ଆସିଲା ସବୁଠୁ ବଡ ଦୁଃଖ ଖବର, ଦିନକୁ ଦିନ ବିଗିଡିବାରେ ଲାଗିଛି ଓଡିଆ ସିଙ୍ଗର Tapu Mishra ଙ୍କ ସ୍ୱାସ୍ଥ୍ୟବସ୍ଥା

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାଙ୍କଉ ବେଶ ଭଲ ଭାବେ ଜଣାଇଥିବେ । ଠିକ ସେହି ଭଳି ଓଲିଉଡ ଜଗତର ଗାୟକ ବା ଗାୟିକା ମାନଙ୍କୁ ମଧ୍ୟ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ ।

ଓଲିଉଡ ଜଗତରେ ଏମିତି ସବୁ ସଂଗୀତକାର ମାନେ ଅଛନ୍ତି ଯେଉଁ ମାନେ ନିଜର ସୁମଧୁର କଣ୍ଠରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଶାର କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ଓଡିଶାର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କୁ କିଏ ନ ଜାଣିଛନ୍ତି । ସେ ତାଙ୍କର କୋକିଳ କଣ୍ଠରେ ଓଲିଉଡ ଜଗତରେ ଲୋକପ୍ରିୟ ହୋଇ ପାରିଛନ୍ତି ।

ସେ ଅନେକ ଭଜନ, ଆଧୁନିକ ଓ ଆଲବମ ଆଦି ଗୀତରେ କଣ୍ଠ ଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ତପୁ ମିଶ୍ରଙ୍କୁ ନେଇ ଏକ ଦୁଖ ଦାୟକ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଓଡିଶାର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତପୁମିଶ୍ର କୋରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେବ ଭୁବନେଶ୍ବରର ସମ ହସପିଟାଲରେ ଚିକିତ୍ସା ହେଉଛନ୍ତି ।

ସେ ଗତ ୧ ମାସ ହେବ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟରେ କୌଣସି ବି ପରିବର୍ତ୍ତନ ଆସି ନାହି । ବରଂ ଦିନକୁ ଦିନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଆହୁରି ସଙ୍କଟାପନ ହେବାରେ ଲାଗିଛି । ଗତ କିଛି ଦିନ ହେବ ତାଙ୍କ ପରିବାରର ସମସ୍ତ ସଦସ୍ୟ କୋରୋନାରେ ସଂକ୍ରମଣ ହୋଇଥିଲେ । ଯାହା ଫଳରେ ତାଙ୍କ ବାପାଙ୍କର ମୃ-ତ୍ୟୁ ଘଟିଛି ।

ଚିକିତ୍ସିତ ସମୟରେ ତପୁ ମିଶ୍ରଙ୍କର ଅକ୍ସିଜେନ ଲେବଲ କମ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଠିକ ହୋଇ ଯାଇଥିଲା ଓ ସେ ସୁସ୍ଥ ହେବାକୁ ଲାଗିଥିଲେ । କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ ତାଙ୍କର ଅକ୍ସିଜେନ ଲେବଲ ପୁଣି ଥରେ କମ ହେବାରେ ଲାଗିଛି । କାରଣ ସେ ଅଧିକ ମୋଟା ହୋଇଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ବିଗିଡିବାରେ ଲାଗିଛି ବୋଲି ଡାକ୍ତର ମାନେ ମତାମତ ଦେଇଛନ୍ତି ।

ଗତ ୧ ମାସ ହେବ ସେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଯାଇ ନାହି । ସେଥି ପାଇଁ ଓଲିଉଡ ଜଗତର ସବୁ କଳାକାର ମାନେ ତପୁ ମିଶ୍ରଙ୍କର ଆରୋଗ୍ଯ କାମନା କରି ଭଗବାନଙ୍କ ନିକଟରେ ପ୍ରାଥନା କରୁଛନ୍ତି ।

ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ତାଙ୍କୁ ଯଦି ଇକୋମୋ ଚିକିତ୍ସା ଯୋଗାଇ ଦିଆଯାଏ ତେବେ ତାଙ୍କର ସ୍ୱାସ୍ଥ୍ୟରେ କିଛି ଉନ୍ନତି ହେବ ବୋଲି ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ତପୁ ମିଶ୍ରଙ୍କର ଏକମୋ ଚିକିତ୍ସା ପାଇଁ ବନ୍ଦୋବସ୍ତ କରିବା ଉଚିତ । ଅଧିକ ଅପଡେଟ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