ଦେଶ-ବିଦେଶରେ ଅଛି ମହଙ୍ଗା ମହଙ୍ଗା ଘର, ରାଜା ଭଳି ଜୀବନ ବଞ୍ଚନ୍ତି Bollywood ର ଖିଲାଡ଼ି Akshay Kumar, ତାଙ୍କ ପାଖରେ ଅଛି କେତେ କୋଠିର ସମ୍ପତି ଜାଣିଲେ ଚମକି ପଡିବେ ଆପଣ !

ହିନ୍ଦୀ ସିନେମା ଜଗତର ଖିଲାଡ଼ି ତଥା ସୁପରଷ୍ଟାର ଅକ୍ଷୟ କୁମାର ଗତ ପ୍ରାୟ ତିରିଶ ବର୍ଷ ଧରି ହିନ୍ଦୀ ସିନେମା ଜାଗାରେ ରାଜ କରୁଛନ୍ତି । ଏହି ତିରିଶ ବର୍ଷ ମଧ୍ୟରେ ଅକ୍ଷୟ କୁମାର ଅନେକ ସୁନାମ ଅର୍ଜନ କରିବା ସହ ଅନେକ ଧନ ସମ୍ପତି ମଧ୍ୟ ଅର୍ଜନ କରିଛନ୍ତି । ଆଜି ତାଙ୍କ ଗଣତି କେବଳ ବଲିଉଡର ଜଣେ ଅଭିନେତା ଭାବେ ନୁହେଁ, ମାତ୍ର ଦୁନିଆର ସବୁଠୁ ମହଙ୍ଗା ଅଭିନେତା ମାନଙ୍କ ମଧ୍ୟରେ ହେଉଛି । ସେ ଆଜି ଅୟୁତ ଅୟୁତ ତାଙ୍କର ସମ୍ପତ୍ତିର ମାଲିକ ଅଟନ୍ତି ।

ଅକ୍ଷୟ କୁମାର ୧୯୯୧ ମସିହାରେ ନିଜ ଫିଲ୍ମ କ୍ଯାରିଆର ଆରମ୍ଭ କରିଥିଲେ । ହିନ୍ଦୀ ସିନେମାରେ ଉଭୟ ଆକ୍ସନ ଓ କମେଡି ଫିଲ୍ମରେ ସେ ନିଜ ପରିଚୟ ସୃଷ୍ଟି କରିଛନ୍ତି ଓ ବଲିଉଡର ଖିଲାଡ଼ି ଆଖ୍ୟା ହାସଲ କରିଛନ୍ତି । ଭାରତ ସହ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ନିଜ ପରିଶ୍ରମରେ ଅକ୍ଷୟ କୁମାର ବଲିଉଡର ଜଣେ ଚର୍ଚ୍ଚିତ ଓ ସଫଳ ଅଭିନେତା ରୂପେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ।

ସେ ଗୋଟିଏ ବର୍ଷରେ ଅତି ସହଜରେ ତିନିରୁ ଚାରୋଟି ଫିଲ୍ମ କରି ଦେଉଛନ୍ତି । ଜଣେ ଅଭିନେତା ହେବ ସହ ସେ ଜଣେ ନିର୍ଦେଶକ, ଫିଲ୍ମ ନିର୍ମାତା, ଓ ମାର୍ଶାଲ ଆର୍ଟରେ ମଧ୍ୟ ମାଷ୍ଟର ଅଟନ୍ତି ଓ ଜଣେ ଭଲ ଶେଫ ମଧ୍ୟ। ତାଙ୍କ ପ୍ରଶଂସକ ମାନେ ତାଙ୍କୁ ପ୍ରେମରେ “ଅକ୍କି” ବୋଲି ମଧ୍ୟ କୁହନ୍ତି । ଅକ୍କି ଜଣେ ସ୍ଵୟଂ ପ୍ରତିଷ୍ଠିତ ଷ୍ଟାର ଅଟନ୍ତି ।

୧୯୯୨ ମସିହାରେ ଆବାସ-ମସ୍ତାନଙ୍କ ଦ୍ଵାରା ନିର୍ଦେଶିତ ଫିଲ୍ମ ଖିଲାଡିରୁ ତାଙ୍କୁ ଢେର ସଫଳତା ମିଳିଥିଲା । ସେ ନିଜ ଫିଲ୍ମ କ୍ଯାରିଆର ମଧ୍ୟରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଫିଲ୍ମ ସହ ବିଜ୍ଞାପନରେ ମଧ୍ୟ ଅକ୍ଷୟ କୁମାର ଖୁବ ମୋଟ ରକମର ରୋଜଗାର କରନ୍ତି । ତାଙ୍କର ଅଧିକ ରୋଜଗାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ରୁ ହିଁ ହପିଥାଏ । ସେ ପ୍ରତ୍ଯେକ ବିଜ୍ଞାପନ ପିଛା ୬ କୋଟି ଟଙ୍କା ଚାର୍ଜ କରନ୍ତି ।

ଅକ୍ଷୟ କୁମାର ମୁମ୍ବାଇରେ ନିଜ ପରିବାର ସହିତ ଖୁବ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି । ଏହା ଛଡା ଦେଶ ବିଦେଶରେ ତାଙ୍କର ଅନେକ ମହଙ୍ଗା ଓ ଆକର୍ଷଣୀୟ ବଙ୍ଗଳା ମଧ୍ୟ ରହିଛି । ତାଙ୍କ ପକ୍ଷେ ମହଙ୍ଗା ଓ ଲଗଜରି କାରର ମଧ୍ୟ ଅନେକ କଲେକ୍ସନ ଅଛି । ଲଗଜରି କାର ଗୁଡିକ ମଧ୍ୟରେ ମର୍ଷିଡିଜ-ବେଞ୍ଜ, ବେଣ୍ଟଲେ, ହୋଣ୍ଡା ସିଆରବି ଓ ପୋର୍ଶ ସାମିଲ ରହିଛି । ମି-ଡି-ଆ ରିପୋର୍ଟ ଅନୁସାରେ ଅକ୍କି ୨୭୩ ମିଲିୟନ ଡଲାର ଅର୍ଥାତ ୨୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ଅକ୍ଷୟ କୁମାର ୨୦୦୧ ମଶିଆହରେ ଅଭିନେତ୍ରୀ ଟ୍ଵିଙ୍କିଲ ଖାନ୍ନାଙ୍କୁ ବିବାହ କରିଥିଲେ । ଏବେ ସେମାନେ ଦୁଇଟି ସନ୍ତାନଙ୍କ ମାତାପିତା ଅଟନ୍ତି । ତାଙ୍କ ପୁଅର ନାମ ଆରବ ଓ ଝିଅର ନାମ ନିତାରା ଅଟେ । ଅକ୍ଷୟ କୁମାର ସବୁଠୁ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କର ଆଗାମୀ ଫିଲ୍ମ ଗୁଡିକ ହେଉଛି ସୂର୍ଯ୍ୟବଂଶୀ, ରାମସେତୁ, ରକ୍ଷା ବନ୍ଧନ, ପୃଥ୍ବୀରାଜ, ବେଲ ବତମ, ବଚ୍ଚନ ପାଣ୍ଡେ, ଅନ୍ତରଙ୍ଗୀ ରେ ଆଦି । ଦର୍ଶକମାନେ ତାଙ୍କ ଫିଲ୍ମ ସୂର୍ଯ୍ୟବଂଶୀର ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।