କଣ ପୁଣି ବନ୍ଦ ହେବ School ? ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Samir Ranjan Dash, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ସ୍କୁଲରେ ପାଠପଢ଼ା ଆଶଙ୍କା ଦେଖା ଦେଲାଣି । ସ୍କୁଲ ବନ୍ଦ ହୋଇପାରେ ବୋଲି ଚାରିଆଡେ଼ ପ୍ରଚାର ହେଉଛି । ତେବେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ ବର୍ତ୍ତମାନ ସ୍କୁଲ ବନ୍ଦ ହେବନି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ଶିକ୍ଷାଦାନ ଚାଲିବ । କିନ୍ତୁ କରୋନା କଟକଣାକୁ ଆହୁରି କଡ଼ାକଡି କରାଯିବ ।

ଓମିକ୍ରନ ୨୦ ରୁ ଅଧିକ ଦେଶରେ ବ୍ୟାପିଗଲାଣି । ଭାରତରେ ମଧ୍ୟ କଟକଣାକୁ କଡାକଡ଼ି କରାଯାଉଛି । ଏହି ଭାରିଆଣ୍ଟ ଦ୍ୱାରା ସ୍କୁଲ ଶିକ୍ଷା ପୁଣି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେଉଁ ସବୁ କ୍ଲାସ ଖୋଲିଛି ସେ ସବୁ ପାଠପଢ଼ା ଜାରି ରହିବ । ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏଣିକି କରୋନା କଟକଣାକୁ ଆହୁରି କଡାକଡ଼ି କରାଯିବ ।

ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । ତେବେ ୨୦୨୦ମସିହାରୁ ବିଶ୍ବରେ ଆତଙ୍କ ଖେଳାଇଛି କରୋନା । ସଂକ୍ରମଣ ବଢ଼ିବା ସହ ନୂଆ ନୂଆ ଭାରିଆଣ୍ଟ ପାଇଁ ଲୋକଙ୍କ ଜୀବନ ବଞ୍ଚିବାଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । କରୋନାର ଦ୍ବିତୀୟ ଲହରରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।

ଏହି ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ବେଳେ ଧୀ‌ରେ ଧୀରେ ଏହା ୩୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି । କିଛି ବିଶେଷଜ୍ଞ ଏହି ଭାରିଆଣ୍ଟ ଡେଲଟାଠାରୁ ମାରାତ୍ମକ ବୋଲି କହିସାରିଥିବା ବେଳେ ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି । ତେବେ ଏହି ଭଳି ପରିସ୍ଥିତି ରେ ଆପଣ ମାସ୍କ ବ୍ୟବହାର କରନ୍ତୁ । ଡାକ୍ତରଙ୍କ ଅନୁଯାୟୀ, ଘରୁ ବାହାରକୁ ଯିବାବେଳେ ମାସ୍କ ନିଶ୍ଚିତ ବ୍ୟବହାର କରନ୍ତୁ ।

ଓମିକ୍ରନ ଭାରିଆଣ୍ଟକୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତା ପାଳନ କରିବା ନିତାନ୍ତ ଆବଶ୍ୟକ । ନିଜକୁ ଏବଂ ନିଜ ପରିବାରକୁ ରକ୍ଷା କରିବା ପାଇଁ, ହାତକୁ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣ ହ୍ୟାଣ୍ଡ ସାନିଟାଇଜର କିମ୍ବା ସାବୁନ ବ୍ୟବହାର କରିପାରିବେ ।

ତେବେ ଡରି ନ ଯାଇ କିମ୍ବା କୌଣସି ପ୍ରକାର ଚାପ ଗ୍ରସ୍ତ ନ ହୋଇ ଏହି ପରିସ୍ଥିତି ର ବହୁତ ଭଲ ଭାବରେ ସାମ୍ନା କରନ୍ତୁ । ଏହା ଛଡା ଶିକ୍ଷା ମନ୍ତ୍ରୀ ଙ୍କ ଅନୁସାରେ ପରିସ୍ଥିତି କୁ ଦେଖି କରି ହିଁ ସ୍କୁଲ ବନ୍ଦ ହେବ କି ଖୋଲା ହେବ ନିଷ୍ପତ୍ତି ନିଆ ଯିବ । ତେବେ ଏହି ଲେଖା ଉପରେ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।