୯୦ ଦଶକ ର ହିରୋଇନ ମାନଙ୍କ ସୁନ୍ଦରୀ ଝିଅ ମାନଙ୍କୁ ଦେଖନ୍ତୁ, Raveena ଙ୍କ ଝିଅ ତ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଏବଂ ଫିଟ୍ନେସ ର ପ୍ରଶଂସା ଯେତେ କରିଲେ ମଧ୍ୟ ତାହା କମ ପଡ଼ିଥାଏ। ବଲିଉଡ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ଓ ଫିଟନେସ ସର୍ବଦା ବଜାୟ ରଖନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୯୦ ଦଶକର କିଛି ପ୍ରସିଦ୍ଧ ଓ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ଝିଅ ଙ୍କ ସମ୍ବନ୍ଧରେ କହିବୁ। ଯେଉଁମାନେ ନିଜ ମାଆ ଙ୍କ ଭଳି ହିଁ ଦେଖିବାକୁ ବହୁତ ସୁନ୍ଦର। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ରବିନା ତଣ୍ଡନ-ବନ୍ଧୁଗଣ ଅଭିନେତ୍ରୀ ‘ରବିନା ତଣ୍ଡନ’ ୯୦ ଦଶକ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ସେହି ସମୟରେ ସେ ନିଜ ଅଭିନୟ ଓ ସୁନ୍ଦରତା ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଥିଲେ। ସେ ବର୍ତ୍ତମାନ ୪୫ ବର୍ଷ ବୟସର ହୋଇ ସାରିଛନ୍ତି।

କିନ୍ତୁ ବର୍ତ୍ତମାନ ମଧ୍ୟ ସେ ପୂର୍ବ ଭଳି ସୁନ୍ଦର ଏବଂ ଫିଟ୍ ଦେଖା ଯାଉଛନ୍ତି। ରବିନା ୨୦୦୪ ମସିହାରେ ‘ଅନୀଲ ଥଡାନି’ ଙ୍କୁ ବିବାହ କରିଥିଲେ।ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି।ତାଙ୍କ ନାମ ‘ରାସା ଥଡାନି’ ଅଟେ। ସେ ବର୍ତ୍ତମାନ ମାତ୍ର ୧୪ ବର୍ଷ ବୟସ ର ଅଟନ୍ତି କିନ୍ତୁ ଏବେ ଠାରୁ ହିଁ ତାଙ୍କ ମଧ୍ୟରେ ତାଙ୍କ ମାଆ ଙ୍କ ପ୍ରତିଛବି ଦେଖିବାକୁ ମିଳୁଛି।ସେ ନିଜ ମାଆ ଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର।

୨. କାଜୋଲ୍- ୯୦ ଦଶକ ର ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ମଧ୍ୟରୁ ‘କାଜୋଲ୍’ ଙ୍କ ନାମ ଅନ୍ୟତମ। ସେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ବହୁତ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି।ଏହି ଅଭିନେତ୍ରୀ ୧୯୯୯ ମସିହାରେ ଅଭିନେତା ‘ଅଜୟ ଦେବଗନ’ ଙ୍କୁ ବିବାହ କରିଥିଲେ।ତାଙ୍କର ଜଣେ ପୁଅ ଓ ଜଣେ ଝିଅ ମଧ୍ୟ ଅଛନ୍ତି। ତାଙ୍କ ପୁଅ ଙ୍କ ନାମ ‘ୟୁଗ ଦେବଗନ’ ଓ ଝିଅ ଙ୍କ ନାମ ‘ନାଏସା ଦେବଗନ’ ଅଟେ।କାଜୋଲ ବର୍ତ୍ତମାନ ୪୪ ବର୍ଷ ବୟସର ଅଟନ୍ତି। ନାଏସା ୧୫ ବର୍ଷ ବୟସର ଅଟନ୍ତି। ଷ୍ଟାଇଲିସ ଏବଂ ସୁନ୍ଦରତା କ୍ଷେତ୍ରରେ ନିଜ ମାଆ ଙ୍କ ଠାରୁ ସେ ଆଦୌ କମ ନୁହଁନ୍ତି।

୩. ଜୁହି ଚାୱଲା- ଅଭିନେତ୍ରୀ ‘ଜୁହି ଚାୱଲା’ ୯୦ ଦଶକ ର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ବର୍ତ୍ତମାନ ସେ ୫୨ ବର୍ଷ ବୟସରେ ଯାଇ ପହଞ୍ଚିଛନ୍ତି। ଏହି ଅଭିନେତ୍ରୀ ୧୯୯୫ ମସିହାରେ ‘ଜୟ ମେହତା’ ଙ୍କୁ ବିବାହ କରିଥିଲେ। ଏହି ଯୋଡି ପୁଅ ଅର୍ଜୁନ ମେହତା ଓ ଝିଅ ଜାହ୍ନବୀ ମେହତା ଙ୍କ ମାତାପିତା ଅଟନ୍ତି। ଜାହ୍ନବୀ ୧୮ ବର୍ଷ ବୟସ ର ଅଟନ୍ତି ଏବଂ ନିଜ ମାଆ ଙ୍କ ପରି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

୪. କରିସ୍ମା କପୁର- ୯୦ ଦଶକ ର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅଭିନେତ୍ରୀ ‘କରିସ୍ମା କପୁର’ ଅନ୍ୟତମ ଅଟନ୍ତି। କରିସ୍ମା ବର୍ତ୍ତମାନ ମଧ୍ୟ ପୂର୍ବ ଅପେକ୍ଷା ବହୁତ ଫିଟ୍ ଓ ସୁନ୍ଦର ଦେଖା ଯାଉଛନ୍ତି। ତାଙ୍କ ଝିଅ ଙ୍କ ନାମ ‘ସମାଏରା କପୁର’ ଅଟେ। ସମାଏରା ଓ କରିସ୍ମା ଙ୍କୁ ଦେଖିଲେ ଏହା ପ୍ରତୀତ ହୋଇଥାଏ ଯେ, ଦୁହେଁ ମାଆ ଓ ଝିଅ ନୁହେଁ ବରଂ ଦୁଇ ଭଉଣୀ ଅଟନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।