ଆପେଲର ଏହି ୫ଟି ସାଲାଡ ଡାଇବେଟିସକୁ କଣ୍ଟ୍ରୋଲ କରିବବାରେ ସାହାଯ୍ୟ କରିଥାଏ, ଜାଣନ୍ତୁ କେମିତି କରିବେ

ଆପେଲ ସମସ୍ତଙ୍କୁ ପସନ୍ଦ ହୋଇଥାଏ ଓ ଏହାକୁ ଦୁନିଆର ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଆପେଲ ପିଲାମାନେ ଠାରୁ ନେଇ ବୁଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଆପେଲକୁ ଆପଣ ସହଜରେ ସବୁ ସ୍ଥାନରେ ଖାଇ ପାରିବେ । ଲୋକମାନେ ଏହାକୁ ସ୍ନାକ ରୂପରେ ନିଜ ବ୍ୟାଗରେ ରଖିବାକୁ ବି ପସନ୍ଦ କରନ୍ତି । ଏହା ଛଡା ଆପେଲକୁ କେତେକ ଡିଶରେ ବି ପକାଇ ଯାଇଥାଏ । ପାଈ, ସସେଜ, ସାଲାଡ, ସ୍ମୂଦୀ ଓ କେକରେ ବି ଆପେଲ ପ୍ରୟୋଗ କରାଯାଏ ।

ଆପେଲରେ ବହୁତ ଏଂଟୀଅକ୍ସୀଡେଂଟ, ଭିଟାମିନ ଓ ମିନରଲ ହୋଇଥାଏ, ଯାହା ଆପଣଙ୍କ ହାଡ, ତ୍ଵଚା, ପାଚନ ତନ୍ତ୍ର ସହିତ ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ କରିଥାଏ । ଆପେଲରେ ଡାୟଟରୀ ଫାଇବର ମାତ୍ରା ବି ବହୁତ ଅଧିକ ହୋଇଥାଏ । ଯାହା ଓଜନ କମ କରିବାରେ ସହୟାକ ହୋଇଥାଏ । ଏହି ଫାଇବାର ଡାୟେବୀଟିଜର କିଛି ଲକ୍ଷଣକୁ ପ୍ରତିବନ୍ଧିତ କରିବାରେ ବି ସାହାର୍ଯ୍ୟ କରିଥାଏ । କହିବାକୁ ଗଲେ ଆପେଲ ଫାଇବାରର ଏକ ଭଲ ସ୍ରୋତ ହୋଇଥାଏ ସେଥିପାଇଁ ଏହା ସହଜରେ ହଜମ ବି ହୋଇଯାଏ ଏବଂ ରକ୍ତ ପ୍ରବାହରେ ସୁଗାରକୁ ଧୀରେ ଧୀରେ ଛାଡିଥାଏ ।

ଯେଉଁ କାରଣରୁ ବ୍ଲଡ ସୁଗାର ବହୁତ ଜଲ୍ଦି ବଢି ନ ଥାଏ । ଯଦି ଆପଣ ବି ନିଜର ଡାୟେବୀଟିଜକୁ କାବୁ କରିବାକୁ ଚାହୁଁଛନ୍ତି ତେବେ ଆପଳେର କିଛି ସାଲାଡ ନିଜର ଡାଇଟ ଫୁଡରେ ନିଶ୍ଚିତ ସାମିଲ କରନ୍ତୁ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଆପେଲ ଦ୍ଵାରା ନିର୍ମିତ ଏମିତି ୫ ଟି ସାଲାଡ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ ।

ଗ୍ରୀନ ଆପେଲ ସାଲାଡ

ଗ୍ରୀନ ଆପେଲ, ଅଳିବ ତେଲ, ପିଆଜ, ଧନିଆ ପତ୍ର ଦ୍ଵାରା ପ୍ରସ୍ତୁତ ସାଲାଡ ବହୁତ ହିଁ ସ୍ଵାଦିଷ୍ଟ ହୋଇଥାଏ । ଯଦି ଆପଣଙ୍କ ବ୍ଲଡ ସୁଗାର ଅସ୍ଥିର ଅଛି ତେବେ ଆପଣଙ୍କୁ ଏହି ସାଲାଡରେ ମହୁ ପ୍ରୟୋଗ କରିବା ଉଚିତ । କିନ୍ତୁ ଯଦି ଆପଣଙ୍କ ସୁଗାର ସ୍ଥିର ଅଛି ତେବେ ଆପଣ ଏହି ସାଲାଡରେ ମହୁ ପ୍ରୟୋଗ କରନ୍ତୁ ନାହିଁ ।

