TV ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ରେ ନୈତିକ ରୋଲ କରି ଫେମସ ହୋଇଥିବା ଅଭିନେତା କରଣ ମେହେରାଙ୍କର ଇଏ ହେଉଛନ୍ତି ରିଅଲ ଲାଇଫ ମା’ ଓ ସ୍ତ୍ରୀ

ଟିଭି ଇଣ୍ଡଷ୍ଟ୍ରିର ଅନେକ ସମୟ ଧରି ଚାଲିଥିବା ସିରିଏଲ୍ ‘ୟେ ରିସ୍ତା କ୍ୟା କେହେଲାତା ହେ’ ଅକ୍ଷରାଙ୍କ ସ୍ବାମୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ନୈତିକ୍ ସିଂ (କରନ୍ ମେହେତା) ବହୁତ ଲୋକପ୍ରିୟ ହୋଇଥିଲେ‌ । ସମସ୍ତ ଘରେ ଘରେ କେବଳ ତାଙ୍କର ନାଁ ଥିଲା । ଏହି ସିରିଏଲରେ ଆଗକୁ ବଢୁଥିବା କାହାଣୀରେ ସେ ଛାଡିଦେଲେ, ତଥାପି ଆଜି ତାଙ୍କୁ ନୈତିକ୍ ଭୂମିକା ପାଇଁ ଲୋକେ ତାଙ୍କୁ ମନେ ରଖିଛନ୍ତି ।

କିନ୍ତୁ ବନ୍ଧୁଗଣ ନୈତିକ୍ ଚରିତ୍ରରେ ନଜର ଆସିଥିବା ଅଭିନେତା କରନ୍ ମେହେତାଙ୍କ ବିଷୟରେ ଅନେକ କିଛି ଜାଣିଥିବେ । କଣ ଆପଣ ତାଙ୍କ ପ୍ରକୃତ ଲାଇଫ୍ ବିଷୟରେ ଜାଣିଛନ୍ତି, ତାଙ୍କ ସ୍ତ୍ରୀ କିଏ, ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ସେ ଏବେ କିପରି ଦେଖା ଯାଉଛନ୍ତି ।


ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ର ନୈତିକଙ୍କ ଜନ୍ମ ୧୦ ସେପ୍ଟେମ୍ବର ୧୯୮୨ ମସିହାରେ ଜଳନ୍ଧରରେ ହୋଇଥିଲା କିନ୍ତୁ ତାଙ୍କର ପ୍ରଥମ ପାଠପଢ଼ା ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଥିଲା । ଏହାପରେ ସେ ଆଗକୁ ପଢ଼ିବା ପାଇଁ ଦିଲ୍ଲୀରେ ରହି ପାଠ ପଢ଼ିଥିଲେ । ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲଭ୍ ଷ୍ଟୋରି ୨୦୫୦’ ରୁ ଆରମ୍ଭ କରିଥିଲେ ।

ଏଥିରେ ତାଙ୍କର ସପୋର୍ଟିଙ୍ଗ ଚରିତ୍ର ଥିଲା ତଥାପି ସେ ଏଥିରେ ଅନେକ ପ୍ରଶଂସା ପାଇଥିଲେ । ତାପରେ ସେ ଏହି ଫିଲ୍ମ ପରେ ‘ୟେ ରିସ୍ତା କ୍ୟା କେହେଲାତା ହେ’ ରେ କାମ କରିବାକୁ ସୁଯୋଗ ପାଇଥିଲେ । ସେ ତାଙ୍କ ଚରିତ୍ରକୁ ବହୁତ ଭଲ ଭାବରେ ଲିଭାଇଲେ ଯେଉଁଥିପାଇଁ ତାଙ୍କ ନାଁ ଘରେ ଘରେ ପରିଚିତ ହୋଇଗଲା । ଏହାପରେ ସେ ଗୋଟିଏ ପରେ ଗୋଟିଏ ଅନେକ ସିରିଏଲରେ କାମ କରିବାକୁ ସୁଯୋଗ ମିଳିଲା । ଯେଉଁଠି ଖଟ୍ମଲ୍ ଇସ୍କ, ପବିତ୍ର ରିସ୍ତା, ଅମ୍ରିତ୍ ମନ୍ଥନ ଭଳି ସିରିଏଲ ସାମିଲ୍ ଅଛି ।

ସେ ବହୁତ ରିଆଲିଟି ମୋ ରେ ଅଂଶ ଗ୍ରହଣ କରି ଆଜି ବି ସେ ନିଜ କ୍ୟାରିୟରକୁ ବଜାୟ ରଖିଛନ୍ତି । ଜଦି ଆମେ କଥା ହେବା ତାଙ୍କ ପରିବାରର, ତାଙ୍କ ମା ଜଣେ ଗୃହିଣୀ ଅଟନ୍ତି । ସେ ଲାଇମ୍ ଲାଇଟ୍ ରେ ରହିବାକୁ ଜମାବି ପସନ୍ଦ କରନ୍ତି ନାହିଁ । ଗୁଗଲ ରେ କେବଳ ତାଙ୍କ ମା’ଙ୍କ ସହ କିଛି ଫଟୋରେ ଦେଖି ପାରିବେ ଯେଉଁଠି ବହୁତ ଭଲ ବନ୍ଧନ ଦେଖିବାକୁ ମିଳେ ।

ତାଙ୍କ ସ୍ତ୍ରୀ ନିଶା ରାୱତ ଯିଏ ପେଶାରେ ଜଣେ ଟିଭି ଅଭିନେତ୍ରୀ ଅଟନ୍ତି । ଯିଏ ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ୍ କି’ ଲୋକପ୍ରିୟ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରିଥିଲେ । ଦୁହେଁଯାକ ଗୋଟିଏ ପେଶାରେ କାମ କରୁଥିବାରୁ ଦୁହେଁ ଦୁହିଁଙ୍କ ଭିତରେ ପ୍ରେମ ହୋଇଗଲା । ଅନେକ ସମୟ ଡେଟ୍ ପରେ ୨୦୧୨ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।