କିପରି ଓ କାହିଁକି ସମୁଦ୍ରରେ ବୁଡିଗଲା ଦ୍ଵାରକା ନଗରୀ ?

ଭଗବାନ ଶ୍ରୀକୃଷ୍ଣ ମଥୁରାରେ ଜନ୍ମା ନେଇଥିଲେ, ଗୋକୁଳରେ ତାଙ୍କର ଲାଳନ ପାଳନ ହୋଇଥିଲା ଓ ରାଜ୍ୟ କରିଥିଲେ ଦ୍ଵାରକା ନଗରୀରେ । କିନ୍ତୁ ଗୋଟିଏ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ଆସେ, ଯେଉଁ ଭବ୍ୟ ଓ ଦିବ୍ୟ ନଗରୀକୁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ବସାଇଥିଲେ ତାହା ସମୁଦ୍ର ମଧ୍ୟରେ କାହିଁକି ଲୀନ ହୋଇଗଲା ? ଏପରି କାହିଁକି ହେଲା ଓ ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କର କଣ ହେଲା ? ଆଜି ଆମେ ଆପଣଙ୍କ ପାଇଁ ଏହି ସମସ୍ତ ପ୍ରଶ୍ନର ଉତ୍ତର ନେଇ ଆସିଛୁ ।

ଦ୍ଵାରକା ଭଗବାନ ଶ୍ରୀକୃଷ୍ଣଙ୍କ କର୍ମଭୂମି ଭାବେ ମଧ୍ୟ ବିଖ୍ୟାତ ଅଟେ । ମହାଭାରତରେ ବର୍ଣ୍ଣିତ କଥାନୁସାରେ ଭଗବାନ ଶ୍ରୀକୃଷ୍ଣ ଯେବେ କଂସର ବଧ କଲେ ଜନାସନ କୃଷ୍ଣ ଓ ଯଦୁବଂଶୀ ମାନଙ୍କ ସମୂଳେ ନାଶ କରିବାକୁ ପ୍ରତିଜ୍ଞା ନେଇଥିଲା । ସେଥିପାଇଁ ଯେତେବେଳେ ମଧ୍ୟ ତାକୁ ସୁଯୋଗ ମିଳୁଥିଲା ସେ ମଥୁରା ଏବଂ ଯଦୁବଂଶୀଙ୍କ ଉପରେ ଯୁଦ୍ଧ ଘୋଷଣା କରୁଥିଲା । ସେଥିପାଇଁ ଯଦୁବଂଶୀଙ୍କ ସୁରକ୍ଷା ପାଇଁ ଶ୍ରୀକୃଷ୍ଣ ମଥୁରା ଛାଡିଦେବା ଉତ୍ତମ ମଣିଥିଲେ । ଏହାପରେ ସେ ସମୁଦ୍ର କୂଳରେ ଏକ ଭବ୍ୟ ଏବଂ ଦିବ୍ୟ ନଗର ଦ୍ଵାରକାର ସ୍ଥାପନା କରିଥିଲେ ।

ଏଠାରେ ସେ ନିଜ ପ୍ରିୟଜନଙ୍କ ସହ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଲାଗିଥିଲେ । କିନ୍ତୁ ସମୟ ଚକ୍ର ଘୁରି ଚାଲିଥିଲା ଓ ପ୍ରାୟ ୩୬ ବର୍ଷ ପରଜ୍ଯନତ ସୁଖ ଶାନ୍ତିରେ ରାଜ୍ୟ ଚଳାଇବା ପରେ ଶ୍ରୀକୃଷ୍ଣ ଅଚାନକ ଦେହ ତ୍ୟାଗ କରିଥିଲେ ଓ ତାଙ୍କ ପରେ ବୈଭବଶାଳୀ ଦ୍ଵାରକା ନଗରୀ ମଧ୍ୟ ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଥିଲା । ପୌରାଣିକ ଗ୍ରନ୍ଥରେ ଏହି ଘଟଣା ସହ ସମ୍ବନ୍ଧିତ ଦୁଇଟି କଥା ରହିଛି ।

ପ୍ରଥମଟି ହେଉଛି ମାତା ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଦେଇଥିବା ଶ୍ରାପ ଏବଂ ଦ୍ଵିତୀୟଟି ହେଉଛି ଋଷି ମାନଙ୍କ ଦ୍ଵାରା ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ ଦିଆଯାଇ ଥିବା ଶ୍ରାପ । ମହାଭାରତ ଯୁଦ୍ଧ ପରେ ମାତା ଗାନ୍ଧାରୀ ପ୍ରତିଶୋଧ ପରାୟଣ ହୋଇ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ ଯେ, ଯେପରି ତାଙ୍କ ସାମନାରେ ତାଙ୍କ ବଂଶର ନାଶ ହେଲା ସେହିଭଳି ଶ୍ରୀକୃଷ୍ଣ ସମୁଖରେ ହିଁ ତାଙ୍କ ବଂଶର ନାଶ ହେବ ।

ଏକଦା ମହର୍ଷି ବିଶ୍ଵାମିତ୍ର, କର୍ଣ୍ଣ ଓ ଦେବଶ୍ରୀ ନାରଦ ଦ୍ଵାରକା ଭ୍ରମଣରେ ଆସିଥିଲେ । ସେମାନଙ୍କୁ ଦେଖି ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ସେମାନଙ୍କ ସହ ଥଟ୍ଟା କରିଥିଲେ । ଯାହାଫଳରେ ଋଷିମାନେ ତାଙ୍କୁ ଅଭିଶାପ ଦେଇଥିଲେ କି ଶ୍ରୀକୃଷ୍ଣଙ୍କ ଏହି ପୁତ୍ର ଠାରୁ ଏକ ଲୌହ ମୁଷଳକୁ ଉତ୍ପନ୍ନ ହେବ, ଯାହା ଯଦୁବଂଶୀ ମାନଙ୍କ ନାଶ କରିବ । ଏହାପରେ ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଲା ଯାହା ମାତା ଗାନ୍ଧାରୀଙ୍କ ଅଭିଶାପକୁ ପୂରଣ କରିବା ଦିଗରେ କାର୍ଯ୍ୟକାରୀ ହେଲା ।

ଏହି ପ୍ରକାର ଦିନେ ସ୍ଵର୍ଣ୍ଣ ନଗରୀ ଦ୍ଵାରକା ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।