ମସଲାଦାର ପନୀର, ଚଣା ଓ ଆପଳେର ସାଲାଡ

ସିଝା ଚଣା, ମସଲାଦାର ପନୀର ଓ ଆପେଲର ସାଲାଡ ବହୁତ ହିଁ ସ୍ଵାଦିଷ୍ଟ ହୋଇଥାଏ । ଏହା ସହିତ ଏହାର ସେବନ ବହୁତ ହିଁ ଲାଭଦାୟକ ହୋଇଥାଏ । ମଟର ଓ ପନୀର ପ୍ରୋଟିନର ଏକ ଭଲ ସ୍ରୋତ ଅଟେ । ସେଥିପାଇଁ ଡାୟେବୀଟିଜ ଲୋକମାନଙ୍କ ଯଦି ପର୍ଯ୍ୟାପ୍ତ ପ୍ରୋଟିନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ନିଜର ଡାଇଟରେ ଏହି ସାଲାଡକୁ ଡିଶକୁ ନିଶ୍ଚିତ ସାମିଲ କରନ୍ତୁ ।

ଆପେଲ, ପାଇନ ନଟ ସାଲାଡ

ପୋଷଣ ଯୁକ୍ତ ଏହା ଏକ ଭଲ ସାଲାଡ ଅଟେ । ଏହି ସାଲାଡ ସୌଂଫ, ପିଆଜ, ଚେରୀ ଟମାଟର, ଆପେଲ, ପାଇନ ନଟ, ଧନିଆ ପତ୍ର ଦ୍ଵାରା ପ୍ରସ୍ତୁତ ହୋଇଥାଏ । ଯାହାକୁ ଡାୟେବୀଟିଜ ରୋଗୀମାନେ ନିଶ୍ଚିତ ସେବନ କରିବା ଉଚିତ ।

ଆଭୋକାଡୋ, ଆପେଲ ଓ ପାଳଙ୍ଗ ଶାଗର ସାଲାଡ

ଏହିଭଳି ସାଲାଡକୁ ତିଆରି କରିବା ପାଇଁ ଆପଣଙ୍କୁ କିଛି ପଳାଙ୍ଗ ଶାଗର ପତ୍ର ସହିତ, ଆପେଲ, ସତେଜ ଆଭୋକାଡୋ, କ୍ରୈନବେରୀ ଓ ଅଖରୋଟକୁ ଏକା ସହିତ ମିଶ୍ରଣ କରିବା ଜରୁରୀ ଅଟେ । ଏହି ସାଲାଡକୁ ତିଆରି କରିବା ପରେ ଏଥିରେ ଆପେଲ ସାଇଡର ଭିନେଗାରର ପ୍ରୟୋଗ ନିଶ୍ଚିତ କରନ୍ତୁ, ଯାହା ଦ୍ଵାରା ଏହର ସ୍ଵାଦ ବି ବଢିଯିବ ଓ ଏହାର ଲାଭ ବି ବଢିଯିବ ।

ଆପେଲ ଓ ପାନମଧୁରୀ ସାଲାଡ

କମ କ୍ୟାଲୋରି ବାଲା ଓ ତିଆରି କରିବାରେ ସବୁଠୁ ସହଜ ଅଟେ ଏହି ସାଲାଡ । ଆପେଲ ଭଳି ପାନମଧୁରୀରେ ବି କ୍ୟାଲୋରିର ମାତ୍ରା ବହୁତ କମ ହୋଇଥାଏ ଓ ଏଥିରେ ଫାଇବାର ବି ବହୁତ ଅଧିକ ହୋଇଥାଏ । ଏତିକି ନୁହେଁ ଏଥିରେ ପୋଟାସିୟମର ମାତ୍ରା ବି ବହୁତ ଅଧିକ ହୋଇଥାଏ । ଯାହା ଆପଣଙ୍କ ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରିବାରେ ସାହାର୍ଯ୍ୟ କରିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।