ବହୁତ ହ୍ୟାଣ୍ଡସମ ଅଟନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ, ବଲିଉଡ ରେ କରି ସାରିଛନ୍ତି ଏହି ସବୁ ଫିଲ୍ମ

ବଲିଉଡ ଇଣ୍ଡଷ୍ଟ୍ରି ରେ ଡିସ୍କୋ ଡ୍ୟାନ୍ସର କୁହାଯାଉଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗତ କିଛି ବର୍ଷରୁ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିଛନ୍ତି ଓ ଆଜି ବି ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ଆପଣ ସମସ୍ତେ ତ ମିଥୁନ ଚକ୍ରବର୍ତ୍ତୀଙ୍କ ବିଷୟରେ ସବୁ କିଛି ଜାଣିଥିବେ କିନ୍ତୁ କଣ ଆପଣ ତାଙ୍କ ପୁଅଙ୍କ ବିଷୟରେ ଜାଣିଛନ୍ତି କି ସେ କିଏ ଅଟନ୍ତି, କଣ କରନ୍ତି ଓ କେମିତି ଦେଖା ଯାଆନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରି ରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ବି ଡିସ୍କୋ ଡ୍ୟାନ୍ସର ହିଁ କୁହା ଯାଇଥାଏ ଓ ଆଜି ବି ମିଥୁନ ଚକ୍ରବର୍ତ୍ତୀଙ୍କୁ ଦର୍ଶକ ବହୁତ ପସନ୍ଦ କରିଥାନ୍ତି । ଯଦି ଆମେ ତାଙ୍କର ପର୍ସନାଲ ଲାଇଫ ବିଷୟରେ କଥା ହେବା ତେବେ ମିଥୁନ ଚକ୍ରବର୍ତ୍ତୀ ନିଜର ପ୍ରଥମ ବିବାହ ବଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ହେଲେନା ଲ୍ୟୁକ ଙ୍କ ସହିତ କରିଥିଲେ । କିନ୍ତୁ ତାଙ୍କର ପ୍ରଥମ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଓ ୧ ବର୍ଷ ପରେ ହିଁ ତାଙ୍କର ଡିଭୋର୍ସ ହେଇଗଲା ।

ଯାହା ପରେ ମିଥୁନଙ୍କ ଜୀବନରେ ୟୋଗିତା ବେଲ ଆସିଲେ ଓ ମିଥୁନ ୟୋଗୀତାଙ୍କ ସହିତ ୧୯୭୯ ରେ ବିବାହ କରିନେଲେ । ବିବାହ ପରେ ସେମାନଙ୍କର ୩ ଟି ପୁଅ ହେଲେ । ଯାହାଙ୍କ ନାମ ମହାକ୍ଷୟ ଚକ୍ରବର୍ତ୍ତୀ, ନମାସି ଚକ୍ରବର୍ତ୍ତୀ ଓ ଉଷମୟ ଚକ୍ରବର୍ତ୍ତୀ ଅଟେ । ଆପଣଙ୍କୁ କହିଦେଉଛୁ କି ମିଥୁନଙ୍କ ବଡ ପୁଅଙ୍କ ନାମ ମହାକ୍ଷୟ ଚକ୍ରବର୍ତ୍ତୀ ଅଟେ, ଯାହାଙ୍କୁ ଲୋକ ମିମୋ ନାମରେ ବି ଜାଣନ୍ତି ଓ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ମଧ୍ୟ ରଖି ସାରିଛନ୍ତି ।

ମହାକ୍ଷୟକୁ ବଲିଉଡ ର ସୁପରହିଟ ଫିଲ୍ମ ଜିମ୍ମୀ, ଇଷ୍କ କି ଦରିଆ, ରକି ଭଳି ଫିଲ୍ମ ରେ ଲୀଡ ରୋଲ ନିଭାଉଥିବାର ଦେଖା ଯାଇଥିଲା । ଯେଉଁଥିରେ ତାଙ୍କର ଚରିତ୍ରକୁ ବହୁତ ପସନ୍ଦ କରାଗଲା । କିନ୍ତୁ ସେ ନିଜ ପିତାଙ୍କ ପରି ଅଧିକ ନାମ କମାଇ ପାରିଲେ ନାହିଁ ।

ଯଦି ଆମେ ତାଙ୍କର ଦ୍ଵିତୀୟ ପୁଅଙ୍କ କଥା କହିବା ତେବେ ତାଙ୍କର ନାମ ନମାସି ଚକ୍ରବର୍ତ୍ତୀ ଅଟେ । ଯିଏ ଫିଲ୍ମ ବଧାଇ ହୋ ଓ ଅନ୍ଧାଧୁନ ରୁ ବଲିଉଡ ରେ ପାଦ ରଖି ସାରିଛନ୍ତି । ଯେଉଁଥିରେ ତାଙ୍କୁ ସାଇଡ ରୋଲ ନିଭାଉଥିବାର ଦେଖା ଯାଇଥିଲା । କିନ୍ତୁ ଦର୍ଶକ ତାଙ୍କ ରୋଲ କୁ କିଛି ଖାସ ପସନ୍ଦ କରିଲେ ନାହିଁ ଓ ଆଜି ବି ତାଙ୍କର ଷ୍ଟ୍ରଗଲ ଜାରି ଅଛି ।

ଯଦି ଆମେ ମିଥୁନଙ୍କ ସାନ ପୁଅ କଥା କହିବା ତେବେ ସେ ଆପଣଙ୍କୁ କୌଣସି ବଲିଉଡ ଫିଲ୍ମରେ ନଜର ଆସିବେ ନାହିଁ କାରଣ ସେ ଆକଟିଂ ରେ ନୁହେଁ ବରଂ ଡାୟରେକ୍ଟିଙ୍ଗରେ କାମ କରିବାକୁ ଚାହାଁନ୍ତି । ବର୍ତ୍ତମାନ ସେ ଫିଲ୍ମ ରେ ଆସିଷ୍ଟାଣ୍ଟ ଡାୟରେକ୍ଟର ଭାବରେ କାମ କରୁଥିବାର ନଜର ଆସୁଛନ୍ତି । ତେବେ ଏହା ତ ସମୟ କହିବ କି ଆସନ୍ତା ସମୟରେ ମିଥୁନଙ୍କ କେଉଁ ପୁଅ ବଲିଉଡ ରେ କେତେ ନାମ କମାଉଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।