିଲେ । ଧନୁଷଙ୍କ ବିବାହ ୨୦୦୪ରେ ଐଶ୍ୱର୍ୟାଙ୍କ ସହ ହୋଇଥିଲା । ଐଶ୍ୱର୍ୟା ସାଉଥ ସିନେମାର ଭଗବାନ ଓ ସାଉଥ ଷ୍ଟାର ରଜନୀକାନ୍ତଙ୍କ ଝିଅ ଅଟନ୍ତି ମାନେ ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ଵାଇଁ ଅଟାନ୍ତି ।

୫. ଅଜୟ ଦେବଗନ

ବଲୀଉଡର ଆକ୍ସନ ହିରୋ ଅଜୟ ଦେବଗନଙ୍କ କଥା କହିବା ତ ସେ ବଲୀଉଡରେ ବହୁତ ଫିଲ୍ମରେ କାମ କରିଛନ୍ତି ଓ ସବୁ ପ୍ରାୟତଃ ହିଟ ମଧ୍ୟ ହୋଇଛି । ଅଜୟ ମୂଖର୍ଜୀ ପରିବାରର ବଡ ଝିଅ କାଜୋଲଙ୍କ ସହ ବିବାହ କରିଛନ୍ତି । କାଜୋଲ ପ୍ରସିଦ୍ଧ ଅଭିନେତ୍ରୀ ତନୁଜାଙ୍କ ଝିଅ ଅଟନ୍ତି ଓ ବର୍ତ୍ତମାନ ସେ ଦୁଇଟି ସନ୍ତାନଙ୍କ ମା’ ବି ହେଇ ସାରିଛନ୍ତି । ଏହା ଛଡା କାଜୋଲ ବି ବଲୀଉଡରେ ଭଲ ଅଭିନେତ୍ରୀ ରହିସାରିଛନ୍ତି ।